Advertisment

ବନ୍ଦ ହେବ ବାସି ଅବଢ଼ା ବିକ୍ରି; ଆନନ୍ଦବଜାର ଜଗିବେ ସେନାନିବୃତ୍ତ କର୍ମୀ

ଆନନ୍ଦ ବଜାରରେ ବାସି ଅବଢା ବିକ୍ରି ଉପରେ ଲାଗିବ ରୋକ୍। ଅଣସୂପକାରମାନଙ୍କୁ ପ୍ରସାଦ ବିକ୍ରି ବାରଣ କରାଯିବ। ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

author-image
Sonali Ojha
ଅଦ୍ୟତନ ହୋଇଛି
Ex-Army personnel to monitor Mahaprasad sale at Puri temple

Mahaprasad

ଆନନ୍ଦ ବଜାରରେ ବାସି ଅବଢା ବିକ୍ରି ଉପରେ ଲାଗିବ ରୋକ୍। ଅଣସୂପକାରମାନଙ୍କୁ ପ୍ରସାଦ ବିକ୍ରି ବାରଣ କରାଯିବ। ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ସୂପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ସୁରକ୍ଷା କର୍ମୀ। ଏଥିପାଇଁ ୨୦ ଜଣ ଦକ୍ଷ ଅବସରପ୍ରାପ୍ତ ସେନାନିବୃତ୍ତ କର୍ମୀ ନିଯୁକ୍ତ ହେବେ ।

Advertisment

ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା। ପ୍ରାୟ ୬୦ ଜଣ ସେନାନିବୃତ କର୍ମୀ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ନିକଟରେ ସାକ୍ଷାତକାର ଦେଇଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ୨୦ଟି ଯାକ ପଦବୀ ପୂରଣ ହେବ। ସେପଟେମ୍ବର ୧ ତାରିଖରୁ ଆନନ୍ଦ ବଜାରରେ ମୁତୟନ ହେବେ ଏହି ସ୍ବତନ୍ତ୍ର ସୁରକ୍ଷା କର୍ମୀ। ଏମାନଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସକୋଡ୍ ଲାଗୁ ହେବ। ନିଯୁକ୍ତି ପରେ ଆନନ୍ଦ ବଜାରରେ ବିଭିନ୍ନ ବିଶୃଙ୍ଖଳା ଉପରେ ଏମାନେ ନଜର ରଖିବେ ଏବଂ ଏଥିପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଖୋଲିବ ଗୁପ୍ତ ସୁଡ଼ଙ୍ଗ ରହସ୍ୟ; ରତ୍ନଭଣ୍ଡାର ଯାଞ୍ଚ ପାଇଁ ASIକୁ ଅନୁମତି

Advertisment

କିଛି ଦିନ ତଳେ ଶ୍ରୀକ୍ଷେତ୍ର ଆସୁଥିବା ଶ୍ରଦ୍ଧାଳୁଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ରାଜ୍ୟ ସରକାର ବିଚାରବିମର୍ଶ କରୁଥିବା କହିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏଥିପାଇଁ ଦାତାମାନଙ୍କ ସହ ଆଲୋଚନା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ। ଏହାକୁ ଖୁବଶୀଘ୍ର ଏକ ରୂପରେଖ ଦେବା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରଖାଯାଇଛି।ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ ମହାପ୍ରସାଦ ଟିକେ ପାଇଲେ ଭକ୍ତଟିଏ ଏକ ମାନସିକ ଶାନ୍ତି ପାଇବ । ଏ ଦିଗରେ ସରକାର ଗମ୍ଭୀର ଭାବେ ଚିନ୍ତା କରୁଥିବା ଆଇନମନ୍ତ୍ରୀ କହିଥିଲେ।

Puri Srimandir Mahaprasad
Advertisment
Advertisment