Advertisment

ଅମରଙ୍କ ବଡ଼ ବୟାନ; କହିଲେ, ଆଗକୁ ଓଡ଼ିଶା ରାଜନୀତିରେ ବହୁତ କିଛି ଘଟିବାକୁ ଯାଉଛି

ଦଳକୁ ସଜାଡି ଯିବାକୁ ମୋର ଯେଉଁ ମତ ଥିଲା ତାକୁ ଠିକ୍ ଭାବେ ଦଳ ଗ୍ରହଣ କଲାନି । ମୁଁ ଯେହେତୁ ବିଜେଡିରେ ନାହିଁ ସେଥିଲାଗି ବିଜେଡି ସମ୍ପର୍କରେ ମତ ଦେବାକୁ ଠିକ୍ ମନେ କରୁନି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Amar Satpathy On Odisha Politics

Amar Satpathy

ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଆହୁରି ଅନେକ ଘଟଣା ଘଟିବାକୁ ଯାଉଛି କହି ଆଜି ଆଉ ଏକ ବାଣ ମାରିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ । ବିଜେଡିରେ ମୁଁ ଆଉ ନାହିଁ ବୋଲି ବୟାନ ଦେବା ପରେ ଅମର କହିଛନ୍ତି, ବିଜେଡିକୁ ନେଇ ମୁଁ ଦେଇଥିବା ମତକୁ ନେଇ ଅନେକ ବିଜେଡି ବନ୍ଧୁଙ୍କଠୁ ସମର୍ଥନ ମିଳୁଛି । କିନ୍ତୁ ସେମାନେ publicly ଆସୁନାହାନ୍ତି । ସେମାନଙ୍କର ବି ସମାନ ମତ ଯେ କିପରି ଦଳକୁ ସଜଡ଼ା ଯିବ ।

Advertisment

ଦଳକୁ ସଜାଡିକୁ ମୋର ଯେଉଁ ମତ ଥିଲା ତାକୁ ଠିକ୍ ଭାବେ ଦଳ ଗ୍ରହଣ କଲାନି । ମୁଁ ଯେହେତୁ ବିଜେଡିରେ ନାହିଁ ସେଥିଲାଗି ବିଜେଡି ସମ୍ପର୍କରେ ମତ ଦେବାକୁ ଠିକ୍ ମନେ କରୁନି । ବିଜେଡି ଭବିଷ୍ୟତ କ’ଣ କହିପାରିବିନି କିନ୍ତୁ ବିଜେପି ପରିସ୍ଥିତିର ସୁବିଧା ନେଇଛି ବୋଲି କହିଛନ୍ତି ଅମର ।

ଅଧିକ ପଢ଼ନ୍ତୁ: ‘ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ, ସେ ପର୍ଯ୍ୟନ୍ତ ବିଜେଡି ଆସିବନି’

Advertisment

ସେହିପରି ଏ ପରିସ୍ଥିତିରେ ବିଜେପି ପାଇଁ ବର୍ତ୍ତମାନ ଆଗକୁ ବଢ଼ିବାକୁ କ୍ଷେତ୍ର ପ୍ରସ୍ତୁତ ହେଉଛି, ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଅନେକ ଘଟଣା ଘଟିବାକୁ ଯାଉଛି ବୋଲି ବି କହିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ ।

ସୂଚନା ଅନୁସାରେ ଗତକାଲି ଅମରଙ୍କୁ ବିଜେଡି ଛାଡ଼ି ପଳାଇବାକୁ କହିଥିଲେ ଲେନିନ୍‌ ମହାନ୍ତି । ବରିଷ୍ଠ ନେତା ଅମର ଶତପଥିଙ୍କ ବିସ୍ଫୋରକ ବୟାନ ପରେ ଲେନିନ୍‌ ଅମରଙ୍କୁ ଏପରି କହିଥିଲେ । କିଛିଦିନ ତଳେ ଅମର ଶତପଥୀ ଦଳର ପରାଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ । ନିର୍ବାଚନ ବିଜୟ ସମୟରେ ଯଦି ନବୀନ ଶ୍ରେୟ ନେଉଥିଲେ ତାହେଲେ ପରାଜୟର ଦାୟିତ୍ବ ବି ସେ ମୁଣ୍ଡାଇବେ ବୋଲି କହିଥିଲେ।

ଏହାର ଜବାବରେ ଲେନିନ୍‌ କହିଥିଲେ, ଯାହାଙ୍କୁ ଦଳରେ ଅଣନିଃଶ୍ବାସୀ ଲାଗୁଛି, ଛାଡ଼ି ପଳାଇଲେ ଭଲହୁଅନ୍ତା । ସେ ତ ନିଜ ପୁତୁରାଙ୍କୁ ଆଗରୁ ବିଜେପିକୁ ଛାଡ଼ିଛନ୍ତି, ଏବେ ନିଜେ ପଳାନ୍ତୁ । ଦଳ ତାଙ୍କୁ ୬ ଥର ବିଧାୟକ କରିଛି, ବିଭିନ୍ନ ପଦ ପଦବୀ ଦେଇଛି। ତା ପରେ ଯଦି ତାଙ୍କୁ ଅଣନିଃଶ୍ବାସୀ ଲାଗୁଛି, ଛାଡ଼ି ପଳାଇଲେ ଭଲ ହେବ । ସେ ଚାଲିଗଲେ ଦଳର ପଇସାଟିଏର କ୍ଷତି ହେବ ନାହିଁ କହିଥିଲେ ଲେନିନ୍‌ ।

ଏହାର ଉତ୍ତର ଦେବାକୁ ଯାଇ ସେ ବିଜେଡିରେ ନାହାଁନ୍ତି ବୋଲି ବଡ଼ ମନ୍ତବ୍ୟ ଦେଇଥିଲେ ଅମର ଶତପଥୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମର କହିଥିଲେ ମୁଁ ବିଜେଡିରେ ନାହିଁ, ମୁଁ ଏବେ ସ୍ବାଧୀନ । ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି । ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ କିନ୍ତୁ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି। ଲେନିନ୍‌ଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି ବୋଲି କହିଥିଲେ ଅମର ।

ଅଧିକ ପଢ଼ନ୍ତୁ: ତେଜିଲା ଭୁବନେଶ୍ବର ବିଜେଡି କନ୍ଦଳ, ନାଁ ନନେଇ ଗର୍ଜିଲେ ବାୟାଁ ଓ ଲିଟୁ

BJD Odisha Politics
Advertisment
Advertisment