• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ(ବିଶ୍ଵଜିତ ଆଚାର୍ଯ୍ୟ) : ଜୟ ଜଗନ୍ନାଥ ! ରସଗୋଲା ଆମର । ରିୟଲିଟି ସୋରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ ଓଡ଼ିଆ ଝିଅ । ଜାତୀୟ ସ୍ତରର ଏକ ଘରୋଇ ଟିଭି ଚ୍ୟାନେଲର ରିୟଲିଟି ସୋରେ ଓଡ଼ିଆ ଝିଅ ସ୍ଥିତିପଦ୍ମା ଦାଶଙ୍କ ଏଭଳି ରୋକଠୋକ୍ ଜବାବ ଏବେ ସୋସି‌ଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ରସଗୋଲା କାହାର, ଓଡ଼ିଶାର ନା ବଙ୍ଗଳାର ? ଜଜଙ୍କ ଏହି ପ୍ରଶ୍ନରେ ପଶ୍ଚିମବଙ୍ଗର କିଛି ପ୍ରତିଯୋଗୀ ରସଗୋଲା ବେଙ୍ଗଲର ବୋଲି ଦାବି କରିଥିଲେ ।

କଟକର ସ୍ଥିତିପଦ୍ମାଙ୍କୁ ବି ଜଜ୍ ସମାନ ପ୍ରଶ୍ନ ପଚାରା ଯାଇଥିଲା । ଆଉ ଅତି ଚମତ୍କାର ଓ ଦୃଢ଼ ଢ଼ଙ୍ଗରେ ସେ ହଠାତ୍ ପଚରାଯାଇଥିବା ପ୍ରଶ୍ନରେ ନହଡ଼ବଡ଼େଇ ଏହାର ଜବାବ ଦେଇଥିଲେ । କହିଥିଲେ ଜୟ ଜଗନ୍ନାଥ, ରସଗୋଲା କେବଳ ଆମର । ଏ ସଂପର୍କରେ ଆଲୋଚନାର କୌଣସି ଆବଶ୍ୟକତା ନାହିଁ । ସ୍ଥିତିପଦ୍ମାଙ୍କ ଏହି ଦୁଇ ଧାଡ଼ିର ଜବାବ ସାରା ଓଡ଼ିଶାବାସୀ ମନ ଜିଣି ନେଇଛି ।

ଅନ୍ୟପକ୍ଷରେ ରିୟଲିଟି ସୋର ଅଡ଼ିସନ୍ ରାଉଣ୍ଡରେ ସିଲେକ୍ଟ ହୋଇଛନ୍ତି ସ୍ଥିତିପଦ୍ମା । ସେ ଏବେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ପଢୁଛନ୍ତି । କଣ୍ଠ ଶିଳ୍ପୀ ସୁବାସ ଦାଶ ତାଙ୍କର ବଡବାପା ଓ ବାପା ସୁଶୀଲ ଦାଶ ଜଣେ କଳାକାର ହୋଇଥିବାରୁ ଆଗକୁ ତାଙ୍କୁ ସଂଗୀତ ଜଗତରେ ଅଧିକ ସଫଳତା ମିଳିବ ବୋଲି ତାଙ୍କ ପରିବାର ଲୋକେ ଆଶା ରଖିଛନ୍ତି । ଏହାସହ କରୋନା ସମୟରେ ଘରେ ରହି କଠିନ ଅଭ୍ୟାସ କରିଥିବାରୁ ରିଏଲଟି ସୋରେ ସେ ଓଡିଶାର ନାଁ ରଖିବା ପାଇଁ ଆଶା ରଖିଛନ୍ତି ।

ସୂଚନାଯୋଗ୍ୟ ରସଗୋଲାକୁ ନେଇ ଓଡ଼ିଶାର ଓ ପଶ୍ଚିମବଙ୍ଗ ମଧ୍ୟରେ ଦୀର୍ଘଦିନ ଧରି ବିବାଦ । ରସଗୋଲା ଓଡ଼ିଶାର ନା ପଶ୍ଚିମ ବଙ୍ଗର ତାକୁ ନେଇ ଉଭୟ ରାଜ୍ୟ ପ୍ରାୟ ସମୟରେ ମୁହାଁମୁହିଁ ହୁଅନ୍ତି ।