/odishatv-khabar/media/post_attachments/uploadimage/library/16_9/16_9_0/Mines_1724949655.jpg)
Mines
ଜରିମାନା ଦେଉ ନାହାନ୍ତି ୨୩ ଖଣି ମାଲିକ । ବାକି ପଡ଼ିଛି ୨୭୨୩ କୋଟି ଟଙ୍କାର ଜରିମାନା ଅର୍ଥ । ଏହି ଖଣି ମାଲିକମାନଙ୍କ ବିରୋଧରେ ସାର୍ଟିଫିକେଟ କେସ ଦାୟର କରିଛନ୍ତି ରାଜ୍ୟ ସରକାର । ବିଧାନସଭାରେ ସ୍ୱାଧୀନ ବିଧାୟକ ଶାରଦା ନାୟକଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।
ଖଣି ଦୁର୍ନୀତି ନେଇ ଜଷ୍ଟିସ ଶାହା କମିଶନଙ୍କ ତଦନ୍ତ ପରେ ଜରିମାନା ଅର୍ଥ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ୧୩୩ଟି ଖଣି ମାଲିକ ୧୮ ହଜାର କୋଟି ଟଙ୍କାର ଜରିମାନା ଦେବା ପାଇଁ କହିଥିଲେ ରାଜ୍ୟ ସରକାର । କିନ୍ତୁ ବର୍ତ୍ତମାନ ସୁଦ୍ଧା ୨ହଜାର ୭୨୩
କୋଟି ଟଙ୍କାର ଜରିମାନା ଅର୍ଥ ଆଦାୟ ହୋଇ ପାରିନି ।
ସେପଟେ ଭିକେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟିରୁ ଅଧିକ ଟଙ୍କା । ବିଜ୍ଞାପନରେ ଭିକେ ପାଣ୍ଡିଆନଙ୍କ ଫଟୋ ଲାଗିବା ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା । ବିଧାନସଭାରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଲିଖିତ ଉତ୍ତର ଦେଇଛନ୍ତି । ସେହିପରି ପାଞ୍ଚ ବର୍ଷରେ ପ୍ରଚାର ପାଇଁ ପୂର୍ବତନ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୪ଶହ ୫୨ କୋଟି ୯୬ ଲକ୍ଷ ଟଙ୍କା ବିଧାନସଭାରେ BJP ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)