• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Vegetable Price Hike
ଆକାଶ ଛୁଆଁ ପରିବା ଦର ! ଚାଷୀ ବିକୁଛି କମରେ, ଖାଉଟି କିଣୁଛି ଅଧିକରେ...

ସଚେତନ ଗ୍ରାହକଙ୍କ ଅଭିଯୋଗ, ମଝିରେ ମିଡିଲମ୍ୟାନ୍ କମାଉଛନ୍ତି ମୁନାଫା । କେବେ ହେବ ପରିବା ମଣ୍ଡି, କେବେ ଲାଗିବ ରେଟ୍ ଚାର୍ଟ ?

Sunabesha
ମହଣ ମହଣ ସୁନା ପିନ୍ଧି ଝଲସୁଛନ୍ତି ଚତୁର୍ଦ୍ଧା ମୁରତୀ

ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବାକୁ ଥିବାରୁ ଆଜି ସୁନାବେଶ ଦର୍ଶନ ସମୟ ରାତି ୧୧ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

Ratna Bhandar
୫ ଦଶନ୍ଧି ପରେ ଭିତର ଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ

୪୬ ବର୍ଷ ପରେ ଖୋଲିବ ରାଜରାଜୁଡ଼ା ଅମଳର ସିନ୍ଦୁକ ଓ ଆଲମିରା। ଖଟଶେଯ ଘରକୁ ଅଣାଯିବ ମହାପ୍ରଭୁଙ୍କ ଦିବ୍ୟ ଆଭୂଷଣ।

Odisha Politics
ସ୍କାନରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’, ଯୋଜନାର ଦାତା ଦଇବ କେହି ନାହିଁ...!

ସାଂଘାତିକ ଅଭିଯୋଗ ଆଣିଲେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ । ‘ଭଗବାନ ଭରସାରେ ଚାଲିଥିଲା ସ୍କିମ୍, ମନିଟରିଂ କରୁଥିଲା ଥାର୍ଡଫ୍ଲୋର୍’ ।

SCB
ହାଉସ୍ ସର୍ଜନଙ୍କୁ ନର୍ସ ସାର୍ ନଡାକିବାରୁ SCBରେ ଘନଉଛି କଳି

ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ । କାଲିଠୁ ରାଜ୍ୟବ୍ୟାପି କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର ।

Naveen Patnaik
ବିଜେପି ସରକାରକୁ ଜଗିବେ ନବୀନଙ୍କ ୫୦ ବିଧାୟକ

ନିଜ ଦଳର ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ବିରୋଧୀ ଦଳ ନେତା ନବୀନ। ସରକାରଙ୍କ କାର୍ଯ୍ୟ ଉପରେ ନିଘା ରଖିବାକୁ ନିଜ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି।

Sunabesha
Suna Besha 2024 LIVE Updates: ମହଣ ମହଣ ସୁନାରେ ଝଟକୁଛନ୍ତି କାଳିଆ ସାଆନ୍ତ

ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ମିଳିତ

banana kofta
ଘରେ ବନାନ୍ତୁ ସୁଆଦିଆ ‘କଦଳୀ କୋପ୍ତା’

ଘରେ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ କଞ୍ଚା କଦଳୀରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘କଦଳୀ କୋପ୍ତା’।

Man Strangles Mother
ପୁଅ ସାଜିଲା ପିଶାଚ, ମାଆର ତଣ୍ଟି ଚିପି ହତ୍ୟା କଲା ପୁଅ

ମାତୃହନ୍ତା ପାଲଟିଲା ପୁଅ । ମାଆର ତଣ୍ଟି ଚିପି ପୁଅ ମାରି ଦେଇଥିବା ଅଭିଯୋଗ । ବାଲେଶ୍ବର ଜିଲ୍ଲା ତାଳପଦା ଗାଁରେ ଅଭାବନୀୟ ଘଟଣା

