Advertisment

ଲାଇନ୍‌ କଟିଲା, ଗୋବିନ୍ଦ ଖସିଲା ! ସମ୍ବିତ କହିଲେ...

ସମ୍ବିତ ପାତ୍ର କହିଛନ୍ତି, ମମିତା ନିଖୋଜ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଜାଣି ମଧ୍ୟ ପୋଲିସ୍‌ ଏତଲା ରଖି ନଥିଲା। ମନ୍ତ୍ରୀ କଲେଜକୁ ଯିବା, ରାତିରେ ରହିବା, ମହିଳାଙ୍କୁ ଶୋଷଣ ଅଭିଯୋଗ ଆସୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP national spokesperson Sambit Patra

BJP national spokesperson Sambit Patra

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ବିଜେପି ବଡ଼ ଅଭିଯୋଗ ଆଣିଛି। ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସ୍‌ମିଟ୍ କରି ଅଭିଯୋଗ ଆଣି କହିଛନ୍ତି, ଗୋବିନ୍ଦ ସାହୁ ସେଠାରେ ରାକେଟ୍‌ ଚଳାଇଥିଲା। ଯେଉଁଥିରେ ଗୃହ ଏବଂ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ‌ଆସୁଛି।  ମନ୍ତ୍ରୀ କଲେଜକୁ ଯିବା, ରାତିରେ ରହିବା, ମହିଳାଙ୍କୁ ଶୋଷଣ ଅଭିଯୋଗ ଆସୁଛି। ମନ୍ତ୍ରୀ ଏହି କଲେଜକୁ ଗଲେ ୟଙ୍ଗ ଲାଗେ ବୋଲି ବି କହିଥିଲେ।

Advertisment

ସମ୍ବିତ ପାତ୍ର ଆହୁରି କହିଛନ୍ତି, ‘ମମିତା ନିଖୋଜ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଜାଣି ମଧ୍ୟ ପୋଲିସ୍‌ ଏତଲା ରଖି ନଥିଲା। ପରେ ଗୋବିନ୍ଦଙ୍କୁ ଧରି ଟିଟିଲାଗଡ଼ ବାରାକରେ ରଖାଯାଇଥିଲା ଏବଂ ଟିଟିଲାଗଡ଼ରେ ଜେରା ବେଳେ ମଝିରେ ବିଜୁଳି କଟିଗଲା। କିଛି ସମୟ ପରେ ବିଜୁଳି ଆସିଲା ବେଳକୁ ଗୋବିନ୍ଦ ସାହୁ ଚମ୍ପଟ ମାରିଥିଲା। ଶକ୍ତି ମନ୍ତ୍ରୀଙ୍କ ସମ୍ପୃକ୍ତି ନଥିଲେ ଏଭଳି ହୋଇନଥାନ୍ତା ବୋଲି ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି।

Advertisment

ଏହି ଘଟଣାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଅବଗତ ଅଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ଏକ ୩ ଜଣିଆ ଟିମ୍ ଓଡ଼ିଶା ଯିବ ଏବଂ ଏହି ଟିମ୍ ଘଟଣାର ଅନୁଧ୍ୟାନ କରି ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବେ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି।  

ସେପଟେ ମମିତା ମେହେର ହତ୍ୟା ମାମଲା ପଛରେ ରହିଛି ବଡ଼ଧରଣର ଷଡ଼ଯନ୍ତ୍ର। ଯାହାକୁ ବର୍ତ୍ତମାନ ଯାଏ ତଦନ୍ତ ପରିସରକୁ ଅଣାଯାଇନି ବୋଲି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି।

BJP Sambit Patra Dibya Shankar Mishra Mamita Meher Mamita Meher Murder Case
Advertisment
Advertisment