Advertisment

ମନ୍ତ୍ରୀଙ୍କ ମୁହଁରେ ତାଲା, ଆଇନ୍‌କାନୁନ୍‌ର ଧଜିଆ ଉଡ଼ୁଛି ଖୁଲମଖୁଲା

ମମିତା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ କୁହାଯାଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କିନ୍ତୁ ପୁରା ଚୁପ୍। ଘଟଣା ପ୍ରଘଟର ସପ୍ତାହେ ବିତି ଗଲାଣି, ତଥାପି ଅସମ୍ଭବ ନିରବତା ଅବଲମ୍ବଲନ କରୁଛନ୍ତି ମନ୍ତ୍ରୀ । ଦିବ୍ୟଶଙ୍କରଙ୍କ କ୍ୟାବିନେଟ୍ ସହଯୋଗୀ କିମ୍ବା ବିଜେଡିର କୌଣସି ବରିଷ୍ଠ ନେତା ବି ମୁହଁ ଖୋଲୁନାହାନ୍ତି ।

author-image
Sarbeswar
Dibya Shankar Mishra's

Dibya Shankar Mishra's

ଭୁବନେଶ୍ୱର: ମମିତା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ କୁହାଯାଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କିନ୍ତୁ ପୁରା ଚୁପ୍। ଘଟଣା ପ୍ରଘଟର ସପ୍ତାହେ ବିତି ଗଲାଣି, ତଥାପି ଅସମ୍ଭବ ନିରବତା ଅବଲମ୍ବଲନ କରୁଛନ୍ତି ମନ୍ତ୍ରୀ । ଦିବ୍ୟଶଙ୍କରଙ୍କ କ୍ୟାବିନେଟ୍ ସହଯୋଗୀ କିମ୍ବା ବିଜେଡିର କୌଣସି ବରିଷ୍ଠ ନେତା ବି ମୁହଁ ଖୋଲୁନାହାନ୍ତି । ଓଲଟା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗ ଦେଇ ସବୁ କିଛି ସ୍ୱାଭାବିକ ଥିବା ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ତେଣେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରୁଥିବା ବିରୋଧୀ, ଆସନ୍ତାକାଲିଠାରୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯାଉଛନ୍ତି।

Advertisment
Advertisment

ବିକ୍ଷୋଭ, ପ୍ରତିବାଦ, କଳା ପତାକା ପ୍ରଦର୍ଶନ, କୁଶ ପୁତ୍ତଳିକା ଦାହ, ଜିଲ୍ଲା ବନ୍ଦ ଡାକରା ଆଜି ବିରୋଧୀମାନେ ଲଗାତାର ଦେଉଛନ୍ତି। ମମିତା ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ସାରା ରାଜ୍ୟରେ ତୀବ୍ର ହେଉଛି ଆନ୍ଦୋଳନ। କିନ୍ତୁ ଯାହା ରାଜ୍ୟବାସୀଙ୍କୁ ଚକିତ କରିଛି ତାହା ହେଲା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅସମ୍ଭବ ନିରବତା । ଏପରିକି ଗତକାଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମନ୍ତ୍ରୀଙ୍କ ରାୟପୁରସ୍ଥିତ ଘରେ ବୁଝାମଣା ବୈଠକ ହୋଇଥିବାର ସାଂଘାତିକ ଅଭିଯୋଗ ଆଣିବା ପରେ ବି ମୁହଁ ଖୋଲୁନାହାନ୍ତି କ୍ୟାପଟେନ୍‌ କିମ୍ବା ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ବି ଦିଆଯାଉନି। ଓଲଟା ସବୁକିଛି ସ୍ୱାଭାବକ ଥିବା ଭଳି ଗୋଟିଏ ପରେ ଗୋଟିଏ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ମନ୍ତ୍ରୀ। ଆଜି ଲୋକସେବା ଭବନରେ ମେକିଂ ଓଡ଼ିଶା ଟେକ୍ସଷ୍ଟାଇଲ ହବ୍ ସଂପର୍କିତ ସେମିନାରରେ ଦିବ୍ୟଶଙ୍କର ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ତାପୂର୍ବରୁ ଭର୍ଚୁଆଲ୍ ମୋଡରେ ଧାନ ସଂଗ୍ରହ ବୈଠକ ଓ ଏମ୍ଏସ୍ଏମଇର ଏକ ମିଟିଂରେ ବି ଯୋଗ ଦେଇଥିଲେ ମନ୍ତ୍ରୀ ।

