Advertisment

ଧରାପଡ଼ିବା ପୂର୍ବରୁ ଗୋବିନ୍ଦର କେମିତି ହେଲା କୋଭିଡ୍ ଟେଷ୍ଟ?

ଟିଟିଲାଗଡ଼ ଏସଡିଏମ୍ଓ ଏବଂ ଟେଷ୍ଟ କରିଥିବା କର୍ମଚାରୀ କହୁଛନ୍ତି ୧୭ ତାରିଖରେ ଗୋବିନ୍ଦର କୋଭିଡ୍ ଟେଷ୍ଟ ହୋଇଛି, ତେବେ ମେଡିକାଲ୍ ରେଜିଷ୍ଟରରେ ସ୍ପଷ୍ଟ ଭାବେ ୧୮ ତାରିଖରେ ଟେଷ୍ଟ କରାଯାଇଥିବା ଉଲ୍ଲେଖ ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
ଗୋବିନ୍ଦ ସାହୁର କୋଭିଡ୍ ପରୀକ୍ଷା

ଗୋବିନ୍ଦ ସାହୁର କୋଭିଡ୍ ପରୀକ୍ଷା

ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ନେଇ ନୂଆ ତଥ୍ୟ ଓଟିଭିର ହସ୍ତଗତ ହୋଇଛି। ସେ ଗତ ୧୭ ତାରିଖ ସନ୍ଧ୍ୟାରେ ଟିଟିଲାଗଡ଼ ପୋଲିସ୍ ବାରାକରୁ ଫେରାର ହୋଇଥିଲା, ତେବେ ଟିଟିଲାଗଡ଼ ହସ୍ପିଟାଲ୍ ରେଜିଷ୍ଟରରୁ ୧୮ ତାରିଖ ଦିନ ଗୋବିନ୍ଦର କୋଭିଡ୍ ଟେଷ୍ଟ କରାଯାଇଥିବା ଜଣାପଡ଼ିଛି। ତାହାଲେ ଏଠି ପ୍ରଶ୍ନ ଯଦି ଗୋବିନ୍ଦ ୧୭ ତାରିଖରେ ଫେରାର୍ ମାରିଥିଲା, ତେବେ ୧୮ ତାରିଖରେ ତାର କୋଭିଡ୍ ଟେଷ୍ଟ କିପରି କରାଗଲା?

Advertisment

ଯଦିଓ ଟିଟିଲାଗଡ଼ ଏସଡିଏମ୍ଓ ଏବଂ ଟେଷ୍ଟ କରିଥିବା କର୍ମଚାରୀ କହୁଛନ୍ତି ୧୭ ତାରିଖରେ ଗୋବିନ୍ଦର କୋଭିଡ୍ ଟେଷ୍ଟ ହୋଇଛି, ତେବେ ମେଡିକାଲ୍ ରେଜିଷ୍ଟରରେ ସ୍ପଷ୍ଟ ଭାବେ ୧୮ ତାରିଖରେ ଟେଷ୍ଟ କରାଯାଇଥିବା ଉଲ୍ଲେଖ ରହିଛି। ଏସଡିଏମ୍ଓ କହିଛନ୍ତି ପ୍ରକୃତ ଟେଷ୍ଟିଂ ରେଜିଷ୍ଟରରେ ୧୭ ତାରିଖ ଏଣ୍ଟ୍ରି ହୋଇଛି। ଫେରାର ଗୋବିନ୍ଦ ୧୯ ତାରିଖ ଦିନ ତା ଭଉଣୀଘର ଗାଁର ଆଖୁ ବାଡ଼ିରୁ ଧରାପଡ଼ିଥିଲା

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ୫ ଦିନିଆ ପୋଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିଥିଲା ପୋଲିସ। ଆଉ କୋର୍ଟ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଫଳରେ ଗୋବିନ୍ଦଙ୍କୁ କଣ୍ଟାବାଞ୍ଜି ଜେଲକୁ ନିଆଯାଇଥିଲା। ପୂର୍ବରୁ ଜେଲରେ ଗୋବିନ୍ଦର ସହଯୋଗୀ ରାଧେକୁ ରଖାଯାଇଛି। ତେବେ ଆଜି ଗଣମାଧ୍ୟମ ଆଢୁଆଳରେ ଗୋବିନ୍ଦକୁ କୋର୍ଟରେ ହାଜର କରାଇଥିଲା।

Advertisment

ପୋଲିସ ଗୋବିନ୍ଦକୁ ଗତ ରାତିରେ ବଲାଙ୍ଗିର ରିଜର୍ଭ ପୋଲିସ କ୍ୟାମ୍ପସରେ ରଖାଯାଇଥିଲା। ଆଜି ଭୋର୍ ୪ଟାବେଳେ ତାକୁ କୋର୍ଟ ନିଆଯାଇଥିଲା। ଗୋବିନ୍ଦକୁ କୋର୍ଟ ହାଜର କରିବା ପୂର୍ବରୁ ଗେଟ୍ ଆଗରେ ଗଣମାଧ୍ୟମ ପ୍ରତିନିଧି ଜଗି ରହିଥିଲେ, ହେଲେ ପୋଲିସ ସାମ୍ନା ଗେଟ୍ ଆଗରେ ଗୋଟିଏ ଗାଡ଼ି ରଖି ଦେଇ ପଛ ଗେଟ୍ ବାଟେ ଗୋବିନ୍ଦକୁ କୋର୍ଟ ନେଇଯାଇଥିଲେ। ତେବେ କାହିଁକି ଗୋବିନ୍ଦକୁ ଗଣମାଧ୍ୟମ ପ୍ରତିନିଧିଙ୍କ ଆଢୁଆଳରେ ନିଆଗଲା ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

Govind Sahu Mamita Meher Mamita Meher Murder Case
Advertisment
Advertisment