ବିଧାନସଭାରେ ସାରଦା ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ବିଭୁତି ଜେନାଙ୍କ ଉତ୍ତର । ଶାହା କମିଶନଙ୍କ ତଦନ୍ତ ପରେ ଫାଇନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
ସରକାରଙ୍କ ପକ୍ଷରୁ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ା ପାଇଁ ୭୦ ଟଙ୍କା ଓ ଅଣ୍ଡା ପିଛା ୩ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ହୋଇଛି। ବାର୍ଡ ଫ୍ଲୁ କିଭଳି ଅଲଗା ଜିଲ୍ଲାକୁ ନ ବ୍ୟାପିବ ବିଭାଗ ସଚେତନ ରହିଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ।
NCRBର ରିପୋର୍ଟରେ ଚିନ୍ତାଜନକ ତଥ୍ୟ । ବାର୍ଷିକ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ମାମଲା ବଢ଼ିଛି ୪ ପ୍ରତିଶତ ।
୧ ତାରିଖରୁ ନିଯୁକ୍ତ ହେବେ ୨୦ ଦକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ଭକ୍ତ ଓ ସୁଆର ସେବକଙ୍କ ସ୍ୱାଗତ ।
ରାଜଧାନୀ ଭୁବନେଶ୍ୱରରେ ପୁଣି ଲଭ୍, ସେକ୍ସ ଓ ଧୋକା ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ ।
ଲଘୁଚାପ ପ୍ରଭାବରେ ଆଗରୁ ରାଜ୍ୟରେ ଅଧିକ ବର୍ଷା ହେବା ନେଇ ଅନୁମାନ କରାଯାଉଛି। ଏପଟେ ଭୁବନେଶ୍ବରରେ ଆଜି ବର୍ଷା ଲାଗି ରହିଥିବା ବେଳେ ସକାଳୁ କୋହଲା ପାଗ ଲାଗି ରହିଛି।
ଇଚ୍ଛା ଥିଲା ଦେଶ ପାଇଁ ଗୌରବ ଆଣିବେ, ମେଡାଲ ପିନ୍ଧି ଛାତି ଚୌଡା ହେବ । ହେଲେ ଛାତିରେ ମେଡାଲ ନୁହେଁ, ରହିଛି ସିକ୍ୟୁରିଟି ଗାର୍ଡର ପୋଷାକ ।
ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ।
ଅତି ସତର୍କତାର ସହ ଦଉଡି ସାହାର୍ଯ୍ୟରେ ଟ୍ୟୁବ୍ ପକାଇ ମହିଳାଙ୍କୁ ନାଳ ପାର କରାଇଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ ।
ଭୁବନେଶ୍ୱରର ରବି ଟକିଜ ଟଙ୍କପାଣି ରୋଡ଼ ନିକଟରେ ବନ୍ଦ ଘରୁ ମିଳିଲା ହାଡ଼ । ହାଡ଼ ରଖି ଚାଲିଥିଲା ପୂଜାର୍ଚ୍ଚନା ।
ବିଜେପି ବିଧାୟକ ବାବୁ ସିଂଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଜେଡି କର୍ପୋରେଟର ଅମରେଶ ଜେନା। ୨୫ ବର୍ଷ ହେଲା ବାବୁ ଆମ ସହ ଅଛନ୍ତି କହିଲେ ଅମରେଶ ।
ନବୀନ ସରକାରରେ ୨ ଶହ ଅଣ-ଓଡ଼ିଆ ଠିକାଦାରଙ୍କୁ ୧ ଲକ୍ଷ କୋଟି ଟଙ୍କା ପ୍ରକଳ୍ପର ସ୍ଥିତି ଓ ସ୍ଥାୟୀତ୍ବ ସମ୍ପର୍କରେ ତୁରନ୍ତ ସମୀକ୍ଷା କରିବାକୁ ଦାବି କରାଯାଇଛି ।
ଓଡ଼ିଶା ରାଜନୈତିକ ମହଲରେ ଏବେ ଗୋଟିଏ ଶବ୍ଦକୁ ନେଇ ଢେର ଚର୍ଚ୍ଚା । ଶବ୍ଦଟି ହେଲା – ‘ପ୍ରତାରଣା’ । ବିଜୁ ଜନତା ଦଳର ନେତ୍ରୀ ମମତା ମହନ୍ତ ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ଶବ୍ଦଟି ଜୋର୍ ଧରିଛି ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର। ପଶ୍ଚିମ- ଉତ୍ତରପଶ୍ଚିମକୁ ମୁହାଁଇ କାଲି ସୁଦ୍ଧା ହେବ ସୁଦୃଶ୍ୟ ଲଘୁଚାପର ରୂପ ନେବ। ଏ ନେଇ ସୂଚନା ଦେଲା ପାଣିପାଗ ବିଭାଗ ।
