Advertisment

ସାଂଘାତିକ ତଥ୍ୟ ଦେଲେ ମମିତାଙ୍କ ବାପା- ‘ଝିଅ ନିଖୋଜ ପରେ ଆମ ଏତଲା ଗୋବିନ୍ଦ ସାହୁ ଲେଖାଇଥିଲା’

ମମିତା ନିଖୋଜ ନେଇ ଅଭିଯୁକ୍ତ ଗୋବିନ୍ଦ ସାହୁ ଏତଲା ଲେଖାଇଥିଲେ ବୋଲି ମମିତାଙ୍କ ବାପା କହିଛନ୍ତି। ହତ୍ୟା ଘଟଣା ପୂର୍ବରୁ ବି ମମିତା ବାହାରକୁ ଯାଇଥିବା ସେ କହିଛନ୍ତି। ତେଣୁ ଘଟଣାରେ କେବେ ହେଲେ ଜଣେ ସମ୍ପୃକ୍ତ ନଥିବ ବୋଲି ମମିତାଙ୍କ ବାପା କହିଛନ୍ତି।

author-image
Rajalaxmi Sahoo
Mamita Meher Murder Case

Mamita Meher Murder Case

ବଲାଙ୍ଗିର: କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କ ବାପା ସାଂଘାତିକ ତଥ୍ୟ ଦେଇଛନ୍ତି। ବିଜେପି ପ୍ରତିନିଧି ଦଳ ଆଜି ତାଙ୍କ ଘରକୁ ଆସି ଥିବାବେଳେ ମମିତାଙ୍କ ବାପା ଏହି ତଥ୍ୟ ରଖିଛନ୍ତି। ମମିତା ନିଖୋଜ ନେଇ ଅଭିଯୁକ୍ତ ଗୋବିନ୍ଦ ସାହୁ ଏତଲା ଲେଖାଇଥିଲା ବୋଲି ମମିତାଙ୍କ ବାପା କହିଛନ୍ତି। ହତ୍ୟା ଘଟଣା ପୂର୍ବରୁ ବି ମମିତା ବାହାରକୁ ଯାଇଥିବା ସେ କହିଛନ୍ତି। ତେଣୁ ଘଟଣାରେ କେବେ ହେଲେ ଜଣେ ସମ୍ପୃକ୍ତ ନଥିବ ବୋଲି ମମିତାଙ୍କ ବାପା କହିଛନ୍ତି।

Advertisment

ମମିତାଙ୍କ ବାପା କହିଛନ୍ତି, ଝିଅ ନିଖୋଜ ପରେ ଆମେ ମହାଲିଙ୍ଗ କଲେଜ ଯାଇଥିଲୁ। ସେଠାରେ ଗୋବିନ୍ଦ ସାହୁ ଥିଲେ ଓ ଆମ ଏତଲା ସେ ଲେଖାଇଥିଲେ। ତାଙ୍କର ଜଣେ କ୍ଲର୍କଙ୍କୁ ଡାକି ଏତଲା ଲେଖାଇଥିଲେ। ମୁଁ ନପଢ଼ି ଦସ୍ତଖତ କରି ଦେଇଥିଲି। ଆମେ ଥାନାକୁ ଯିବା ପୂର୍ବରୁ ଗୋବିନ୍ଦ ଆଗୁଆ କେଗାଁ ଥାନାକୁ ପଳାଇଥିଲେ। ଗୋବିନ୍ଦ କେଗାଁ ଥାନାରେ ପହଞ୍ଚିବାର ୧୦ ମିନିଟ୍‌ ପରେ ଆମେ ପହଞ୍ଚି ଥିଲୁ। ଗୋବିନ୍ଦ ଥାନା ବାବୁଙ୍କ ସହ କ’ଣ କଥା ହୋଇଥିଲେ ତାହା ଜଣା ନାହିଁ। ତେବେ ଆମେ ଥାନାରେ ପହଞ୍ଚିଲା ବେଳକୁ ଥାନା ବାବୁ ଆମ ଏତଲା ରଖି ନଥିଲେ। ବରଂ ତୁମ ଥାନା ତୁରେକେଲା ଯିବାକୁ କହିଥିଲେ ବୋଲି ମମିତାଙ୍କ ବାପା କହିଛନ୍ତି। 

ମମିତାଙ୍କ ବାପା ଆହୁରି କହିଛନ୍ତି, ଅକ୍ଟୋବର ୮ ତାରିଖ ପୂର୍ବରୁ ବି ମମିତା ବାହାରକୁ ଯାଇଥିଲେ। ହତ୍ୟା ଘଟଣା ପୂର୍ବରୁ ବି ମମିତା ବାହାରକୁ ଯାଇଥିଲେ। ତେଣୁ ଘଟଣାରେ କେବେ ହେଲେ ଜଣେ ସଂପୃକ୍ତ ନଥିବେ। ଘଟଣା ପଛରେ ଆଉ କେହି ନିଶ୍ଚିତ ଥିବେ। ସମସ୍ତଙ୍କୁ ଧରାଯାଉ, ଫାଶି ହେଉ। ଝିଅର ହତ୍ୟାକୁ ନେଇ କୌଣସି ରାଜନୀତି କରାଯାଉନି। 

Advertisment

ମୃତ ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ। ଆଜି ସକାଳେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ କଣ୍ଟାବାଞ୍ଜିର ଝରଣୀ ଗାଁରେ ପହଞ୍ଚି ମମିତାଙ୍କ ବାପାମାଆଙ୍କୁ ଭେଟିଥିଲେ। ଘଟଣା ପାଇଁ ସମବେଦନା ଜଣାଇବା ସହ ବିଜେପି ପ୍ରତିନିଧି ଦଳ ମୃତ ମମିତାଙ୍କ ପରିବାର ଲୋକଙ୍କ ଆଲୋଚନା କରିଛନ୍ତି। ଆଲୋଚନାବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି ମମିତାଙ୍କ ବାପା।

ସେପଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଶହ ଶହ ଗୋବିନ୍ଦ ସାହୁ ସୃଷ୍ଟି କରି ସାରିଲେଣି। ଏ ସରକାର ବର୍ଷ ବର୍ଷ ଧରି ଗୋବିନ୍ଦ ସାହୁ ସୃଷ୍ଟି କରି ଚାଲିଥିବା ସମୀର କହିଛନ୍ତି। ତେବେ ଗୋବିନ୍ଦ ସାହୁମାନଙ୍କ ସୃଷ୍ଟିକର୍ତ୍ତାକୁ ଧ୍ୱଂସ କରିବା ଯାଏ ବିଜେପି ଲଢ଼ିବ ବୋଲି ସେ କହିଛନ୍ତି। ବିଜେପିର ଏହି ଟିମ୍‌ରେ ପୂର୍ବତନ ଡିଜିପି ତଥା ବିଜେପି ନେତା ପ୍ରକାଶ ମିଶ୍ର, ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ସାଂସଦ ସଂଗୀତା ସିଂହଦେଓ, କେଭି ସିଂହଦେଓ ପ୍ରମୁଖ ସାମିଲ ଥିଲେ।

Mamita Meher Govind Sahu Mamita Meher Murder Case Mamita Murder Case
Advertisment
Advertisment