• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mamita Meher

Mamita murder Case
ମମିତା ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

ହାଇକୋର୍ଟଙ୍କୁ ଏନେଇ ଅନୁରୋଧ କରିଥିଲେ ରାଜ୍ୟ ସରକାର। ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ମୁଖ୍ୟମନ୍ତ୍ରୀ କହିଛନ୍ତି।

Mamita Meher Case
ଏଣିକି ଆଉ କଥା ବଦଳାଇ ପାରିବେନି ସୁଚନ୍ଦ୍ର, 164ରେ ବୟାନ ରେକର୍ଡ

ବିରୋଧୀ ଅଭିଯୋଗ କରିଥିଲେ ଯେ, ଚାପରେ ଆସି ସୁଚନ୍ଦ୍ର ବୟାନ ବଦଳାଉଛନ୍ତି । ହେଲେ ୧୬୪ରେ ବୟାନ୍ ରେକର୍ଡ କରାଗଲା ପରେ ସମସ୍ତଙ୍କ ମୁହଁ ବନ୍ଦ । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ବାରମ୍ବାର ବୟାନ ବଦଳାଉଥିବା ସୁଚନ୍ଦ୍ର ପୋଲିସ ଆଗରେ କ’ଣ କହିଛନ୍ତି ? ତେବେ ତା ଠାରୁ ଆହୁରି ବଡ କଥା ହେଉଛି, ପୋଲିସ୍ ଆଜି ପର୍ଯ୍ୟନ୍ତ ଚୁପ୍ ଥିଲା କାହିଁକି ? ୧୬୪ରେ ବୟାନ୍ ରେକର୍ଡ ଆଗରୁ କାହିଁକି କରୁନଥିଲା ?

Mamita Murder Case
ମମିତା ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ, କିଏ ଏହି ୨ ବଙ୍ଗାଳି ଦାଦା ?

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ୍‌ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ୨ ଜଣ ବଙ୍ଗାଳି ବ୍ୟକ୍ତି ଅଛନ୍ତି। କିଏ ଏହି ଦୁଇ ଜଣ ବଙ୍ଗାଳି ଭାଷାଭାଷି ବ୍ୟକ୍ତି ? ଏହି ଦୁଇ ବ୍ୟକ୍ତିଙ୍କ ମମିତା ମେହେର ହତ୍ୟାକାଣ୍ଡ ସହ କ’ଣ ସମ୍ପର୍କ ରହିଛି ? 

Mamita\'s Family Still Seeks Justice After One Month Of Her Murder
କେବେ ମିଳିବ ମମିତାଙ୍କୁ ନ୍ୟାୟ ?

ମାସେ ପୁରିଲା ମମିତା ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଅଛି । ହେଲେ ଗୋବିନ୍ଦଙ୍କ ସହ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଲିଙ୍କକୁ ନେଇ ଏବେ ବି ରାଜ୍ୟରେ ବିରୋଧଙ୍କ ଅସନ୍ତୋଷ ଜାରି ରହିଛି । ତେବେ କେବେ ମିଳିବ ମମିତାକୁ ନ୍ୟାୟ ?

Mamita Meher
ନ୍ୟାୟ ଅପେକ୍ଷାରେ ମମିତାଙ୍କ ପରିବାର: ତାତିଲେ ବିରୋଧୀ, ସବୁଆଡ଼େ କଳା ପତାକା ଦେଖାଇ ବିରୋଧ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ଆଜି ମାସେ ବିତି ଯାଇଥିଲେ ସୁଦ୍ଧା ଏବେବି ମମିତାଙ୍କ ପରିବାରକୁ ନ୍ୟାୟ ମିଳିପାରି ନାହିଁ।ଅଭିଯୁକ୍ତ ଗୋବିନ୍ଦ ସହ ସଂପର୍କକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ସାରା ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

Mamita Murder Case: Black Flag, Egg Attacks Greet Minister Dibya Shankar Mishra In Junagarh
ବିଜେପି ମାରିଲା ଦିବ୍ୟଙ୍କ ଗାଡିକୁ ଅଣ୍ଡା

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଯାଉଥିବା ଗାଡ଼ିକୁ ବିଜେପିର ଅଣ୍ଡାମାଡ଼ । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ଦାସଙ୍କ ସହ ଯାଉଥିଲେ ମନ୍ତ୍ରୀ । ଜୁନାଗଡ଼ କଲେଜ ଛକରେ ଉଭୟେ ଯାଉଥିବା ଗାଡ଼ି ଉପରକୁ ଅଣ୍ଡାମାଡ଼ ।

