Advertisment

ମଣିଷକୁ ଛୁଇନି ବାର୍ଡ ଫ୍ଲୁ, ରିପୋର୍ଟ ଆସିଲା ନେଗେଟିଭ୍

ସରକାରଙ୍କ ପକ୍ଷରୁ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ା ପାଇଁ ୭୦ ଟଙ୍କା ଓ ଅଣ୍ଡା ପିଛା ୩ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ହୋଇଛି। ବାର୍ଡ ଫ୍ଲୁ କିଭଳି ଅଲଗା ଜିଲ୍ଲାକୁ ନ ବ୍ୟାପିବ ବିଭାଗ ସଚେତନ ରହିଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ।

author-image
Satyendu Shekher Mishra
Bird Flu

Bird Flu

ମଣିଷକୁ ସଂକ୍ରମଣ ହୋଇନି ବାର୍ଡ ଫ୍ଲୁ। ପୁରୀ ଜିଲ୍ଲାରୁ ସଂଗୃହୀତ ଅସୁସ୍ଥ ବ୍ୟକ୍ତିଙ୍କ ନମୁନା ନେଗେଟିଭ୍ ଆସିଛି। ବାର୍ଡ ଫ୍ଲୁକୁ ନେଇ ଜାରି ରହିଥିବା ଆତଙ୍କ ଭିତରେ ଆଜି ଏଭଳି ସୂଚନା ଦେଇ ଆଶ୍ୱସ୍ତି ଆଣିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। କହିଛନ୍ତି, ପୁରୀ ମଙ୍ଗଳପୁର ଅଂଚଳର ଜଣେ ବ୍ୟକ୍ତିଙ୍କ ଯେଉଁ ନମୁନା ପରୀକ୍ଷା ପାଇଁ ପୁଣେ ଯାଇଥିଲା, ତାହା ନେଗେଟିଭ ଆସିଛି। ତଥାପି ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି। ବାର୍ଡ ଫ୍ଲୁ ଯେଭଳି ନବ୍ୟାପିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବା ସହ ବ୍ୟାପକ ସଚେତନତା କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

Advertisment

ସେପଟେ ପୁରୀ ଜିଲ୍ଳାରେ ମାଡ଼ିଚାଲିଛି ବାର୍ଡ ଫ୍ଲୁ। ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ବାର୍ଡ ଫ୍ଲୁ ନମୁନା ପଜିଟିଭ୍ ଆସିବା ପରେ ଆଜି ସୁଦ୍ଧା ୩୦ ହଜାର କୁକୁଡା ମରା ଯାଇଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ। କଲିଂରେ ନିୟୋଜିତ ଅଛନ୍ତି ୨୧ଟି ଟିମ୍। ସାନିଟାଇଜ କାମରେ ୧୦ଟି ଟିମ ଲାଗିଛି। ବାର୍ଡ ଫ୍ଲୁରେ କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି ।

 ତେବେ ସରକାରଙ୍କ ପକ୍ଷରୁ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ା ପାଇଁ ୭୦ ଟଙ୍କା ଓ ଅଣ୍ଡା ପିଛା ୩ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ହୋଇଛି। ବାର୍ଡ ଫ୍ଲୁ କିଭଳି ଅଲଗା ଜିଲ୍ଲାକୁ ନ ବ୍ୟାପିବ ବିଭାଗ ସଚେତନ ରହିଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ।

Advertisment

Bird Flu
Advertisment
Advertisment