• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କୃଷି ଋଣ ପାଇବାରେ ଦହଗଞ୍ଜ ଚାଷୀ । 

  • ସାର ଓ ବିହନ କିଣାରେ ଦେବାକୁ ପଡୁଛି ଲାଂଚ ।

  • ଫାଇଭ୍ ଟି ଫିଡ୍‌ବ୍ୟାକ୍‌ରେ ଚାଷୀଙ୍କ ଅସନ୍ତୋଷ ।

ଭୁବନେଶ୍ୱର: ସରକାରଙ୍କଠୁ ମିଳୁଥିବା ସାହାଯ୍ୟ, ସହଯୋଗକୁ ନେଇ କେତେ ସନ୍ତୁଷ୍ଟ ଆମ ରାଜ୍ୟର ଚାଷୀ ? ସରକାର କାଳିଆ ଯୋଜନା କରିଛନ୍ତି, ସାର, ବିହନ ଓ କୃଷି ଯନ୍ତ୍ରପାତି କିଣାରେ ସବ୍‌ସିଡି ବି ଦେଉଥିବା କହୁଛନ୍ତି । ତେବେ ଏସବୁ ବ୍ୟବସ୍ଥା ଓ ଘୋଷଣାବାଜି ସତ୍ତ୍ୱେ ବାସ୍ତବ କ୍ଷେତ୍ରରେ ଯାଇନି ଚାଷୀଙ୍କ ଦୁଃଖ । କେଉଁଠି ଋଣ ପାଇଁ ଲାଞ୍ଚ ଦେବାକୁ ପଡୁଛି ତ ଆଉ କେଉଁଠି କଳାବଜାରୀରେ କିଣୁଛି ସାର ଓ ବିହନ । ଖୋଦ୍ 5T ଫିଡ୍‌ବ୍ୟାକ୍‌ରେ ଏଭଳି ତଥ୍ୟ ଆସିବା ପରେ ଏବେ ଅଡୁଆରେ ସରକାର ଯାହାକୁ ନେଇ ବର୍ଷିଛନ୍ତି ବିରୋଧୀ ।

ଫାଇଭ୍ ଟି ଫିଡ୍‌ବ୍ୟାକ୍‌ରେ ଚାଷୀଙ୍କଠୁ ଏଭଳି ତଥ୍ୟ ମିଳିବା ପରେ ହରଡ଼ଘଣାରେ ସରକାର । ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି 5T କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେବେ ବ୍ୟବସ୍ଥାରେ କେତେ ସ୍ୱଚ୍ଛତା ଆସିଛି ଏବେ ତାହା ସମସ୍ତଙ୍କ ଆଖି ସାମ୍ନାରେ । ଭଦ୍ରକରୁ ବଲାଙ୍ଗୀର, କଟକରୁ କନ୍ଧମାଳ ସବୁଠି ସମସ୍ୟାର ଚକ୍ରବ୍ୟୁହରେ ପେଷି ହେଉଛି ଚାଷୀ ।

ଫାଇଭ୍ ଟି ଫିଡ୍‌ବ୍ୟାକ୍‌କୁ ଦେଇଥିବା ତଥ୍ୟ ଅନୁସାରେ, କୃଷି ଋଣ ପାଇବାକୁ ଚାଷୀଙ୍କୁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଦେବଗଡ ଜିଲ୍ଲାର ଚାଷୀ ମାଇଖେଲ ଲାକ୍ରା ଦେଇଥିବା ଫିଡ୍‌ବ୍ୟାକ୍‌ ଅନୁସାରେ, କୃଷି ଋଣ ପାଇବାରେ ଦହଗଞ୍ଜ ହେଉଛନ୍ତି କି ପ୍ରଶ୍ନରେ ହଁ ବୋଲି ଉତ୍ତର ଦେଇଛନ୍ତି ମାଇଖେଲ । ସେହିଭଳି ଏଉ ଜଣେ ଚାଷୀ ସୌଭାଗ୍ୟ ପ୍ରଧାନଙ୍କର ଫିଡ୍‌ବ୍ୟାକ୍‌ ଅନୁସାରେ କୃଷି ଋଣ ଓ ସାର, ବିହନ ପାଇଁ ଅଧିକାରୀ ଲାଞ୍ଚ ମାଗୁଥିବା ପ୍ରଶ୍ନର ଉତ୍ତରରେ ହଁ ଦେଇଛନ୍ତି ସୌଭାଗ୍ୟ ।

ଭାତ ଡହାଣ୍ଡିରୁ ଗୋଟିଏ ଭାରତ ଚିପିଲା ଭଳି ସାରା ରାଜ୍ୟରେ ଚିତ୍ର ସ୍ଥିତି ସମାନ । କେଉଁଠି ଅଧିକାରୀ ସହଯୋଗ କରୁନାହାନ୍ତି ତ ଆଉ କେଉଁଠି ଦେବାକୁ ପଡୁଛି ହାତଗୁଞ୍ଜା । କେତେକ କ୍ଷେତ୍ରରେ ସରକାରୀ ଅଧିକାରୀ ଚାଷୀଙ୍କ ପ୍ରତି ଭଲ ବ୍ୟବହାର ଦେଖାଉନଥିବା ଅଭିଯୋଗ ବି ଆସିଛି । ସେହିପରି ସାର ହେଉ କି ବିହନ କିମ୍ଭା ଅନ୍ୟାନ୍ୟ କୃଷି ସାମଗ୍ରୀ, କେଉଁଠି କଳାବଜାରି ତ ଆଉ କେଉଁଠି ଲାଞ୍ଚ ଦେଇ ଦେଇ ଚାଷୀ ନୟାନ୍ତ ହେଉଛନ୍ତି ।

ପାଇଭ୍ ଟି ଫିଡ୍‌ବ୍ୟାକ୍‌, ପ୍ରଶାସନିକ ବ୍ୟବସ୍ଥାର ମୁଖା ଖୋଲିବା ପରେ ଅଡୁଆରେ ସରକାର । ବିଭିନ୍ନ ଜିଲ୍ଲାରୁ ଆସୁଥିବା ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ ୧୪ ଜିଲ୍ଲା କୋ-ଅପରେଟିଭ୍ ସୋସାଇଟି ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଛନ୍ତି ସମବାୟ ବିଭାଗ ଅତିରିକ୍ତ ସଚିବ । ଚାଷୀଙ୍କ ଅଭିଯୋଗ ସତ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ପାଇଁ ବି କୁହାଯାଇଛି । ଏପଟେ ଚାଷୀଙ୍କ ଶୋଷଣ ପ୍ରସଙ୍ଗକୁ ନେଇ ରାଜନୀତି ବି ଜୋର ଧରିଛି ।

ଆଗକୁ ପଞ୍ଚାୟତ ନିର୍ବାଚନ । ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଶାସକ ବିଜେଡି ଲାଗି ଘାତକ ହୋଇପାରେ । ତେବେ ଚାଷୀଙ୍କ ରୋଶ ପ୍ରଶମିତ ଲାଗି ସରକାର କିଛି ଦୃଢ଼ ପଦକ୍ଷେପ ନେଉଛନ୍ତି ନା ସେମାନଙ୍କୁ ନୂଆ ଭେଳିକି ଦେଖାଉଛନ୍ତି ଏବେ ତାକୁ ଅପେକ୍ଷା ।