/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728978143.jpg)
prasanna patasani
ବିଜେଡି ପରାଜୟକୁ ନେଇ ପୂର୍ବତନ ସାଂସଦ ପ୍ରସନ୍ନ ପଟ୍ଟଶାଣୀଙ୍କ ବଡ଼ ବୟାନ । ଅମର ଶତପଥୀଙ୍କ ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ । କହିଲେ ମୁଁ ବିଜେଡି ଲୋକ । ମୋ ଜନ୍ମ ଜାତକରେ ମୋ ନା ପଢିବେ। ଦଳ ଗଢିକି ଦଳ ଛାଡିଲା ବେଳେ ବଡ଼ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡ଼ିକି ଆସିନଥାନ୍ତି । ଅମର ଶତପଥି ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି । ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ । ମୁଁ ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି ବୋଲି ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ଅମରଙ୍କ ଅସ୍ତ୍ରରେ ଘାଇଲା ବିଜେଡି; ମେଲୁଛି ଫାଟ, ମୁହାଁମୁହିଁ ହେଉଛନ୍ତି ନେତା
ସେ ଆହୁରି କହିଛନ୍ତି ଯେ, ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟ ସରକାର ଚାଲିଗଲା । ବିଜେଡିରେ ତ କେହି ନବୀନଙ୍କ ବିରୋଧରେ କହୁ ନାହାନ୍ତି । ପାଣ୍ଡିଆନଙ୍କୁ କାହିଁକି କହୁଛନ୍ତି । ରାଜନୀତି କରିବା ପାଇଁ ବହୁତ ଭଲ ଭଲ ଲୋକ ଅଛନ୍ତି । ପାଣ୍ଡିଆନ ପଛରେ ଧାଇଁଲେ କ’ଣ ହେବ । ଲୋକ ମାନେ ଯେଉଁ ଦଳକୁ ଫୋପାଡି ଦେଲେ ସେ ଦଳର କ’ଣ ହେବ ବୋଲି ସେ କହିଛନ୍ତି ।
#ପାଣ୍ଡିଆନ_ପାଇଁ_ବିଜେଡି_ଛାଡ଼ିଲି: ପାଟ୍ଟଶାଣୀ
ଅମର ଶତପଥୀଙ୍କ ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ । ପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି କହିଲେ ପୂର୍ବତନ ସାଂସଦ ପାଟ୍ଟଶାଣୀ । ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ, ସେ ପର୍ଯ୍ୟନ୍ତ ବିଜେଡି ଆସିବନି #OTVpic.twitter.com/XS6496obx9— ଓଟିଭି (@otvkhabar) October 15, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)