/odishatv-khabar/media/post_attachments/uploadimage/library/16_9/16_9_0/Crime_1729048696.jpg)
Crime
ଦୁଇ ଯୁବକଙ୍କୁ ହତ୍ୟା ପରେ ପ୍ରବଳ ଉତ୍ତେଜନା । କେନ୍ଦୁଝର ଆନନ୍ଦପୁର ବ୍ଲକ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଗତକାଲି ରାତିରେ ପାଣ୍ଡୁଆ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାଇକରେ ଯାଉଥିବା ସେହି ଗାଁର ଜଣେ ଯୁବକଙ୍କୁ କେହି ହତ୍ୟା କରିଥିଲା । ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
Advertisment
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜା, ଓଡ଼ିଶାରେ ଚାଞ୍ଚଲ୍ୟ: ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ
ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେବା ସହ ଉତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ଅନ୍ୟପଟେ ମୃତ ଯୁବକଙ୍କ ସମର୍ଥକଙ୍କ ଆକ୍ରମଣରେ ଜଣେ ମହିଳା ଓ ଦୁଇଜଣ ପୁରୁଷ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍ । ଆନନ୍ଦପୁର sdpo ଙ୍କ ସମେତ ପୋଲିସ ଘଟଣାସ୍ଥଳରେ ୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)