Suna Besa 2024
Ratha Jatra 2024: ଆଜି ସୁନାରେ ଝଲସିବେ ଚତୁର୍ଦ୍ଧାମୂର୍ତ୍ତି; ଜାଣନ୍ତୁ କେଉଁ ଶିଖ୍ ସମ୍ରାଟ ମନ୍ଦିରକୁ ଦେଇଥିଲେ ପ୍ରଚୁର ସୁନା

ପ୍ରତି ଓଡ଼ିଆଙ୍କ ମନର ରାଜା ଆଜି ସମସ୍ତଙ୍କ ସମ୍ମୁଖରେ ଧାରଣ କରିବେ ରାଜରାଜେଶ୍ୱର ରୂପ। କିଏବା ଏହାକୁ ହାତଛଡା କରିବ। ଏନେଇ ଦେଶ ବିଦେଶରୁ ଛୁଟିଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଜି ରଥ ଉପରେ ଦର୍ଶନ କରିବେ କାଳିଆର ସୁନାବେଶକୁ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।

Gold Price Today
Gold Price Today 17th July 2024: ପୁଣି ବଢିଲା ସୁନା ଦର, ୨୨ କ୍ୟାରେଟ୍ ଦାମ୍ କେତେ...

ବୋଲ ମାନୁନି ସୁନା ଦର। ହୁ ହୁ ହୋଇ ବଢୁଛି ସୁନା ଦର । ଆଜି ସୁନା ଦର ବୃଦ୍ଧି ପାଇଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ବୃଦ୍ଧି ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Migrant labourer's Body Returns
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ମୁମ୍ବାଇରୁ ଆସିଲା ମରଶରୀର

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମରଶରୀର । ମୃତ ଶ୍ରମିକଙ୍କ ପତ୍ନୀ ଓ ଝିଅଙ୍କ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ । ସମବେଦନା ଜଣାଇବା ସହ ଝିଅର ପାଠପଢ଼ାରେ ସହଯୋଗ ପାଇଁ ଦେଲେ ଭରସା ।

  SCB Medical College & Hospital
SCBରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ହାଉସ ସର୍ଜନ ସଂଘ; ରୋଗୀସେବା ବାଧାପ୍ରାପ୍ତ...

ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ବି ସମାଧାନ ହେଲାନି ବିବାଦ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ହାଉସ ସର୍ଜନ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ। ରୋଗୀସେବା ବାଧାପ୍ରାପ୍ତ।

Higher Secondary Schools
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ଚଳିତବର୍ଷ ହାୟର୍ ସେକେଣ୍ଡାରୀ ସ୍କୁଲକୁ ଉନ୍ନୀତ ହେବ ୧୦ ହାଇସ୍କୁଲ

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ ରାଜ୍ୟର ଅନ୍ୟୁନ ୧୦ଟି ଉଚ୍ଚ ବିଦ୍ୟାଳୟ।  

 Private Hospital Fire Mishap
ଛତୁ ଫୁଟିଲା ଭଳି ହସ୍ପିଟାଲ; ଆବଶ୍ୟକ ଭିତ୍ତିଭୂମି ନଥାଇ କିଭଳି ଚାଲିଛି ରୋଗୀ ସେବା ?

କାହା ପାଖରେ ଫାୟାର ଲାଇସେନ୍ସ ଓ କ୍ଲିନିକାଲ ଏଷ୍ଟାବ୍ଲେସମେଣ୍ଟ ସାର୍ଟିଫିକେଟ ଅଛି ତ ଆଉ କାହାର ନାହିଁ । ସବୁ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି କିଛି ହସ୍ପିଟାଲ । 

heavy rainfall
ସପ୍ତାହେ ଭିଜାଇବ ! ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା । ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ।

Panchang
Panchang Today 17th July 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୧୧ଶୀ ରାତ୍ରୀ ୦୯.୦୩ ଗତେ ୧୨ଶୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ରାତ୍ରି ୦୯.୦୩ ଗତେ ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ।

Suna Besha 2024
ଆଜି ଶ୍ରୀଜିଉଙ୍କ ସୁନାବେଶ; ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି...

