/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635237534.jpg)
Makhnia Lassi Recipe
ଏବେ ଚାଲିଛି ପାର୍ବଣର ଋତୁ ଓ କାର୍ତ୍ତିକ ମାସ । ଏହି ମାସରେ ବିଭିନ୍ନ ଖାଦ୍ୟ ଓ ପାନୀୟ ଉପରେ ବେଶୀ ଧ୍ୟାନ ଦିଆଯାଇଥାଏ । ସେଥିପାଇଁ ଆଜି ଆମେ ଏକ ସ୍ୱାଦିଷ୍ଟ ଲସିର ରେସିପି ପ୍ରସ୍ତୁତ କରିବୁ । ଯାହାର ନାଁ ହେଉଛି ‘ମଖନିଆ ଲସି’ । ଏହା ରେସିପିଟି ରାଜସ୍ଥାନର ଏକ ପାରମ୍ପରିକ ରେସିପି ଅଟେ । ଏହାକୁ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
Also Read
‘ମଖନିଆ ଲସି’ ବନେଇବା ପାଇଁ ସାମଗ୍ରୀ:
ଥଣ୍ଡା ଦହି, କ୍ଷୀର ଏବଂ ଚିନି, ଡାଳିମ୍ବ ଦାନା, ଲହୁଣୀ, ପିସ୍ତା ବାଦାମ, ଏବଂ କେଶର
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ କିଛି ଥଣ୍ଡା ଦହି ନିଅନ୍ତୁ, ଏହାପରେ ଏକ ଗ୍ରାଇଣ୍ଡର ଜାର୍ରେ ଦହିକୁ ମିଶାନ୍ତୁ ।
- ଏହାପରେ ଥଣ୍ଡା କ୍ଷୀର ଓ ଚିନିକୁ ପକାନ୍ତୁ ।
- ଏହାପରେ ଏହାକୁ ମିଶାଇ ଭଲ ଭାବରେ ଗ୍ରାଇଣ୍ଡ କରି ନିଅନ୍ତୁ ।
- ଏହି ସବୁ ଜିନିଷକୁ ମିଶି ଭଲ ଭାବରେ ଗ୍ରାଇଣ୍ଡିଂ କରି ନିଅନ୍ତୁ ।
- ଏହା ଭଲ ଭାବେ ଗ୍ରାଇଣ୍ଡିଂ ହେବା ପରେ ଏହାକୁ ଏକ ଗ୍ଲାସ୍ରେ ଢ଼ାଳି ରଖନ୍ତୁ ।
- ଏହାପରେ ଡାଳିମ୍ବ ଦାନା, ଲହୁଣୀ, ଏବଂ ପିସ୍ତା ବାଦାମ୍ କେଶର ପକାଇ ସଜାନ୍ତୁ ।
Advertisment
ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ମଖନିଆ ଲସି’ । ଏହି ରେସିପିକୁ ଆପଣ ଫ୍ରିଜ୍ରେ ରଖି ଘରକୁ ଆସୁଥିବା ଅତିଥିଙ୍କୁ ପରଷି ପାରିବେ । ଏହି ରେସିପିକୁ ବନାଇ ନିଜେ ପିଅନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ । ଏହି ଲସିକୁ ଆପଣ ସକାଳର ଜଳଖିଆରେ ସାମିଲ କରିପାରେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)