Eggs Hurled On Minister Dibya Shankar's Vehicle
ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗାଡ଼ିକୁ ଅଣ୍ଡାମାଡ଼

ମମିତା ମେହେର ହତ୍ୟା ମାମଲାରେ ରାଜନୀତି ଦିନକୁ ଦିନ ତେଜିବାରେ ଲାଗିଛି। ଏଥିସହ ଏହି ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ଜୋର ଧରିଛି। ଏସବୁ ଭିତରେ ଆଜି ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି। 

BJP Leader Prithviraj Harichandan
ନିଜ ଶାସନରେ ଅପରାଧୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ: ପୃଥ୍ୱୀରାଜ ହରିଚନ୍ଦନ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଟାର୍ଗେଟ୍ କରିଛି। ସମ୍ବେଦନହୀନ ସରକାର, ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ଭଳି ବସିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

Mamita Meher Murder Case
‘ଗୋବିନ୍ଦ ଫୋନ୍‌ କଲେ, ରାଧେ ଆସି ଟାୟାର ନେଲେ; ପରେ ଜାଣିଲି...’

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଲାଗି ବିରୋଧୀ ଅଡ଼ି ବସି ଥିବାବେଳେ ଅନ୍ୟପଟେ ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି।

Mamita Murder Case
ମମିତାଙ୍କ ପାଇଁ ଦିଲ୍ଲୀରେ ଗର୍ଜିଲା ବିଜେପି, କଂଗ୍ରେସ ବି ଦିଲ୍ଲୀରେ ଉଠାଇବ ସ୍ୱର

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ଦାବିରେ ବିଜେପି ଆନ୍ଦୋଳନ ଜାରି କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଦିଲ୍ଲୀରେ ବି ମମିତାଙ୍କ ପାଇଁ ନ୍ୟାୟ ଦାବି ଉଠିଛି। ଆଜି ଦିଲ୍ଲୀରେ ବିଜେପି ନେତା ଶୋଭଯାତ୍ରା କରିଛନ୍ତି। 

BJD Leader Meets Mamita's Brother
ଲୁଚା ଛପାରେ ମମିତାଙ୍କ ଭାଇଙ୍କୁ ଭେଟିଲେ ବିଜେଡି ନେତା !

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସାରା ରାଜ୍ୟରେ ପ୍ରତିବାଦ ଜୋର ଧରିଥିବା ବେଳେ କଣ୍ଟାବାଞ୍ଜିର ବିଜେଡି ନେତା ଅଜୟ ଦାସ ଝରଣୀ ଗାଁକୁ ଯାଇ ମମିତାଙ୍କ ଭାଇଙ୍କୁ ଭେଟିଛନ୍ତି। ଲୁଚା ଛପାରେ ବିଜେଡି ନେତା ମମିତାଙ୍କ ପରିବାରକୁ ଭେଟିଥିବା ଚର୍ଚ୍ଚା ହେଉଛି।

BJD leader Pratap Deb
ନବୀନ ପଟ୍ଟନାୟକ କାହାର ନୁହଁନ୍ତି ବୋଲି ହଜାର ଥର ପ୍ରମାଣ ଦେଇ ସାରିଛନ୍ତି: ପ୍ରତାପ ଦେବ

ଯଦି ବିଜେଡି ସରକାରରେ କାହା ବିରୋଧରେ ଅଭିଯୋଗ ଆସେ ଆଉ ମୁଖ୍ୟମନ୍ତ୍ରୀ କନ୍‌ଭିନ୍ସ ହୁଅନ୍ତି ତେବେ ତାଙ୍କୁ ଡ୍ରପ୍ କରାଯାଏ। ପୂର୍ବରୁ ଏପରି ହୋଇଛି ଆଗକୁ ବି ଏପରି ହୋଇପାରେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ନେଇ ସାରା ରାଜ୍ୟରେ ବିରୋଧ ଓ ବିକ୍ଷୋଭ ହେବା ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରତାପ ଦେବ।