ପାଞ୍ଚ ବର୍ଷରେ ପ୍ରଚାର ପାଇଁ ପୂର୍ବତନ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୪ଶହ ୫୨ କୋଟି ୯୬ ଲକ୍ଷ ଟଙ୍କା।
ଘରେ ଥିବା ଅଳ୍ପ ସାମଗ୍ରୀରେ ଖୁବ୍ କମ୍ ସମୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଠା। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ପ୍ରସ୍ତୁତ କରିବା ସେତେ ସହଜ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ରାଜସ୍ବ ମନ୍ତ୍ରୀ କହିଥିଲେ- ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି । ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି କହି କଟାକ୍ଷ କରିଥିଲେ ସୁରେଶ ପୂଜାରୀ ।
ଡାକ୍ତରୀ ପଢ଼ିବେ ମାଲକାନଗିରି ବଣ୍ଡାଘାଟିର ଛାତ୍ର ମଙ୍ଗଳା ମୁଦୁଲି । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଏମକେସିଜିରେ ପଢ଼ିବେ ଡାକ୍ତରୀ ପାଠ । ମଙ୍ଗଳାଙ୍କ ସଫଳତାରେ ସମଗ୍ର ବଣ୍ଡାଘାଟିରେ ଖୁସୀର ଲହରୀ
ଆଜି କାଳୀୟ ଦଳନ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ କାଳୀୟ ଦଳନ ଲୀଳା । କାଳୀୟଦଳନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।
ଭୁବନେଶ୍ବରର ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଅବକାରୀ ବିଭାଗ ବଡ଼ ଡ୍ରାଇଭ୍ ଆରମ୍ଭ କରିଛି।
ଭୁବନେଶ୍ବର ଖଣ୍ଡଗିରିରେ ଯୁବକଙ୍କୁ ବିଭତ୍ସ ହତ୍ୟା । ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା । ଜଗନ୍ନାଥନଗର ନିକଟରେ ଖଣ୍ଡାରେ ହାଣି ହତ୍ୟା ।
ଅନେକ ସମୟରେ କିଛି ଲୋକମାନଙ୍କ ମନରେ ପ୍ରଶ୍ନ ଆସେ ଯେ, ବାସ୍ତୁର ଶୁଭ ଓ ଅଶୁଭ ଫଳ ପୁରୁଷ ଓ ମହିଳାଙ୍କ ପାଇଁ କ’ଣ ଭିନ୍ନ ଭିନ୍ନ କି? ତେବେ ଏହି ପ୍ରଶ୍ନର ଉତ୍ତରରେ ବାସ୍ତୁର ନିୟମ କ’ଣ କହୁଛି ଆସନ୍ତୁ ଜାଣିବା।
ଆନନ୍ଦ ବଜାରରେ ବାସି ଅବଢା ବିକ୍ରି ଉପରେ ଲାଗିବ ରୋକ୍। ଅଣସୂପକାରମାନଙ୍କୁ ପ୍ରସାଦ ବିକ୍ରି ବାରଣ କରାଯିବ। ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।
ନିଲମ୍ବିତ IPS ଅଧିକାରୀ ରାଜେଶ ପଣ୍ଡିତଙ୍କ ପାଇଁ ବଢ଼ିଲା ଅଡୁଆ। ରାଜେଶ ପଣ୍ଡିତଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲା ଗୃହ ବିଭାଗ ।
ପୂର୍ବ କେନ୍ଦ୍ରୀୟ ଓ ସନ୍ନିକଟ ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।ଏହାର ପ୍ରଭାବରେ ୩୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।