/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728998031.jpg)
Paddy Procurement
ଥରେ ହିଁ ଯାଞ୍ଚ ହେବ ଧାନର ମାନ । ମିଲରେ କଟନୀ ଛଟନୀର ଶିକାର ହେବେନି ଚାଷୀ । ଆଗରୁ ମଣ୍ଡିରେ ଥରେ ଏବଂ ମିଲରେ ଥରେ ମାନ ଯାଞ୍ଚ ହେଉଥିଲା । ଏବେ ଥରେ ମାତ୍ର ଯାଞ୍ଚ ହେବ । ଧାନ କିଣା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଧାନ ବିକ୍ରି ବେଳେ ସିଲ ହେବ ପଡୋଶୀ ରାଜ୍ୟ ସୀମା ।
ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ବିକି ପାରିବେନି ଧାନ । ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟର ସୀମାରେ ଚେକିଂ କଡାକଡି ହେବ । ବଡ କଥା ହେଲା ଜିଲ୍ଲାପାଳ ବଢାଇ ପାରିବେ ଚାଷୀଙ୍କ ଟୋକନ ସୀମା । ସେଥିପାଇଁ ଜିଲ୍ଲାପାଳଙ୍କୁ ଅଧିକୃତ କ୍ଷମତା ଦିଆଯିବ । ଆଉ ରାଜ୍ୟ ସରକାର ପାଖକୁ ପଠାଇବେନି ଜିଲ୍ଲା ସ୍ତରରେ ନିଷ୍ପତ୍ତି ନେଇ ପାରିବେ ।
ସେହିପରି ବର୍ଷାରୁ ବର୍ତ୍ତିବାକୁ ମଣ୍ଡି ଗୁଡିକରେ ନିର୍ମାଣ ହେବ ଗୋ-ଡାଉନ । ଚାଷୀଙ୍କ ପାଇଁ ବି ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯିବ । ସବୁ ମଣ୍ଡି ଗୁଡିକର ଆଧୁନିକରଣ ପାଇଁ ୫୫୦ କୋଟି ଖର୍ଚ୍ଚ କରିବେ ସରକାର । ଧାନ କିଣା ପାଇଁ ଜିଲ୍ଲା ଦାୟିତ୍ୱରେ ରହିବେ ମନ୍ତ୍ରୀ । ପ୍ରତି ମଣ୍ଡିରେ ରହିବେ ଜଣେ ଅଧିକୃତ ଅଧିକାରୀ ।
କିଛି ମଣ୍ଡିକୁ ନେଇ ଗୋଟିଏ ଗୋଟିଏ ଜୋନ ଗଠନ ହେବ । ପ୍ରତି ଜୋନରେ ଜଣେ ସୁପରଭାଇଜର ରହିବେ । ଇନପୁଟ ସବସିଡି ଆକାରରେ ୮୦୦ ଟଙ୍କା ଅଧିକ ଦିଆଯିବ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଧାନ କ୍ରୟ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ୮୦ ଲକ୍ଷ ଟନ୍ ଧାନ କିଣିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)