Mamita's Father
‘ପିଅନ ଠାରୁ ମନ୍ତ୍ରୀ ଯିଏ ସମ୍ପୃକ୍ତ ଥିବେ ସମସ୍ତେ ଫାଶି ପାଆନ୍ତୁ’

‘ଯିଏ ବି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ। ପିଅନ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ’ ବୋଲି ମମିତାଙ୍କ ବାପା କହିଛନ୍ତି। 

congress
ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜୋରଦାର କରିବ କଂଗ୍ରେସ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ବେଫିକର ରାଜ୍ୟ ସରକାରଙ୍କ ବିରୋଧରେ ନାରା ଜୋରଦାର କରିବ କଂଗ୍ରେସ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ କଂଗ୍ରେସ।

BJP national spokesperson Sambit Patra
ଲାଇନ୍‌ କଟିଲା, ଗୋବିନ୍ଦ ଖସିଲା ! ସମ୍ବିତ କହିଲେ...

ସମ୍ବିତ ପାତ୍ର କହିଛନ୍ତି, ମମିତା ନିଖୋଜ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଜାଣି ମଧ୍ୟ ପୋଲିସ୍‌ ଏତଲା ରଖି ନଥିଲା। ମନ୍ତ୍ରୀ କଲେଜକୁ ଯିବା, ରାତିରେ ରହିବା, ମହିଳାଙ୍କୁ ଶୋଷଣ ଅଭିଯୋଗ ଆସୁଛି।

Mamita Meher Murder Case
ସାଂଘାତିକ ତଥ୍ୟ ଦେଲେ ମମିତାଙ୍କ ବାପା- ‘ଝିଅ ନିଖୋଜ ପରେ ଆମ ଏତଲା ଗୋବିନ୍ଦ ସାହୁ ଲେଖାଇଥିଲା’

ମମିତା ନିଖୋଜ ନେଇ ଅଭିଯୁକ୍ତ ଗୋବିନ୍ଦ ସାହୁ ଏତଲା ଲେଖାଇଥିଲେ ବୋଲି ମମିତାଙ୍କ ବାପା କହିଛନ୍ତି। ହତ୍ୟା ଘଟଣା ପୂର୍ବରୁ ବି ମମିତା ବାହାରକୁ ଯାଇଥିବା ସେ କହିଛନ୍ତି। ତେଣୁ ଘଟଣାରେ କେବେ ହେଲେ ଜଣେ ସମ୍ପୃକ୍ତ ନଥିବ ବୋଲି ମମିତାଙ୍କ ବାପା କହିଛନ୍ତି।

Mamita Meher
ମମିତା ହତ୍ୟା ମାମଲାରେ ନୂଆ ଫର୍ଦ୍ଦ ! ଡିଆଇଜି କହିଲେ ବ୍ୟାଗ୍‌ଟି ମମିତାଙ୍କର, ଆଉ..

ମମିତା ମେହେର ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଡିଆଇଜି କହିଲେ ପୋତା ଯାଇଥିବା ସ୍ଥାନରୁ ମିଳିଲା ମମିତାଙ୍କ ବ୍ୟାଗ୍ ।ଯାହାକୁ  ଚିହ୍ନଟ କରିଛନ୍ତି ମମିତାଙ୍କ ପରିବାର ଲୋକ ।

ଗୋବିନ୍ଦ ସାହୁର କୋଭିଡ୍ ପରୀକ୍ଷା
ଧରାପଡ଼ିବା ପୂର୍ବରୁ ଗୋବିନ୍ଦର କେମିତି ହେଲା କୋଭିଡ୍ ଟେଷ୍ଟ?

ଟିଟିଲାଗଡ଼ ଏସଡିଏମ୍ଓ ଏବଂ ଟେଷ୍ଟ କରିଥିବା କର୍ମଚାରୀ କହୁଛନ୍ତି ୧୭ ତାରିଖରେ ଗୋବିନ୍ଦର କୋଭିଡ୍ ଟେଷ୍ଟ ହୋଇଛି, ତେବେ ମେଡିକାଲ୍ ରେଜିଷ୍ଟରରେ ସ୍ପଷ୍ଟ ଭାବେ ୧୮ ତାରିଖରେ ଟେଷ୍ଟ କରାଯାଇଥିବା ଉଲ୍ଲେଖ ରହିଛି।