ଗୋଟିଏ ପଟେ ଦିବ୍ୟଶଙ୍କର ଚୁପ୍, ଅନ୍ୟପଟେ ଅନ୍ୟ ମନ୍ତ୍ରୀ କିମ୍ବା ବିଜେଡିର କୌଣସି ବରିଷ୍ଠ ନେତା ବି ଏ ପ୍ରସଙ୍ଗରେ ମନ୍ତବ୍ୟ ରଖୁନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଟଣା ଉପରେ କୌଣସି ଆକସନ୍ ନେଉନଥିବାରୁ ଉଠିଛି ଅନେକ ପ୍ରଶ୍ନ। ମନ୍ତ୍ରୀଙ୍କ ସରକାରୀ ବାସଭବନ ସାମ୍ନାରେ ପୋଲିସ ଛାଉଣୀ ରହିଛି। କ୍ୱାର୍ଟର ମନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଆମ ପ୍ରତିନିଧି ପହଞ୍ଚିଥିଲେ, କିନ୍ତୁ ମନ୍ତ୍ରୀ କ୍ୱାର୍ଟରେ ନଥିବା କର୍ମଚାରୀ କହିଥିଲେ। ସେହିପରି ଭବାନୀପାଟଣାସ୍ଥିତ ମନ୍ତ୍ରୀଙ୍କ ଘରକୁ ଯାଇ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ, ସୁରକ୍ଷା କର୍ମୀ କହିଥିଲେ, ମନ୍ତ୍ରୀ ତିନି ଦିନ ତଳେ ଆସିଥିଲେ, ଏବେ ନାହାନ୍ତି।

ସେପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଅନ୍ୟାନ୍ୟ ଦାବି ନେଇ ଆଜି ବିଜେପି ପକ୍ଷରୁ ମୟୂରଭଂଜ ବନ୍ଦ ପାଳନ କରାଯାଇଛି। ସମାନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ବନ୍ଦ ପାଳନ କରିଛି ବିଜେପି ଯୁବ ମୋର୍ଚ୍ଚା । ଏଣେ ରାଜଧାନୀ ଭୁବନେଶ୍ୱରରେ ନିରବ ପ୍ରତିବାଦ କରିଛି ବିଜେପି ମହିଳା ମୋର୍ଚ୍ଚା। ଆସନ୍ତାକାଲି ଓ ତା ପରଦିନ ରାଜ୍ୟର ସବୁ ଏସପି ଅଫିସ୍ ଘେରାଉ କରିବାକୁ ଯାଉଛି ବିଜେପି ଯୁବ ମୋର୍ଚ୍ଚା। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ଏକ ୧୫ ଜଣିଆ ପ୍ରତିନିଧି ଦଳ ଆସନ୍ତାକାଲି ମମିତାଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଛାତ୍ର କଂଗ୍ରେସ୍ ବି ଆସନ୍ତାକାଲି ନବୀନ ନିବାସ ଘେରାଉ କରିବାକୁ ଥିବାବେଳେ ଯୁବ କଂଗ୍ରେସ ଡିଜି ଅଫିସ୍ ଘେରାଉ କରିବ। ତେବେ ବିରୋଧୀଙ୍କ ଏସବୁ କାର୍ଯ୍ୟକ୍ରମକୁ ହୀନ ରାଜନୀତି ବୋଲି କହିଛି ବିଜେଡି ।

ଭବାନୀପାଟଣାରୁ ରାଜକୁମାର ସିଂହଦେଓ ଏବଂ ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀ, ଜଗଦୀଶ ଦାସ ଓ ହରିହର ଚାନ୍ଦଙ୍କ ରିପୋର୍ଟ

Odisha Police Mamita Murder Case Accused Gobinda Sahu
Advertisment
Advertisment