ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ଧଳା ଜହର କବଜାରେ କାମାକ୍ଷାନଗର। ଅବକାରୀ ବିଭାଗ ଚଢାଉ କରି ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦେବେନ୍ଦ୍ର ପାତ୍ର। ତାଙ୍କ ଘର କାମାକ୍ଷାନଗରରେ ବୋଲି ସୂଚନା ମିଳିଛି। ଦେବେନ୍ଦ୍ରଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ସେ ଦୀର୍ଘ ଦିନ ହେବ କାମାକ୍ଷାନଗର ଅଂଚଳରେ ବ୍ରାଉନସୁଗର ବେପାର କରୁଥିବା ଅଭିଯୋଗ ଥିଲା। ଏହି ପଛରେ ଏକ ବଡ଼ ବ୍ରାଉନସୁଗର ରାକେଟ କାମ କରୁଥିବା ସୂଚନା ପାଇଛି ତଦନ୍ତକାରୀ ସଂସ୍ଥା।
୨୦୦୬ ଓଡ଼ିଶା ପ୍ରଶାସନିକ ସେବା ନିଯୁକ୍ତି ବିବାଦ ମାମଲାରେ ୩୭୮ ଜଣ OAS ଅଫିସରଙ୍କୁ ଆଶ୍ୱସ୍ତି ମିଳିଛି। ଅଫିସରଙ୍କ ନିଯୁକ୍ତି ନେଇ ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରଛନ୍ତି। More
ସମ୍ବିତ ପାତ୍ର କହିଛନ୍ତି, ମମିତା ନିଖୋଜ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଜାଣି ମଧ୍ୟ ପୋଲିସ୍ ଏତଲା ରଖି ନଥିଲା। ମନ୍ତ୍ରୀ କଲେଜକୁ ଯିବା, ରାତିରେ ରହିବା, ମହିଳାଙ୍କୁ ଶୋଷଣ ଅଭିଯୋଗ ଆସୁଛି। More
ନୀଳାମ୍ବୁ ଚିଲିକାର ଆକର୍ଷଣରେ ବିଦେଶୀ ବିହଙ୍ଗ । ଶୀତ ଋତୁ ଆରମ୍ଭରୁ ଚିଲିକାର ଚିଲିକାରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ । ଚିଲିକା ସ୍ଥିତ ମଙ୍ଗଳାଯୋଡି ଏବଂ ନଳବଣ ଭଳି ପକ୍ଷୀ ଅଭୟାରଣ୍ୟରେ ପ୍ରାୟ୨୦ରୁ ଅଧିକ ପ୍ରଜାତିର ପକ୍ଷୀ ଆସିଥିବାର ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏବଂ ପକ୍ଷୀ ସୁରକ୍ଷା ସମିତି ପକ୍ଷରୁ ଠାବ କରାଯାଇଛି । More
ଏବେ ଚାଲିଛି ପାର୍ବଣର ଋତୁ ଓ କାର୍ତ୍ତିକ ମାସ । ଏହି ମାସରେ ବିଭିନ୍ନ ଖାଦ୍ୟ ଓ ପାନୀୟ ଉପରେ ବେଶୀ ଧ୍ୟାନ ଦିଆଯାଇଥାଏ । ସେଥିପାଇଁ ଆଜି ଆମେ ଏକ ସ୍ୱାଦିଷ୍ଟ ଲସିର ରେସିପି ପ୍ରସ୍ତୁତ କରିବୁ । ଯାହାର ନାଁ ହେଉଛି ‘ମଖନିଆ ଲସି’ । ଏହା ରେସିପିଟି ରାଜସ୍ଥାନର ଏକ ପାରମ୍ପରିକ ରେସିପି ଅଟେ । ଏହାକୁ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । More
ମମିତା ମେହେର ହତ୍ୟା ମାମଲା ପଛରେ ରହିଛି ବଡ଼ଧରଣର ଷଡ଼ଯନ୍ତ୍ର। ଯାହାକୁ ବର୍ତ୍ତମାନ ଯାଏ ତଦନ୍ତ ପରିସରକୁ ଅଣାଯାଇନି। ଏହା ପଛରେ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରାଯିବା ଉଚିତ୍ ବୋଲି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି। More
ମମିତା ନିଖୋଜ ନେଇ ଅଭିଯୁକ୍ତ ଗୋବିନ୍ଦ ସାହୁ ଏତଲା ଲେଖାଇଥିଲେ ବୋଲି ମମିତାଙ୍କ ବାପା କହିଛନ୍ତି। ହତ୍ୟା ଘଟଣା ପୂର୍ବରୁ ବି ମମିତା ବାହାରକୁ ଯାଇଥିବା ସେ କହିଛନ୍ତି। ତେଣୁ ଘଟଣାରେ କେବେ ହେଲେ ଜଣେ ସମ୍ପୃକ୍ତ ନଥିବ ବୋଲି ମମିତାଙ୍କ ବାପା କହିଛନ୍ତି। More
ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଓ ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା ନୀତି କ୍ରମେ ସଙ୍କୁଚିତ ହେଉଛି କି ? ସରକାର ଏବଂ ବ୍ୟବସ୍ଥା ବିରୋଧରେ ଭିନ୍ନ ସ୍ୱର ଉଠାଇ ନିଜ ସମ୍ପାଦକୀୟ ପୃଷ୍ଠା ‘ଆମ ଘରର ହାଲ୍ଚାଲ୍’ରେ ଶାସକ ଦଳ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଭିନ୍ନ ମତ ରଖିଛନ୍ତି। More
ବନ୍ଧା ହେଲେ ନକଲି ଆର୍ଟିଓ। ନିଜକୁ ଆର୍ଟିଓ ଅଧିକାରୀ ପରିଚୟ ଦେଇ ଲୋକଙ୍କଠୁ ଟଙ୍କା ଲୁଟୁ ଥିବା ଜଣେ ନକଲି ଆର୍ଟିଓଙ୍କୁ ପୋଲିସ୍ ଗିରଫ କରିଛି। ତାଙ୍କ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି। More
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରୁଛି ରାଜନୀତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନକୁ ଜୋର କରିଛି ବିଜେପି। ଗତକାଲି ମୟୂରଭଞ୍ଜ ବନ୍ଦ ପରେ ଆଜି ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। More
ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର । ୱାର୍ଡ ପୁନର୍ଗଠନ ଏବଂ ସଂରକ୍ଷଣ କାର୍ଯ୍ୟ ସାରିବାକୁ ପଦକ୍ଷେପ ଆରମ୍ଭ ହୋଇଛି । ଏନେଇ ସବୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ । More
ପ୍ରଦୀପ ମାଝି ଦଳ ଛାଡିବା ପରେ ମାଲକାନଗିରିରେ କଂଗ୍ରେସର ମେଳି। ମାଲକାନଗିରି କଂଗ୍ରେସ କାର୍ଯ୍ୟାଳୟରେ ହୋଇଛି ଏହି ମହା ମେଳି। ପ୍ରଦୀପ ମାଝି ଦଳ ଛାଡିଥିଲେ ମଧ୍ୟ କଂଗ୍ରେସ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ More
ମମିତା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ କୁହାଯାଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କିନ୍ତୁ ପୁରା ଚୁପ୍। ଘଟଣା ପ୍ରଘଟର ସପ୍ତାହେ ବିତି ଗଲାଣି, ତଥାପି ଅସମ୍ଭବ ନିରବତା ଅବଲମ୍ବଲନ କରୁଛନ୍ତି ମନ୍ତ୍ରୀ । ଦିବ୍ୟଶଙ୍କରଙ୍କ କ୍ୟାବିନେଟ୍ ସହଯୋଗୀ କିମ୍ବା ବିଜେଡିର କୌଣସି ବରିଷ୍ଠ ନେତା ବି ମୁହଁ ଖୋଲୁନାହାନ୍ତି । More
ବିଲ୍ଡରଙ୍କୁ ଆକ୍ରମଣ ଅଭିଯୋଗରେ ଲେଡି ଡନ୍ ଗିରଫ । ଅଭିଯୁକ୍ତ ଯୁବତୀ ମାନସୀ ନାୟକଙ୍କୁ ଗିରଫ କଲା କଟକ ଲାଲବାଗ ପୋଲିସ । ମାନସୀ ଜେଲରେ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ । More
ଅଚଳ ସଂପତ୍ତି ବା ଏନପିଏର ଗମ୍ଭୀର ସ୍ଥିତିକୁ ନେଇ ରାଜ୍ୟରେ ବଢୁଛି ଚିନ୍ତା । ଗଲା ୩ ମାସରେ ଏନପିଏ ହାର ୬.୨୨ ପ୍ରତିଶତରୁ ବଢି ୭.୨୦ ପ୍ରତିଶତରେ ପହଞ୍ଚିଲାଣି । ଷ୍ଟେଟ୍ ଲେବୁଲ୍ ବ୍ୟାଙ୍କର୍ସ କମିଟି ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ହଠାତ୍ ବଢିଯାଇଛି ବ୍ୟାଙ୍କଗୁଡ଼ିକର ଚିନ୍ତା । More