Govind Sahu
ଗଣମାଧ୍ୟମକୁ ଆଢ଼ୁଆଳରେ ରଖି ଗୋବିନ୍ଦକୁ ଜେଲ୍‌କୁ ନେଲା ପୋଲିସ

ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ୍ ପଠାଇ ଦିଆଯାଇଛି। ପୋଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରାଯାଇଥିଲା। ଗଣମାଧ୍ୟମ ଆଢ଼ୁଆଳରେ ପୋଲିସ୍‌ ଲୁଚାଣି‌ଆ ଭାବେ ଗୋବିନ୍ଦକୁ କୋର୍ଟରେ ହାଜର କରାଇଥିଲା। 

ମମିତା ମେହେର ହତ୍ୟାକାଣ୍ଡ
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ଘଟଣାକ୍ରମ, ସେବେଠୁ ଆଜିଯାଏ

ପୋଲିସର ତଦନ୍ତ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିରୋଧୀ ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଧମକ ଦେଇଛନ୍ତି।ନଜର ପକାନ୍ତୁ, ଏବେ ସୁଦ୍ଧା ଘଟିଛି କଣ ?

Mamita Murder Case
ଗୋବିନ୍ଦଙ୍କୁ ଆଖୁ ବାଡ଼ିରେ ଧରାଇ ଦେଲା ମୋବାଇଲ୍‌ !

ଗୋବିନ୍ଦ ପୋଲିସ୍‌ ବାରାକରୁ ଫେରାର ମାରିବା ପରେ ମୋବାଇଲ୍ ବ୍ୟବହାର କରିବା ନେଇ ପ୍ରଶ୍ନ ଉଠିଛି। ତାକୁ କିଏ ମୋବାଇଲ ଦେଲା, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ବାରାକରୁ ଫେରାର ହେବା ପରେ ଗୋବିନ୍ଦ ଆଖୁ ବାଡ଼ିରେ ଲୁଚିଥିଲା।

Mamita Meher
ମୃତ ମମିତାଙ୍କ ବ୍ୟାଗ୍‌ ଚିହ୍ନିଲେ ପରିବାର ଲୋକେ, ମୋବାଇଲ୍‌କୁ ନେଇ କହିଲେ ଏମିତି...

ଶିକ୍ଷୟିତ୍ରୀ ମୃତ ମମିତା ମେହେରଙ୍କ ବ୍ୟାଗକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମମିତାଙ୍କ ମା’ ଏହା ଦେଖିବା ପରେ, ତାହା ତାଙ୍କ ଝିଅର ବୋଲି ସ୍ପଷ୍ଟ କରିଥିବା ମମିତାଙ୍କ ବଡ଼ ବାପା କୌଶିକ ମେହେର କହିଛନ୍ତି।

Odisha BJP president Samir Mohanty
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବିଜେପି

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବୋଲି ବିଜେପି କହିଛି। ରାଜ୍ୟର କୋଣ ଅନୁକୋଣରେ ପ୍ରତିବାଦ ଜୋରଦାର କରାଯିବ।

Govt Assistance To Mahaling College Raises Eyebrows
ମହାଲିଙ୍ଗ କଲେଜରେ ଢାଳୁଥିଲେ ସରକାରୀ ଘିଅ !

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିକୁ ଟାଣିଓଟାରି ଏକ ଘରୋଇ କଲେଜର ବିକାଶ କାମରେ ଲଗାଇବାକୁ ନେଇ ୨୦୧୪ରେ ସିଏଜି ବି ଆପତ୍ତି ଉଠାଇଥିଲେ। ତେବେ ସିଏଜିଙ୍କ ଆପତ୍ତି ପରେ ବି ଏହି କଲେଜକୁ କାହିଁକି ଅନୁଦାନର ସୁଅ ବନ୍ଦ ହୋଇନଥିଲା, ପଚାରିଛି କଂଗ୍ରେସ।

BJP Mahila Morcha Protest
ଭୁବନେଶ୍ୱରରେ ବିଜେପି ମହିଳା କର୍ମୀ-ପୋଲିସ ମୁହାଁମୁହିଁ

ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ବିଜେପିର ରଣହୁଙ୍କାର। ଶିଶୁ ଭବନ ଛକରେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ। ତେବେ ମହିଳା ପୋଲିସ ଆନ୍ଦୋଳନରତ ବିଜେପି କର୍ମୀଙ୍କୁ ଉଠାଇ ନେଇଯାଇଥିଲେ।