/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724908772.jpg)
kaliya dalana ekadasi
ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ବା କାଳୀୟ ଦଳନ ଏକାଦଶୀ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ କାଳୀୟ ଦଳନ ଲୀଳା । ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ପରେ ପାଲିଙ୍କିରେ ଲବଣିଖିଆ ମଣ୍ଡପ ଯିବେ ଚଳନ୍ତି ପ୍ରତିମା । ସେଠାରେ ମହାଭୋଇ ସେବାୟତ ମାନେ ସରଲବଣୀ ଭୋଗ ଲାଗି ପରେ ମାର୍କଣ୍ଡ ପୁଷ୍କରିଣୀରେ କାଳୀୟ ଦଳନ ଲୀଳା ଅନୁଷ୍ଠିତ ହେବ ।
Advertisment
ଅନ୍ୟପଟେ ଏହି ଅବସରରେ ଶ୍ରୀଜିଉ କାଳୀୟ ଦଳନ ବେଶରେ ଦର୍ଶନ ଦେବେ। ଜଗନ୍ନାଥବଲ୍ଲଭ ମଠରୁ ଆସିଥିବା ଅମୃତ ଲଡୁକୁ ପୁଷ୍ପାଳକ ସେବାୟତ ମାନେ ଶ୍ରୀବିଗ୍ରହରେ ଲାଗି କରିବାର ପରମ୍ପରା ରହିଛି । ବିଶ୍ବାସ ରହିଛି ଶ୍ରୀଜିଉଙ୍କ ଏ ଦୁର୍ଲଭ ବେଶ ଦର୍ଶନ ସହ ଲଡୁ ଭୋଗ ଖାଇଲେ ସର୍ପଦଂଶନ ଯୋଗ କଟିଥାଏ ।...
ଏହା ପୂର୍ବରୁ ଶ୍ରୀମନ୍ଦିରରେ ଗତ ଜୁନ୍ ମାସରେ ରୁକ୍ମିଣୀ ହରଣ ଏକାଦଶୀ ପାଳନ କରାଯାଇଥିଲା। ଏହି ଏକାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)