• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ୍ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି । ଟ୍ରାଙ୍କୁଲାଇଜ୍ ପରେ ଆହତ ହାତୀକୁ ନନ୍ଦନ କାନନ ଆଣୁଛି ବନ ବିଭାଗ । ବିଳମ୍ବିତ ରାତିରେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ଏହା ପରେ ଆହତ ହାତୀକୁ ଚିକିତ୍ସା ପାଇଁ ନନ୍ଦନ କାନନ ଅଣାଯାଉଛି ।

ଦୁଇ ଦିନ ତଳେ ରାଉରକେଲା ବନ୍ଧମୁଣ୍ଡା ଆର କ୍ୟାବିନ ଠାରେ ୨୩ ଟିକିଆ ହାତୀପଲଙ୍କୁ ଟ୍ରେନ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ହାତୀ ଆହତ ହୋଇଥିଲେ । ଗୁରୁତର ଥିବା ଏକ ହାତୀ ବନ୍ଧମୁଣ୍ଡା ନିକଟ ଜଙ୍ଗଲକୁ ଚାଲିଯାଇଥିବା ବେଳେ ଗୋଟିଏ ଆହତ ହାତୀକୁ ଟ୍ରାଙ୍କୁଲାଇଜ୍ କରିଛି ବନ ବିଭାଗ ।

ମିଳିଥିବା ଭିଡିଓରୁ ସ୍ପଷ୍ଟ ହେଉଛି, ଅଞ୍ଚଳରେ ଥିବା କିଛି ହାତୀ ପଲଙ୍କୁ ଲୋକେ ରାତିରେ ଟର୍ଚ ଲାଇଟ୍ ମାରି ଘଉଡ଼ାଉଥିଲେ । ତେବେ ହାତୀପଲ ଭୟରେ ଟ୍ରେନ୍ ଲାଇନ୍ ଆଡକୁ ଦୌଡୁଥିବା ବେଳେ ସେହି ସମୟରେ ଏକ ମାଲବାହୀ ଟ୍ରେନ୍ ଆସି ହାତୀପଲଙ୍କୁ ଧକ୍କା ଦେଇଥିଲା । ଦିନକୁ ଦିନ ତୀବ୍ର ହେଉଛି ହାତୀ-ମଣିଷ ଲଢେଇ ।

କେତେବେଳେ ହାତୀ ଜନବସତି ମୁହାଁ ହୋଇ ଧନଜୀବନ ନଷ୍ଟ କରୁଛି ତ ଆଉ କେତେବେଳେ ମଣିଷ ହାତୀ ଦାନ୍ତ ପାଇଁ ତାକୁ ଶିକାର କରୁଛି । କେବେ ଏହି ସମସ୍ୟାର ସମାଧାନ ହୋଇପାରୁଛି ତାହା କେବଳ ଦେଖିବାକୁ ବାକି ରହିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now