କିଟ୍ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ । ଏଥର ଦୁର୍ନୀତି ନୁହେଁ, ବରଂ ଆସିଛି ଯୌନଶୋଷଣ ଅଭିଯୋଗ । ପ୍ଲେସମେଣ୍ଟ ନାଁରେ କିଟ୍ରେ ଛାତ୍ରୀଙ୍କୁ ଯୌନଶୋଷଣ କରାଯାଉଛି । ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ କିମ୍ବା ପୋଲିସକୁ ଅଭିଯୋଗ କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କିଟ୍ ବିଶ୍ୱବିଦ୍ୟାଳୟର ଏମବିଏ ବିଭାଗର ଜଣେ ପୂର୍ବତନ ଛାତ୍ରୀ । ତାଙ୍କୁ ପ୍ଲେସମେଣ୍ଟ ଦେବା ନାଁରେ ଦୀର୍ଘ ବର୍ଷ ଧରି ନିର୍ଯାତନା ଦିଆଯାଉଥିବା ସେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ : ଜମି ଦୁର୍ନୀତି ପାହାଡ଼ ଉପରେ ଛିଡ଼ା ହୋଇଛି କିଟ୍ ଓ କିସ୍ !
ପୂର୍ବତନ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି, କିଟ୍ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଏକ ବ୍ୟବସାୟିକ ଅନୁଷ୍ଠାନ । ପିଲାଙ୍କୁ ପ୍ଲେସମେଣ୍ଟ ପ୍ରଲୋଭନ ଦେଖାଇ କଲେଜରେ ଆଡମିଶନ କରାଯାଉଛି । କିନ୍ତୁ ପ୍ଲେସମେଣ୍ଟ ପ୍ରକ୍ରିୟାରେ ସ୍ୱଚ୍ଛତା ରହୁନି ।ସେ ୨୦୨୨ରେ ଏମବିଏ ପାସ୍ଆଉଟ୍ ହେବା ପରେ ପ୍ଲେସମେଣ୍ଟ ଦେବା ନାଁରେ ତାଙ୍କୁ ନିର୍ଯାତନା ଦିଆଯାଉଛି । ପ୍ଲେସମେଣ୍ଟ ମ୍ୟାନେଜମେଣ୍ଟ ହେଡ୍ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏନେଇ କଲେଜ କର୍ତ୍ତୃପକ୍ଷ ଓ ପୋଲିସରେ ଅଭିଯୋଗ କଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ତେବେ ଏହି ପୂର୍ବତନ ଛାତ୍ରୀଙ୍କ ଅଭିଯୋଗ ନେଇ କିଟ୍ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।
#ଯୌନ_ଶୋଷଣ_ଚାଲିଛି ??
— ଓଟିଭି (@otvkhabar) February 25, 2025
କିଟ୍ ବିରୋଧରେ ଯୁବତୀ ଆଣିଲେ ସାଂଘାତିକ ଅଭିଯୋଗ। କହିଲେ, ପ୍ଲେସମେଣ୍ଟ ନାଁରେ କରାଯାଉଛି ଯୌନଶୋଷଣ। କିଟ୍ ନାଁରେ ଏହିପରି ଅଭିଯୋଗ ଆଣିଥିବା ଏହି ଯୁବତୀ ଜଣକ ହେଲେ ସେଠାକାର ଜଣେ ପୂର୍ବତନ ଛାତ୍ରୀ। ଶୁଣନ୍ତୁ ସେ କଣ କହୁଛନ୍ତି। ତେବେ ଯୁବତୀଙ୍କର ଏହି ଅଭିଯୋଗ ସଂପର୍କରେ କିଟ୍ ପକ୍ଷରୁ କୌଣସି ପ୍ରତିକ୍ରିୟା… pic.twitter.com/kBkekmtWuz
କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଚାରିଆଡେ ଜୋର୍ ଧରିଛି ବିବାଦ । ଏହାରି ଭିତରେ କିଟ୍ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗର ଫର୍ଦ୍ଦ ଲମ୍ୱିଚାଲିଛି । ସରକାରୀ ଜମି ହଡ଼ପ, ଚିକିତ୍ସା ନାଁରେ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଲୁଟ୍ ଭଳି ସାଂଘାତିକ ଅଭିଯୋଗ ଆସିଛି । କେବଳ ଇଡ୍କୋ କି ଜିଏ ବିଭାଗର ଜମି ନୁହେଁ, ଆଦିବାସୀ ପିଲାଙ୍କୁ ପାଠପଢ଼ା ଆଳରେ ଜଙ୍ଗଲ ଜମିକୁ ବି ଛାଡ଼ିନାହାନ୍ତି ଅଚ୍ୟୁତ ସାମନ୍ତ । ୨୦୧୬ରେ ବିଧାନସଭାରେ ତତ୍କାଳୀନ ଜଙ୍ଗଲ ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ, ଭୁବନେଶ୍ବର ପଥରଗାଡ଼ିଆ ମୌଜାରେ ୧୮.୧ ଏକର ଜଙ୍ଗଲ କିସମ ଜମିକୁ ଦଖଲ କରିଛି କିଟ୍ ସଂସ୍ଥା ।
ଏହି ଜଙ୍ଗଲ ଜମିକୁ ସରକାରୀ ତହବିଲକୁ ଫେରାଇ ନେବାକୁ ଓଡ଼ିଶା ଜମି ଜବରଦଖଲ ଉଚ୍ଛେଦ ଆଇନ ଅନୁସାରେ ମାମଲା ହୋଇଛି । ସରକାର ଅବରୋଧ ମୁକ୍ତ କରିବାକୁ ପଦକ୍ଷେପ ବି ନେଇଛନ୍ତି । ଖାଲି ସେତିକି ନୁହେଁ, ପଥରଗାଡ଼ିଆ ଅଞ୍ଚଳରେ କିସ୍ ପକ୍ଷରୁ ୪.୦୩୨ ହେକ୍ଟର ବା ୧୦ ଏକରରୁ ଊର୍ଦ୍ଧ୍ବ ଜଙ୍ଗଲ ଜମି ଜବରଦଖଲ ହୋଇଥିବା ନେଇ, ୨୦୧୬ରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲା ଦାଖଲ ହୋଇଥିଲା । ଯାହାକୁ ନେଇ କିସ୍କୁ ବାଜିଥିଲା ଏନଜିଟି ଛାଟ । ସୂଚନା ଅଧିକାରୀ କର୍ମୀ ସୁବାସ ମହାପାତ୍ରଙ୍କ ଅଭିଯୋଗର ଶୁଣାଣି କରି, ୨୦୧୭ ମାର୍ଚ୍ଚ ୨୧ରେ କିସ୍ ଜବରଦଖଲରେ ଥିବା ଜଙ୍ଗଲ ଜମିରୁ ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ସହ ତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।