/odishatv-khabar/media/post_attachments/uploadimage/library/16_9/16_9_0/docter_1724911287.jpg)
docter
ଡାକ୍ତର ବନିବେ ବଣ୍ଡା ଛାତ୍ର। ମାଲକାନଗିରି ଜିଲ୍ଲା ଖଇରାପୁଟ ବ୍ଲକ ବଣ୍ଡାଘାଟିର ଛାତ୍ର ବଙ୍ଗଳା ମୁଦୁଲି ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବେ। ମୁଦୁଲିପଡ଼ା ପଞ୍ଚାୟତ ବଡ଼ବେଲ ଗାଁର ହାଡୁ ମୁଦୁଲିଙ୍କ ପୁଅ ମଙ୍ଗଳା ବଣ୍ଡାଘାଟି ସରକାରୀ ସ୍କୁଲରେ ପାଠ ପଢି ପରେ ମାଥିଲି ବଳଦିଆଗୁଡ଼ା ହାଇସ୍କୁଲରେ ଉଚ୍ଚଶିକ୍ଷା ସାରିଥିଲେ।
Advertisment
ବଣ୍ଡାଘାଟି ସରକାରୀ ସ୍କୁଲରେ ପାଠ ପଢୁଥିବା ବେଳେ ତାଙ୍କ ପ୍ରତିଭା ସମ୍ପର୍କରେ ଜାଣି ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ ସେହି ସ୍କୁଲର ବିଜ୍ଞାନ ଶିକ୍ଷକ। ପରେ ବାଲେଶ୍ବରରେ ଏକ କୋଚିଂ ସେଣ୍ଟରରେ କୋଚିଂ ନେଇଥିବା ମଙ୍ଗଳା ଏବେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ମେଡିକାଲ କଲେଜରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମଙ୍ଗଳା ବଣ୍ଡାଘାଟିର ପ୍ରଥମ ଡାକ୍ତରୀ ପଢିବାକୁ ଯାଉଥିବା ଛାତ୍ର। ଏହି ଖବର ପରେ ସମଗ୍ର ବଣ୍ଡାଘାଟିରେ ଖୁସିର ଲହରୀ ଖେଳିଯାଇଛି।...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)