ଆହୁରି ତେଜିଲା ଭୁବନେଶ୍ବର ବିଜେଡି କନ୍ଦଳ । ବିଏମସିର ଦୁଇ ବିଜେଡି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ଦଳର ସୋ-କଜ୍ ନୋଟିସ୍ ପରେ ଆଜି ଏ ଦୁହେଁ ଧୁମ୍ ବର୍ଷିଛନ୍ତି । ନାଁ ନନେଇ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ବିଧାୟକ ଅଶୋକ ପଣ୍ଡାଙ୍କ ଉପରେ ଗର୍ଜିଛନ୍ତି ଅମରେଶ ଓରଫ ବାୟାଁ ଓ ବିରଞ୍ଚି ଓରଫ ଲିଟୁ ।
Also Read
ଅଧିକ ପଢ଼ନ୍ତୁ: ‘ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ, ସେ ପର୍ଯ୍ୟନ୍ତ ବିଜେଡି ଆସିବନି’
#ନାଁ_ନନେଇ_ଗର୍ଜିଲେ_ଦୁଇ_ବିଜେଡି_କର୍ପୋରେଟର
— ଓଟିଭି (@otvkhabar) October 15, 2024
ଆହୁରି ତେଜିଲା ଭୁବନେଶ୍ବର ବିଜେଡି କନ୍ଦଳ। ବିଏମସିର ଦୁଇ ବିଜେଡି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ଦଳର ସୋ-କଜ୍ ନୋଟିସ୍ ପରେ ଆଜି ଏ ଦୁହେଁ ଧୁମ୍ ବର୍ଷିଛନ୍ତି। #BJD #OTV pic.twitter.com/Nz6cmKO3Gz
ଆଜି ଦୁହେଁ କହିଛନ୍ତି ଜିଲ୍ଲା ସଭାପତିଙ୍କୁ ସୋ-କଜ୍ ନୋଟିସର ଉତ୍ତର ଦିଆଯାଇଛି । ହେଲେ ଯାହାଙ୍କ କଥାରେ ନୋଟିସ୍ ହୋଇଛି, ଯିଏ ଆମ ନାଁରେ ନୋଟିସ୍ କରାଇଛନ୍ତି ସେମାନଙ୍କୁ ବି ସୋ କଜ୍ ନୋଟିସ୍ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଆମ ଦୁଇ ଜଣଙ୍କୁ ସେମାନେ ଦଳରୁ ଅଲଗା କରିବାକୁ ଚାହୁଁଛନ୍ତି କହି ଟାର୍ଗେଟ୍ କରିବା ସହ, ଦଳର ସଭାପତିଙ୍କୁ ଏ ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ଲେଖି ଜଣାଇ ଦିଆଯାଇଥିବା କହିଛନ୍ତି ।
#ନାଁ_ନନେଇ_ଗର୍ଜିଲେ_ଦୁଇ_ବିଜେଡି_କର୍ପୋରେଟର
— ଓଟିଭି (@otvkhabar) October 15, 2024
ସୋ କଜ୍ ନୋଟିସ ଉତ୍ତର ଦେବା ପରେ ଗର୍ଜିଲେ ବିଏମ୍ସିର ଦୁଇ ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୁପକାର । ଜିଲ୍ଲା ସଭାପତିଙ୍କୁ ସୋ କଜ୍ ନୋଟିସ୍ ଉତ୍ତର ଦେଇଥିବା କହିଲେ ଉଭୟ । #BJDCorporater #Bhubaneswar #OTV pic.twitter.com/PS1KkDVWUX