ରାଜ୍ୟରେ କାୟା ମେଲାଇ ଚାଲିଛି ବାର୍ଡଫ୍ଲୁ । ଏପରି ଅବସ୍ଥାରେ ସାଧାରଣ ଲୋକେ ଚିକେନ୍ ଖାଇବା ପ୍ରାୟତଃ ଛାଡ଼ିଦେଇଛନ୍ତି । କିନ୍ତୁ ପୁରୀ ଜିଲ୍ଲାରେ ଆଜି ମାଗଣା ଚିକେନ୍ ଖାଇବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
ସଂକ୍ରମିତ ଅଞ୍ଚଳର ୧ କିଲୋମିଟର ଭିତରେ କୁକୁଡ଼ା ଚାଷ ହେବନି । ୧ରୁ ୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠାଯିବନି ।
ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ ବ୍ୟାପକ କୁକୁଡ଼ା ମରିଲେ । ଅନେକ କୁକୁଡା ଫାର୍ମରେ ପଡ଼ି ରହିଛି ଶହ ଶହ ମଲା କୁକୁଡ଼ା ।
ପୁରୀ ନିମାପଡ଼ାରେ ପହଞ୍ଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ। ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କ ସହ ୩ ଜଣିଆ ଟିମ୍ ପହଞ୍ଚି ଗ୍ରାଉଣ୍ଡରେ ଯାଞ୍ଚ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ବାର୍ଡ ଫ୍ଲୁ ଚିହ୍ନଟ ପରେ ଚାଲିଛି କୁକୁଡା କଲିଂ। ଚାଷୀ ଆଖି ଆଗରେ ତାର ମାସ ମାସର ପରିଶ୍ରମକୁ ମାରି ସଫା କରିଦିଆଯାଉଛି। କେଉଁଠି ୨ ହଜାର ତ କେଉଁଠି ୪ ହଜାର ବେଧଡ଼କ ଚାଲିଛି କୁକୁଡା ମରା ଅଭିଯାନ।
କିଏ ୨୫ ଲକ୍ଷ ଋଣ କରିଥିଲା ତ କିଏ କୋଟିଏରୁ ଅଧିକ। କୁକୁଡା ଚାଷ ପାଇଁ ବ୍ୟାଙ୍କରୁ ଋଣ ଆଣି ଦିନ ରାତି ଖଟୁଥିଲା ଫାର୍ମରେ। କୁକୁଡାଙ୍କୁ ବିକ୍ରି କରି ଟଙ୍କା ପାଉଥିଲା ସତ, ହେଲେ ସେମାନେ ଥିଲେ ତାର ପରିବାର।
କିଏ ଓ କାହିଁକି ମୃତ କୁକୁଡ଼ା ଫିଙ୍ଗିଛି ତାହା ସ୍ପଷ୍ଟ ହୋଇନି । ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତାହା ବ୍ୟାପିଥିବା ଆଶଙ୍କା ବଢ଼ିଛି ।
କିଏ କହିଲେଣି ଅଣ୍ଡା ଖାଇବାକୁ ଡର ଲାଗୁଛି ତ ଆଉ କିଏ ପରାମର୍ଶ ଦେଲେଣି, କିଛି ଦିନ ପାଇଁ ଚିକେନ୍ ଛାଡ଼ି ଦେବାକୁ। ଆମିଷ ପ୍ରେମୀ ଚିନ୍ତାରେ, ବ୍ୟବସାୟୀ ବି ଘାଟାରେ।
କିଏ କହିଲେଣି ଅଣ୍ଡା ଖାଇବାକୁ ଡର ଲାଗୁଛି ତ ଆଉ କିଏ ପରାମର୍ଶ ଦେଲେଣି, କିଛି ଦିନ ପାଇଁ ଚିକେନ୍ ଛାଡ଼ି ଦେବାକୁ। ଆମିଷ ପ୍ରେମୀ ଚିନ୍ତାରେ, ବ୍ୟବସାୟୀ ବି ଘାଟାରେ।
ଭୁବନେଶ୍ବର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ରାଜଧାନୀବାସୀଙ୍କୁ ସତର୍କ କରିଛି ବିଏମସି । ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ରାଜଧାନୀର କୁକୁଡ଼ା ବ୍ୟବସାୟୀଙ୍କୁ ନୋଟିସ କରିଛି ବିଏମସି ।
ସରକାରଙ୍କ ପକ୍ଷରୁ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ା ପାଇଁ ୭୦ ଟଙ୍କା ଓ ଅଣ୍ଡା ପିଛା ୩ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ହୋଇଛି। ବାର୍ଡ ଫ୍ଲୁ କିଭଳି ଅଲଗା ଜିଲ୍ଲାକୁ ନ ବ୍ୟାପିବ ବିଭାଗ ସଚେତନ ରହିଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ।
ବଢ଼ିଲା ବାର୍ଡ ଫ୍ଲୁ' ଟେନସନ୍ । ପୁରୀ ଜିଲ୍ଲାରେ ସଂକ୍ରମିତ କୁକୁଡ଼ାଙ୍କ ଦେହରୁ ମଣିଷଙ୍କ ଶରୀରକୁ ବ୍ୟାପିନି ତ ବାର୍ଡ ଫ୍ଲୁ ?
ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବଢ଼ିଲା ଚିନ୍ତା । ୪ ଦିନରେ ପୋତା ଗଲାଣି ୨୮ ହଜାରରୁ ଅଧିକ କୁକୁଡ଼ା ।
ସଂକ୍ରମିତ ଅଞ୍ଚଳରେ ଚାଲିଛି କୁକୁଡାମରା । ଲୋକମାନଙ୍କୁ ସତର୍କ ରହିବା ପାଇଁ ଜାରି ହୋଇଛି ନିର୍ଦ୍ଦେଶାବଳୀ ।
ଚିନ୍ତା ବଢ଼ାଇଛି ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ । ପିପିଲି ଓ ସତ୍ୟବାଦୀରେ ମରାଗଲାଣି ୨୬ ହଜାରରୁ ଅଧିକ କୁକୁଡ଼ା । ମଣିଷଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗର ଆଡଭାଇଜରି ।
ବଢ଼ିଲା ବାର୍ଡ ଫ୍ଲୁ ଭୟ । ସଂକ୍ରମଣ ରୋକିବାକୁ ଚାଲିଲା କଲିଂ । ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପିପିଲି ଆବଲପୁର ଗାଁରେ କୁକୁଡ଼ା ମରା ଅଭିଯାନ ହୋଇଛି ।
ବାର୍ଡ ଫ୍ଲୁ ପରେ ପିପିଲିରେ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ । ୪୭ ଫାର୍ମରୁ ମରାଯିବ ୨୦ ହଜାରରୁ ଅଧିକ କୁକୁଡ଼ା ।
ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ! ଫାର୍ମରେ ମଲେଣି ହଜାର ହଜାର କୁକୁଡ଼ା । ଟିକେ ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ... କେମିତି କୁକୁଡ଼ା ଗୁଡ଼ିକ ମେରି ପଡ଼ିଛନ୍ତି ଫାର୍ମ ଭିତରେ ।
ଏକ ରିପୋର୍ଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ H5N1 ଭାଇରସ୍ ଏକ ଗୁରୁତର ସ୍ଥିତି ଆଡକୁ ଗତି କରୁଛି । ଏହା ବିଶ୍ୱ ପାଇଁ ମହାମାରୀ ସ୍ଥିତି ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି।
ପ୍ରଥମ ଥର ପାଇଁ ମଣିଷ ଶରୀରରେ H3N8 ବାର୍ଡ ଫ୍ଲ୍ୟୁ ଷ୍ଟ୍ରେନ୍ ଚିହ୍ନଟ କରାଯାଇଛି। ଚୀନର ଜଣେ ୪ ବର୍ଷୀୟ ବାଳକ H3N8 ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି।
ବ୍ରିଟେନର ସାଉଥ ୱେଷ୍ଟ ଇଂଲଣ୍ଡରୁ ଜଣେ ବ୍ୟକ୍ତିଙ୍କ ଠାରେ ଏକ ବିରଳ ଧରଣର ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଛି । ଏନେଇ ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ସଂସ୍ଥା (UKHSA) ପକ୍ଷରୁ ସୂଚନା ଦିଆଯାଇଛି ।
ବାର୍ଡ ଫ୍ଲୁ ସଂକ୍ରମଣରେ ଦେଶରେ ପ୍ରଥମ ମାନବ ମୃତ୍ୟୁ । ଏମ୍ସର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିବା ୧୧ ବର୍ଷର ନାବାଳକ ବାର୍ଡ ଫ୍ଲୁରେ ଜୀବନ ହରାଇଛି । ନାବାଳକ ଜଣକ ଏଚ୫ଏନୱାନରେ ସଂକ୍ରମିତ ହୋଇଥିବା କହିଛନ୍ତି ଡାକ୍ତର