ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଉଦବେଗ । ହିଞ୍ଜିଳିରେ ୨୪ ବର୍ଷରେ ଶହେ ହତ୍ୟାକାଣ୍ଡ ତଥ୍ୟକୁ ନେଇ ହଟଚମଟ ।
ବିଚାରାଧୀନ କଏଦୀଙ୍କୁ ହାଇଦର ପୁଅର ଆକ୍ରମଣର ଖୋଳତାଡ଼ । ସମସ୍ୟା ବଢ଼ାଇଛି ହାଉଜାଉ କଏଦୀ ।
ପୁଣି ଆରମ୍ଭ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ । ପୂର୍ବ ସରକାରରେ ଅଟକିଥିଲା, ନୂଆ ସରକାରରେ ତ୍ୱରାନ୍ୱିତ ହେବ ।
'ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନଥିବା ସୁପ୍ରିମକୋର୍ଟଙ୍କ ରାୟ'
୨୧ରୁ ୬୦ ବର୍ଷ ବୟସ ସୀମା ରଖିବାରୁ ୨୧ରୁ କମ୍ ଏବଂ ୬୦ ବର୍ଷରୁ ଅଧିକ ମହିଳା ବାଦ୍ ପଡିବେ। ରାଜ୍ୟର ୨ କୋଟି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଦାବି ରଖିଛି ଦଳ ।
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ରେଡ୍ ବେଳେ ବାବୁଙ୍କ ଠାରୁ ଭିଜିଲାନ୍ସ ପାଇଛି ଆଖି ଖୋସିଗଲା ଭଳି ସଂପତ୍ତି ।
ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିଲା ଯୋଜନା । ଯୋଜନା କେବଳ ଧର୍ମକୁ ଆଖି ଠାର୍ ବୋଲି ଅଭିଯୋଗ । ବିଭିନ୍ନ ୱାର୍ଡରେ ୯୮ ପ୍ରକଳ୍ପରୁ ହୋଇଛି ମାତ୍ର ୪୧ଟିର କାମ ।
ବାବୁ ମାନଙ୍କ ସରକାରୀ କ୍ୱାର୍ଟର ମରାମତିରେ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଣ୍ଟାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଭୁବନେଶ୍ୱର ଚନ୍ଦକାରେ ହାତୀଛୁଆ ମୃତ୍ୟୁର କାରଣ ତାଳ ବୋଲି ଜଣାପଡ଼ିଛି । ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହୋଇଛି ମୃତ୍ୟୁର କାରଣ ।
‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଖବର । ପୋର୍ଟାଲରେ ମିଳିବ ‘ସୁଭଦ୍ରା’ ଯୋଜନାର ସମସ୍ତ ସୂଚନା ।
ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ। ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଓଡ଼ିଶାରେ ପ୍ରତିଷ୍ଠା ହୋଇନପାରେ ହାଇକୋର୍ଟ ବେଞ୍ଚ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତରରେ ଏହା ସ୍ପଷ୍ଟ କରିଛନ୍ତି ।
ସ୍ବାୟତ୍ତ ଶାସନ ଦିବସରେ ଯାଜପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ବିଜେପି ସାଂସଦ ରବି ନାରାୟଣ ବେହେରା ଓ ବିଜେଡି ବିଧାୟକ ସୁଜାତା ସାହୁଙ୍କ ମଧ୍ୟରେ କଥା କଟାକଟି ।
T.E.Ravenshaw ବା ଟମାସ୍ ଏଡଵାର୍ଡ ରେଭେନ୍ସା । ଯାହାଙ୍କ ପାଇଁ କଟକ ମାଟିରେ ଠିଆ ହୋଇଛି ଓଡ଼ିଶାର ପ୍ରସିଦ୍ଧ ରେଭେନ୍ସା ବିଶ୍ବ ବିଦ୍ୟାଳୟ ।
ଖାଲି ନାଗ ସାପ ନୁହେଁ ଏମିତି ୮ ପ୍ରକାରର ବିଷାକ୍ତ ସାପ ପୂରା ଢେଙ୍କାନାଳ ଜିଲ୍ଲାରେ ଚିନ୍ତା ବଢ଼ାଇଲେଣି । କାରଣ ଗତ ୫ ବର୍ଷ ମଧ୍ୟରେ ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା ୧୭୫ରେ ପହଞ୍ଚିଲାଣି ।
ନନ୍ଦନକାନନରେ ଗୋଟିଏ ମାତ୍ର ଜିରାଫ୍-ଖୁସି ରହିଛି। ଖୁସିକୁ ଦୁଇ ଜଣ ବନ୍ଧୁ ମିଳିବା ପରେ ନନ୍ଦନକାନନରେ ଜିରାଫ୍ ସଂଖ୍ୟା ୩ କୁ ବୃଦ୍ଧି ପାଇଛି।
ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ ମାରିଛି ଭିଜିଲାନ୍ସ ।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀରେ ୦୨ ତାରିଖ ସୋମବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ରାଜ୍ୟରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। ଆଜି ପୁଣି ୨ଟି ହାତୀ ଶାବକଙ୍କର ମୃତ୍ୟୁ ଘଟିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କିଏ ୨୫ ଲକ୍ଷ ଋଣ କରିଥିଲା ତ କିଏ କୋଟିଏରୁ ଅଧିକ। କୁକୁଡା ଚାଷ ପାଇଁ ବ୍ୟାଙ୍କରୁ ଋଣ ଆଣି ଦିନ ରାତି ଖଟୁଥିଲା ଫାର୍ମରେ। କୁକୁଡାଙ୍କୁ ବିକ୍ରି କରି ଟଙ୍କା ପାଉଥିଲା ସତ, ହେଲେ ସେମାନେ ଥିଲେ ତାର ପରିବାର।
ମୋଗଲ ଆକ୍ରମଣ ବେଳେ ଚଟାଣ ତଳେ ଲୁଚାଯାଇଛି କି ରତ୍ନ ଅଳଙ୍କାର ? ଏ ପ୍ରଶ୍ନର ଉତ୍ତର ଯେ ପର୍ଯ୍ୟନ୍ତ ନ ମିଳିଛି ସେ ଯାଏଁ ଝୁଲି ରହିପାରେ ରତ୍ନଭଣ୍ଡାର ମରାମତି।
ଦୁର୍ନୀତି ଓ ହରିଲୁଟରେ ଛନ୍ଦି ହୋଇପଡ଼ିଛି କି ଯାଜପୁର ଜିଲ୍ଲା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ? ଅଣ ଓଡ଼ିଆ ଠିକାଦାରଙ୍କୁ ପୋଷିବା ପାଇଁ ପୂର୍ବ ବିଜେଡି ସରକାର କରିଥିଲେ କି ଗଳାବାଟ ?
ବହୁ ପ୍ରତୀକ୍ଷିତ, ସୁଭଦ୍ରା ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ । ଏଥିପାଇଁ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଆପଣ ଫର୍ମ ଆଣିପାରିବେ, ନଚେତ୍ ଆଙ୍ଗନବାଡି ଦିଦିମାନେ ବି ଘରକୁ ଘର ଯାଇ ଫର୍ମ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ରେଭେନ୍ସା ନାମ ପରିବର୍ତ୍ତନ ହେବା ଦରକାର ବୋଲି ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।