• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଛିଡୁନି ଭୁବନେଶ୍ୱର ବିଜେଡ଼ି ବିବାଦ । ଦୁଇ କର୍ପୋରେଟରଙ୍କୁ କାରଣ ଦର୍ଶାଅ ନୋଟିସର ପରେ ମଧ୍ୟ ଥମୁନି ବୟାନବାଜି । ନିର୍ଦ୍ଧିଷ୍ଟ ସମୟରେ ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ନିକଟରେ ଉତ୍ତର ରଖିବା ପରେ ସିଧାସଳଖ ଅନନ୍ତ ଏବଂ ଅଶୋକ ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି ବିଏମ୍‌ସିର ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଆଉ ବିରଞ୍ଚି ମହାସୁପକାର ।

ପୁଣି ତେଜିଲା ଭୁବନେଶ୍ୱର ବିଜେଡ଼ି କଳି .. କାରଣ ଦର୍ଶାଅ ନୋଟିସ୍ ପରେ ଥମୁନି ବୟାନବାଜି । ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଏବଂ ବିରଞ୍ଚି ମହାସୁପକାର ଆଜି ଭୁବନେଶ୍ୱର । ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କ ନିକଟରେ କାରଣ ଦର୍ଶାଅ ଉତ୍ତର ରଖିବା ପରେ ଗଣମାଧ୍ୟମ ସମ୍ମୁଖରେ ବର୍ଷିଛନ୍ତି ।

ସିଧାସଳଖ ପୂର୍ବତନ ବିଧାୟକ ଅଶୋକ ପଣ୍ଡା ଏବଂ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉପରେ ଗର୍ଜିଛନ୍ତି । ଦୁହେଁ କହିଛନ୍ତି, ଯଦି ଆମକୁ କାରଣ ଦର୍ଶାଅ ନୋଟିସ୍ ଦିଆଗଲା ତେବେ ସମାନ ନ୍ୟାୟରେ ସେମାନଙ୍କୁ ବି ଦଳ କାରଣ ଦର୍ଶାଅ ନୋଟିସ୍ ଜାରି କରୁ । ଆମ ଦୁଇ ଜଣଙ୍କୁ ସେମାନେ ଦଳରୁ ଅଲଗା କରିବାକୁ ଚାହୁଁଛନ୍ତି କହି ଟାର୍ଗେଟ୍ କରିବା ସହ, ଦଳର ସଭାପତିଙ୍କୁ ଏ ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ଲେଖି ଜଣାଇ ଦିଆଯାଇଥିବା କହିଛନ୍ତି ।

ସେପଟେ ୨୦୨୪ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ତୀବ୍ର ହେଉଛି ଭୁବନେଶ୍ୱର ବିଜେଡି କନ୍ଦଳ । ବିଜେଡ଼ି କର୍ପୋରେଟର ଏବେ ଦୁଇ ଫାଳ । ଫୁଟିକି ବାହାରୁଛି ଦଳୀୟ ଫାଟ । କିଛି ଦିନ ତଳେ ବିଜେଡି କର୍ପୋରେଟରଙ୍କ ଗୋଟିଏ ଗୋଷ୍ଠୀ ଏକ ବସରେ ପୁରୀ ଲୋକନାଥଙ୍କ ଦର୍ଶନ କରି ଦଳର ସୁପ୍ରିମୋ ନବୀନଙ୍କୁ ଭେଟିଥିଲେ ।

ଏହାରି ଭିତରେ ଆଜି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି କାହାକୁ କାହିଁକି ସୋ କଜ ନୋଟିସ ଦିଆଯାଇଥିଲା, ସେ କଣ ଉତ୍ତର ରଖିଲେ ସେ ସବୁ ହାଇକମାଣ୍ଡ ଦେଖିବେ । ତେବେ ଆଗକୁ ଭୁବନେଶ୍ୱର ବିଜେଡ଼ି ରାଜନୀତିରେ କି ରୋଚକ ମୋଡ଼ ଆସୁଛି, ଦେଖିବା ବାକି ରହିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now