Advertisment

ଘରେ ଶୋଇଥିଲେ, ନିଆଁ ଲାଗି ଫାଟିଲା ସିଲିଣ୍ଡର..ଉଡ଼ିଗଲା ଛାତ

ନିଆଁରେ କୈଳାସ, ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
gas cylinder exploded in Nayagarh

gas cylinder exploded

ଫ୍ୟାନରୁ ସର୍ଟ ସର୍କିଟ୍ ପରେ ଘରେ ଲାଗିଲା ନିଆଁ। ଫାଟିଲା ଗ୍ୟାସ ସିଲିଣ୍ଡର। ଉଡ଼ିଗଲା ଘରର ଛାତ। ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲା ୬ ଜୀବନ। ନୟାଗଡ଼ ଜିଲ୍ଲା ଭାପୁର ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ କ୍ବାର୍ଟର୍ସରେ ଏହି ଅଗ୍ନିକାଣ୍ଡ ହୋଇଛି। ଭୋଟ୍‌ ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଭାପୁର ତହସିଲ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ଦାସଙ୍କ ଘରେ ଏହି ଅଘଟଣ ଘଟିଛି। ଘର ଭିତରେ କୈଳାସ ଚନ୍ଦ୍ର ଦାସ, ତାଙ୍କ ସ୍ତ୍ରୀ, ୩ ପିଲା ଓ ମାଆ ଶୋଇଥିଲେ। ରୁମରେ ଥିବା ଟେବୁଲ ଫ୍ୟାନ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା। ଏନେଇ କେହି ଜାଣି ପାରିନଥିଲେ। ଚାରିଆଡେ ନିଆଁ ବ୍ୟାପି ଯାଇଥିଲା । ନିଦ ଭାଙ୍ଗିବା ପରେ ନିଆଁ ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ ଓ ଘର ବାହାରକୁ ଚାଲି ଆସିଥିଲେ।

ଅଧିକ ପଢ଼ନ୍ତୁ: ଚାଷ ଜମିକୁ ଯିବା ବାଟରେ ଜଗିଥିଲା ମୃତ୍ୟୁ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

Advertisment

ଏହାପରେ ଘରେ ଥିବା ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ହେବା ସହ ଉଡିଯାଇଥିଲା ଘର ଛାତ। ନିଆଁରେ କୈଳାସ, ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଭାପୁର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଏକ ଦନ୍ତା ଆତଙ୍କ ଲାଗିରହିଛି। ଗୋଗୁଆ, ତଳିତା, ନୂଆ ପାଲି, ଧରଣୀଧରପାଲି ଅଞ୍ଚଳରେ ଉତ୍ପାତ ମଚାଇଥିବା ବେଳେ ଗତକାଲି ରାତିରେ ଧରଣୀଧରପାଲୀ ଗାଁରେ ୪ଟି ଘର ଭାଙ୍ଗିଛି ଦନ୍ତା । ଲୋକେ ବାସହରା ହୋଇ ବାହାରେ ବୁଲୁଛନ୍ତି। ହାତୀକୁ ଘଉଡ଼ାଇବାକୁ ବନ ବିଭାଗ ଅସଫଳ ହେବାରୁ ଉତ୍ୟକ୍ତ ଗ୍ରାମବାସୀ ସ୍ଥାନୀୟ ନର୍ସରୀକୁ ତାଲା ପକାଇ ହାତୀକୁ ତୁରନ୍ତ ଅନ୍ୟତ୍ର ନେବାକୁ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ରାସ୍ତା ଉପରେ ଅଚାନକ ଜଳିଗଲା ମୋ ବସ୍‌

Fire Breaks Out Gas Cylinder Blast
Advertisment
Advertisment