ଦେବୀଙ୍କ ବିସର୍ଜନ ସମସ୍ୟାକୁ ନେଇ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଦୁଇ ଗୋଷ୍ଠୀଙ୍କୁ ଡାକି ଆଲେଚନା କରିବା ସହ ମାମଲାର ସମାଧାନ ଲାଗି ଉଦ୍ୟମ କରୁଛି ।
ଖାଁ ଖାଁ ପୂଜା ମଣ୍ଡପ । ଶାରଦୀୟ ପୂଜା ପରେ ମା'ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ । ପୁଣି ଆସନ୍ତା ବର୍ଷକୁ ଅପେକ୍ଷା । ଦୀର୍ଘ ୯ଦିନ ଧରି ଜଗତଜନନୀ ମା' ଦୁର୍ଗାଙ୍କୁ ବିଭିନ୍ନ ପୂଜା ମଣ୍ଡପରେ ପୂଜାର୍ଚ୍ଚନା ପରେ ବିସର୍ଜନ କରାଯାଇଛି।
ଦଶହରା ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ବେଶ୍ ଜାକଜମକରେ ଭସାଣ ଉତ୍ସବ କରାଯାଇଛି। ଭସାଣି ବେଳେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନବରଙ୍ଗପୁରରେ ଭସାଣି ବେଳେ ଛୁରାମାଡରେ ନାବାଳରର ମୃତ୍ୟୁ ହୋଇଥିବା ବେଳେ ଖଲ୍ଲିକୋଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।
ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା‘ ଜଗତଜନନୀ । ମା’ଙ୍କୁ ବିଦାୟ ଦେବା ବେଳେ ଭକ୍ତଙ୍କ ଆଖି ଛଳଛଳ । ସରିଲା ମା’ଙ୍କ ନବଦିନାତ୍ମକ ଲୀଳା।
ଅନେକ ନିଖୋଜ ଆଶଙ୍କା, NDRF ପକ୍ଷରୁ ଉଦ୍ଧାର କାମ ଜାରି
ଦୁର୍ଗା ମୂର୍ତ୍ତି ବିସର୍ଜନ କରି ଘରକୁ ଫେରୁଥିବା ବେଳେ ଲୋକଙ୍କ ଉପରକୁ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ ଦେଶୀ ବୋମା ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାସହ ଘଟଣାସ୍ଥଳରେ ଥିବା ଗାଡ଼ିକୁ ଭଙ୍ଗାରୁଜା କରିବା ଅନେକ ଗାଡ଼ିର କାଚ ଭାଙ୍ଗି ଦେଇଥିଲେ।
ଶନିବାର ରାତିରେ ଦୁର୍ଗା ମେଢ଼ ଭସାଣ ବେଳେ ଦ୍ରୁତ ଗତିରେ ଥିବା ଏକ କାର୍ ହଠାତ୍ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୩ ଜଣ ଯୁବକ ଆହତ ହୋଇଛନ୍ତି। ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଇଛନ୍ତି ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ୪ ଫୁଟ ଉଚ୍ଚତାକୁ ନେଇ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା। କହିଲେ ପୂଜା କମିଟି ଓ ଶାନ୍ତି କମିଟିର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ମୂର୍ତ୍ତି ଉଚ୍ଚତା ସ୍ୱାଭାବିକ ଓ ପରଦା ନ ଢାଙ୍କି ପୂଜା ଅନୁମତି ପାଇଁ କୁହାଯାଇଛି।
ମୂର୍ତ୍ତି ବିବାଦ ନେଇ କାଲି ରାୟ ଶୁଣାଇବ ହାଇକୋର୍ଟ୍। ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା