• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମମିତା ମେହେର ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଡିଆଇଜି କହିଲେ ପୋତା ଯାଇଥିବା ସ୍ଥାନରୁ ମିଳିଲା ମମିତାଙ୍କ ବ୍ୟାଗ୍ ।ଯାହାକୁ  ଚିହ୍ନଟ କରିଛନ୍ତି ମମିତାଙ୍କ ପରିବାର ଲୋକ । ଆଉ ଅଭିଯୁକ୍ତ ରାଧେ ଘରୁ ମିଳିଥିବା ବ୍ୟାଗ୍‌ କାହାର ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ କାରଣ ସେହି ବ୍ୟାଗ୍‌କୁ ମମିତାଙ୍କ ପରିବାର ଲୋକ ଚିହ୍ନଟ କରିପାରି ନାହାନ୍ତି ।

ଏହି ମାମଲାରେ ତଦନ୍ତର ଅଗ୍ରଗତି ନେଇ ଆଜି ଉତ୍ତରାଞ୍ଚଳ DIG ଦୀପକ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ସେ ତଦନ୍ତରେ ହୋଇଥିବା ଅଗ୍ରଗତି ବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି ସରିବାର ପରେ ତାକୁ କୋର୍ଟଚାଲାଣ କରାଯାଇଛି । ଆବଶ୍ୟକ ହେଲେ ଅନ୍ୟ ଅଭିଯୁକ୍ତ ରାଧେକୁ ମଧ୍ୟ ରିମାଣ୍ଡରେ ଅଣାଯିବ । ତେବେ ମମିତାଙ୍କ ମୋବାଇଲକୁ ଗୋବିନ୍ଦ ଜଳାଇ ଦେଇଥିବା କହିଲେ DIG । ଗୋବିନ୍ଦ ସାହୁକୁ ରିମାଣ୍ଡରେ ନେବା ପରେ ଏନେଇ ସେ ମୁହଁ ଖୋଲିଥିଲା । 

ଡିଆଇଜି ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣାସ୍ଥଳରୁ କିଛି ପୋଡ଼ା ମେଟାଲ୍ସ ଓ ପ୍ଲାଷ୍ଟିକ ମିଳିଛି । ସେଗୁଡ଼ିକୁ ଫୋରେନସିକ୍ ଲ୍ୟାବ୍ ପଠାଯାଇଛି । ତେବେ ଏହି ଘଟଣାରେ ମୋଟ ଦୁଇଟି ବ୍ୟାଗ୍ ମିଳିଛି । ଗୋଟିଏ ଶବ ପୋଡ଼ାଯାଇଥିବା ଜାଗାରୁ ଓ ଗୋଟିଏ ରାଧେର ଘରୁ । ଶବ ପୋଡ଼ାଯାଇଥିବା ସ୍ପଟରୁ ମିଳିଥିବା ବ୍ୟାଗ୍ ପୀଡ଼ିତାଙ୍କର ବୋଲି ପରିବାର ଚିହ୍ନଟ କରିଛନ୍ତି କହିଲେ ଡିଆଇଜି । ରାଧେର ଘରୁ ମିଳିଥିବା ବ୍ୟାଗଟିକୁ ପରିବାର ଚିହ୍ନଟ କରିପାରିନାହାନ୍ତି ।

ଏହି ଖୁଲାସା ପରେ ଏବେ ଏକ ବଡ଼ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଆଉ ତାହା ହେଲା ମମିତାଙ୍କ ଶବ ପୋଡ଼ିଗଲା ହେଲେ ବ୍ୟାଗ୍ କିପରି ପୋଡ଼ିଲା ନାହିଁ । ତେବେ ଏହି ପ୍ରଶ୍ନରେ ଉତ୍ତରରେ ଡିଆଇଜି କହିଛନ୍ତି, ତାକୁ ଟେଷ୍ଟ ପାଇଁ ଫୋରେନସିକ୍ ଲ୍ୟାବ୍ ପଠାଯାଇଛି, ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ ।

ଅନ୍ୟପଟେ ଆସନ୍ତାକାଲି (ମଙ୍ଗଳବାର) ବିଜେପିର ଏକ ସ୍ୱତନ୍ତ୍ର ଟିମ୍‌ ମମିତାଙ୍କ ପରିବାରକୁ ଭେଟିବାକୁ ବଲାଙ୍ଗିର ଯିବ । ସେହି ଟିମ୍‌ରେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଓ ବରିଷ୍ଠ ଆଇନ୍‌ଜୀବୀ ପିତାମ୍ବର ଆଚାର୍ଯ୍ୟ ସମିଲ ଅଛନ୍ତି । ଏହାସହ ରାଜ୍ୟ ସଭାପତି ସମୀର ମହାନ୍ତି, ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ, ବିଧାୟକ ମୋହନ ମାଝୀ, ମୁକେଶ ମହାଲିଙ୍ଗ ପ୍ରମୁଖ ଏହି ଟିମ୍‌ରେ ସାମିଲ ଅଛନ୍ତି ।