/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724945714.jpg)
Man Sexually Assaults Woman
ରାଜଧାନୀ ଭୁବନେଶ୍ୱରରେ ପୁଣି ଲଭ୍, ସେକ୍ସ ଓ ଧୋକା ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ । ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ । କେବଳ ସେତିକି ନୁହେଁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଦେଖାଇ ପ୍ରେମିକ ବ୍ଲାକମେଲ କରୁଥିବା ଅଭିଯୋଗ କରିଛନ୍ତି ଜଣେ ଯୁବତୀ । ମହିଳା ଥାନାରେ ଜଣେ ଯୁବତୀ ଏପରି ଅଭିଯୋଗ କରିଛନ୍ତି ।
ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମେ ସୋସିଆଲ ମିଡିଆରୁ ପରିଚୟ ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ପରେ ଦେଖା କରିବା ବାହାନାରେ ଓ ବିବାହ ନେଇ କଥା ହେବାକୁ ଘରକୁ ଡାକିଥିଲେ ଯୁବକ । ଯୁବକ ଜଣକ ଘରକୁ ଡାକି ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ । ଆଉ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ମୋବାଇଲ କ୍ୟାମେରାରେ ସୁଟିଂ କରିନେଇଥିଲେ । ଆଉ ଏବେ ସେହି ଭିଡିଓ ଦ୍ୱାରା ପ୍ରେମିକ ବ୍ଲାକମେଲ କରୁଥିବା ଅଭିଯୋଗ କରିଛନ୍ତି ଯୁବତୀ । ଏନେଇ ମହିଳା ଥାନାରେ ଅଭିଯୋଗ କରିଥିବା କହିଛନ୍ତି ଯୁବତୀ ଜଣଙ୍କ ।
ପୂର୍ବରୁ ମଧ୍ୟ ରାଜଧାନୀରେ ଲଭ୍, ସେକ୍ସ, ଧୋକାର ଏକାଧିକ କାହାଣୀ ସାମ୍ନାକୁ ଆସିଛି । ପ୍ରେମିକକୁ ବିଶ୍ୱାସ କରି ପରେ ପ୍ରତାରଣାର ଶିକାର ହେବାପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)