/odishatv-khabar/media/post_attachments/uploadimage/library/16_9/16_9_0/Scam__1724929727.jpg)
Scam
ନବୀନ ସରକାର ବେଳେ ମେଗା ପ୍ରକଳ୍ପ ନାଁରେ ହୋଇଛି ବଡ଼ ବଡ଼ ସ୍କାମ୍ । ସରକାର ଟାସ୍କ ଫୋର୍ସ ଗଠନ କରି ଏ ସବୁର ତଦନ୍ତ କରନ୍ତୁ ଓ ସତ ସାମ୍ନାକୁ ଆଣନ୍ତୁ ବୋଲି ଦାବି କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ । ନୂଆ ସରକାର ସବୁ ରିଭ୍ୟୁ କରନ୍ତୁ, ଯାହା ଆବଶ୍ୟକ ପଡୁଛି ତାହା କେମିତି ଓଡ଼ିଆ ଠିକାଦାର କାମ କରନ୍ତୁ ସେ ଦିଗରେ ଧ୍ୟାନ ଦେବାକୁ ଦାବି ରଖିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ ।
ଅଧିକ ପଢ଼ନ୍ତୁ: ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟି
ନବୀନ ସରକାରରେ ୨ ଶହ ଅଣ-ଓଡ଼ିଆ ଠିକାଦାରଙ୍କୁ ଦିଆଯାଇଥିବା ୧ ଲକ୍ଷ କୋଟି ଟଙ୍କା ପ୍ରକଳ୍ପର ସ୍ଥିତି ଓ ସ୍ଥାୟୀତ୍ବ ସମ୍ପର୍କରେ ତୁରନ୍ତ ସମୀକ୍ଷା କରିବାକୁ ଦାବି କରାଯାଇଛି । ଦୁର୍ନୀତି ଓ ହରିଲୁଟରେ ଛନ୍ଦି ହୋଇପଡିଥିବା ସମସ୍ତ ମେଗା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କରାଯାଇ ଅଣ-ଓଡ଼ିଆ ଠିକାଦାର ଓ ଦୁର୍ନୀତି ଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠନ ଗ୍ରହଣ ପାଇଁ ମଧ୍ୟ ଦାବି ହୋଇଛି।
କେବଳ ଯାଜପୁର ଜିଲ୍ଲାର RWSS ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ମେଘା ଇଂଜିନିୟରିଂ କମ୍ପାନୀକୁ ବଡ଼ଚଣା ଓ ଧର୍ମଶାଳା ଅଞ୍ଚଳର ପାନୀୟ ଜଳ ପ୍ରକଳ୍ପ ପାଇଁ ୩୩୫ କୋଟି, ଦଶରଥପୁର ବ୍ଲକ ପାନୀୟ ଜଳ ପ୍ରକଳ୍ପ ପାଇଁ ୧୭୮ କୋଟି, ଯାଜପୁର ବିଞ୍ଝାରପୁର ବ୍ଲକ ପାନୀୟ ଜଳ ପ୍ରକଳ୍ପ ପାଇଁ ୨୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାର ତଦନ୍ତ ଦାବି କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)