• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ପର୍ବପର୍ବାଣୀ ହେଉ କିମ୍ବା ଘରକୁ ଅତିଥି ଆସିଲେ ପରଷା ଯାଏ ମିଠା । ଆଜି ଆମେ ଘରର ବଳକା ଜିନିଷ ଓ ଖୁବ୍ ଅଳ୍ପ ସମୟରେ ବନେଇବୁ ଏକ ମିଠା । ଏହି ମିଠାକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ‘କେଶର ପିସ୍ତା କୁଲ୍‌ଫି’

    ଆବଶ୍ୟକ ସାମଗ୍ରୀ: କ୍ଷୀର, ଚିନି, ମିଲ୍କ ପାଉଡର, ଘିଅ

    ପ୍ରସ୍ତୁତି ପ୍ରଣାଳୀ:

    • ପ୍ରଥମେ ଏକ ପ୍ୟାନ୍‌ରେ ଏକ କପ୍‌ କ୍ଷୀର ଗରମ କରନ୍ତୁ।
    • କ୍ଷୀର ଫୁଟି ଆସିଲେ ସେଥିରେ କ୍ଷୀରର ଅଧା ପରିମାଣର ଚିନି ପକାନ୍ତୁ ।
    • ଏହାକୁ ଭଲ ଭାବେ ଗୋଳାନ୍ତୁ । ଏହାପରେ ସେଥିରେ ଏକ କପ୍‌ ମିଲ୍କ ପାଉଡର ପକାଇ ଭଲ ଭାବ ଗୋଳାନ୍ତୁ।
    • ଏହା ଗାଢ଼ ହୋଇ ଆସିଲେ ସେଥିରେ କିଛି ଗୁଆ ଘିଅ ପକାଇ ଦିଅନ୍ତୁ।
    • ପରେ ଏହାକୁ ଏକ ପାତ୍ରକୁ ବାହାର କରି ଥଣ୍ଡା କରନ୍ତୁ।
    • ଏହାପରେ ହାତରେ ଭଲ ଭାବେ ଚକଟି ଛୋଟ ଛୋଟ ଗୋଲ ସାଇଜର ମିଠା ଆକୃତିର କରି ଦିଅନ୍ତୁ। ସେଥିରେ କେଶର ଓ ବାଦାମ ପକାଇ ମିଠା ଉପରେ ସଜାଇ ଦିଅନ୍ତୁ ।

    ଏବେ ପ୍ରସ୍ତୁତ ହୋଇଗଲା ଘର ତିଆରି ମିଠା। ଏହି ମିଠାକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଅତିଥି ଆସିଲେ ପରଷନ୍ତୁ ।

    ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ଜଗନ୍ନାଥଙ୍କ ପ୍ରିୟ ଭୋଗ ‘ଖଜା’

      OTV is now on Whatsapp

      Join and get latest news update delivered to you via whatsapp

      Join Now