• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ୧୯ ତମ ପ୍ରଫେସର ଘନଶ୍ୟାମ ଦାସ ସ୍କଲାରସିପ ପ୍ରଦାନ କରାଯାଇଛି । ଇଂଜିନିୟରିଂ, ମେଡିକାଲ, STEM ଏବଂ ଲିବେରାଲ ଆର୍ଟ୍ସ କ୍ଷେତ୍ରରେ ଉଚ୍ଚ ଶିକ୍ଷା ପାଇଁ ଚଳିତ ବର୍ଷ ୬ ଜଣ ଛାତ୍ରଛାତ୍ରୀଙ୍କୁ ଏହି ସ୍କଲାରସିପ୍‌ ପ୍ରଦାନ କରାଯାଇଛି ।

ସ୍କଲାରସିପ୍‌ ପ୍ରଦାନ କରାଯାଇଥିବା ୬ ଜଣ ଛାତ୍ରଛାତ୍ରୀ ହେଲେ ପ୍ରିୟାଂଶୁ ପଣ୍ଡା, ହିମାଂଶୁ ଶେଖର ପାତ୍ର, ପ୍ରସନ୍ନ କୁମାର, ଅଭିପ୍ସା ଚୌଧୁରୀ ଏବଂ ପ୍ରିୟଙ୍କା ଦଳାଇ । ସେମାନେ ସମସ୍ତେ ମେଧାବୀ ଛାତ୍ରଛାତ୍ରୀ, କିନ୍ତୁ ଆର୍ଥିକ ଅନଗ୍ରସର ବର୍ଗର । ଏହି ସ୍କଲାରସିପ ସେମାନଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହାୟତା କରିବ ବୋଲି ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now