ପୁରି ଉଠିବ ସିଂହଦ୍ବାର, ଉଚ୍ଛୁଳିବ ବଡ଼ଦାଣ୍ଡ। ସକାଳୁ ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେବେ ରଥାରୁଢ଼ ୩ ଠାକୁର। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 17 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 17 July 2024
Ratnabhandar
ଗୁରୁବାର ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର, ସକାଳ ୯ଟା ୫୧ରୁ ୧୨ଟା ୧୫ ଶୁଭ ମୁହୂର୍ତ୍ତ 

ଖଟଶେଯ ଘରକୁ ସ୍ଥାନାନ୍ତର ହେବ ସିନ୍ଦୁକ ଓ ଆଲମାରୀରୁ ଅଳଙ୍କାର । ମୁଖ୍ୟ ପ୍ରଶାସକ କହିଲେ ସେଠି ପଡ଼ିଛି ୨ଟି ନୂଆ ତାଲା ।

AG
ନୂଆ ସରକାରକୁ ମାସେ ପରେ ବି AG ପଦବୀ ଖାଲି, ଲମ୍ବୁଛି ଆଶାୟୀଙ୍କ ତାଲିକା..!

AG ଭଳି ପଦବି ଖାଲି ପଡ଼ିବା ନେଇ ବିଜେଡିର ସମାଲୋଚନା। ଠିକ୍ ସମୟରେ ଠିକ୍ ବ୍ୟକ୍ତିଙ୍କୁ ଦିଆଯିବ ନିଯୁକ୍ତି କହିଲା ବିଜେପି ।

Mayor
ରାଗିଲେ ଅଞ୍ଚଳବାସୀ; ମେୟରଙ୍କ ଉପରେ ଖପ୍ପା, ମନ୍ତ୍ରୀଙ୍କ ପାଖେ ଦେଲେ ଫେରାଦ

ଲୋକଙ୍କ ରୋଷର ଶିକାର ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ବର୍ଷା ଦିନରେ ରାସ୍ତା ଓ ପରିମଳର ଦୁରବସ୍ଥା କଥା ଉଠାଇ, ମେୟରଙ୍କୁ ମନଭରି ଶୁଣାଇଲେ ଲୋକେ ।

OSD
ଗୃହ ବିଭାଗରେ ମାଳ ମାଳ OSD, ବିଜେଡି ମାର୍କା ବାବୁଙ୍କ ସଂଖ୍ୟା ୫ !

ପୂର୍ବତନ ପ୍ରଶାସକ କହିଲେ ନିଯୁକ୍ତି ନୁହେଁ ଆକ୍ସନ । କିଭଳି ତ୍ୱରାନ୍ୱିତ ହେବ ବିଭାଗୀୟ ପ୍ରୋସିଡିଂ ଉଠିଲା ପ୍ରଶ୍ନ ।

House Surgeon Protest
ତେଜିଲା ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନ ମଧ୍ୟରେ ବିବାଦ

ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ । ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ଦୋଷ ଲଦାଲଦି ।

Suna Besha
ରାତି ପାହିଲେ ସୁନାବେଶ; ଜନସମୁଦ୍ର ପାଲଟିବ ଶ୍ରୀକ୍ଷେତ୍ର, ସୁନାରେ ସଜେଇ ହେବେ ଶ୍ରୀଜିଉ

ଆଡ଼ପ ମଣ୍ଡପରେ ଲୀଳା ଖେଳା ସାରି ଭାଇ ଭଉଣୀଙ୍କ ସହ ଏବେ ନୀଳକନ୍ଦର ମୁହାଁ ନୀଳାଚଳିଆ । ମହଣ ମହଣ ଅଳଙ୍କାରରେ ଝଟକିବେ ମହାପ୍ରଭୁ । ପୁରି ଉଠିବ ସିଂହଦ୍ୱାର, ଉଚ୍ଛୁଳିବ ବଡ଼ଦାଣ୍ଡ ।