କରୋନା ୩ୟ ଲହର ସଂପର୍କରେ ବିଶେଷଜ୍ଞ ତଥା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ୩ୟ ଲହରରେ ଗଳାବ୍ୟଥାରୁ ଲକ୍ଷଣ ଆରମ୍ଭ ହେଉଛି । ଦେହହାତ ଘୋଳାବିନ୍ଧା ହେଉଛି ।
ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ନାରା ସାହିରେ ଚାଲିଛି ଟୁସୁ ମୁନିଙ୍କ ପୂଜା । ଘରେ ଘରେ ମକର ପୂର୍ବରୁ ଲିପାପୋଛା କରି ପୂଜା ଦିନ ନୂଆ ଲୁଗା ପରିଧାନ କରି ଏହି ଟୁସୁ ପୂଜାକୁ ପାଳନ କରିଛନ୍ତି ।
ଭୁବନେଶ୍ୱର ପାଲଟିଛି ଠକଙ୍କ କ୍ୟାପିଟାଲ । ଯିଏ ଯାହାର ଚିତା କାଟିଲା, ଯିଏ ଯାହାକୁ ଚୂନ ଲଗେଇପାରିଲା । ଗାଡ଼ି ହେଉ କି ଚାକିରି, ଘର ହେଉ କି ଜାଗାବାଡ଼ି । ମିଛ ପ୍ରଲୋଭନ ଦେଇ ବେଧଡ଼କ ଢଙ୍ଗରେ କୋଟି କୋଟି ଟଙ୍କାର ଠକେଇ କରୁଛନ୍ତି କିଛି ଠକ ।
ଡେ କେୟାର, ରେଡିଓ ଥେରାପି, ଡାଇଲିସିସ୍, ଟ୍ରମା ଏବଂ ଏମରଜେନ୍ସି, ଆଇପିଡି, ଟେଲି ମେଡିସିନ ଓ ଟେଲିକନସଲଟେସନ, ପଲମୋନାରି, ବୟସ୍କଙ୍କ ପାଇଁ ଟିକା, କୋଭିଡ ଟିକାକରଣ ଆଦି ଜାରି ରହିବ ବୋଲି ନିର୍ଦ୍ଦେଶାନାମାରେ କୁହାଯାଇଛି ।
ଶୂନଶାନ୍, ନିଶବ୍ବ, ପୁରୁଷ ଶୂନ୍ୟ ହୋଇପଡ଼ିଛି ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଅଞ୍ଚଳ। ଲୋକେ ଘରୁ ବାହାରୁ ନାହାନ୍ତି। ଯେଉଁମାନେ ଘରୁ ବାହାରୁଛନ୍ତି ପୋଲିସ୍ ଓ ପ୍ରଶାସନ ଉପରେ ରୋଷ ଝାଡ଼ିଛନ୍ତି।
‘ତରଙ୍ଗ ଟିଭି’ରେ ପ୍ରସାରିତ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ "ଆଶା"। କହିବ ଜଣେ ସାଧାରଣ ଗୃହିଣୀର ଅସାଧାରଣ କାହାଣୀ। ଜାଣନ୍ତୁ କେବେ ଓ କେତେବେଳେ ପ୍ରସାରଣ ହେବାକୁ ଯାଉଛି।
ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ବଢ଼ୁଛି, ନୂଆ ଭାରିଆଣ୍ଟ୍ ବି ମାଡ଼ୁଛି । ଆଜି ରାଜ୍ୟରେ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ୧୦,୮୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୨୨ ହଜାର ୭୫୩କୁ ବୃଦ୍ଧି ହୋଇଛି।
ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଆପଣ କେବେ ଅଟାରେ ତିଆରି ମିଠାର ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ଅଟାର ଏକ ନିଆରା ଓ ସୁଆଦିଆ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଅଟା ରସା’ । ଆପଣ ଏହି ରେସିପିଟିକୁ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟରେ ପ୍ରସ୍ତୁତ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଲକ୍ଷଣ ଥିଲେ ବୃଦ୍ଧ ବ୍ୟକ୍ତି ମଧ୍ୟ ଆଇସୋଲେସନରେ ରହିବେ। ଅନାବଶ୍ୟକ ମେଡିସିନ ବ୍ୟବହାର ନକରିବାକୁ ସେ ପରାମର୍ଶ ଦେଇଛନ୍ତି।
କାହାଠୁ କେବେ ଚିତ୍ରକଳାର ପ୍ରଶିକ୍ଷଣ ନେଇନଥିବା ନମିତାଙ୍କ ଏହି ଟ୍ରାଇବାଲ ପେଣ୍ଟିଂକୁ ଦେଖି ଦର୍ଶକ ବିଭୋର ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩,୦୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ମାର୍ଟ ସ୍କୁଲର ସ୍ମାର୍ଟ ଚାଉଳ । ପିଲାଙ୍କ ପାଇଁ ଆସିଥିବା ଚାଉଳ ଭର୍ତ୍ତି ହୋଇଛି ପୋକ । ଯାଜପୁରର ପ୍ରହ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସ୍ମାର୍ଟ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଥିବା ବସ୍ତାବସ୍ତା ଚାଉଳରେ ସାଲୁବାଲୁ ପୋକ ରହିଥିବାର ଦେଖିବାକୁ ମିଳିଛ ।
ଆସନ୍ତାକାଲିଠୁ ଶୁଖିଲା ପାଗ ଥିବା ବେଳେ କୁହୁଡ଼ି ବଢ଼ିବ। କାଲି ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଜୀବିକାକୁ ସୁରକ୍ଷା ଦେବାକୁ ଯାଇ ପୋଲିସ ସହ ଢିଙ୍କିଆବାସୀଙ୍କ ଆର୍ର୍ପାର୍ ଲଢ଼େଇ । ସମୟ ସକାଳ ପ୍ରାୟ ସାଢ଼େ ୧୧ଟା । JSWର ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜାରି ରହିଥିବା ଉଚ୍ଛେଦ କାର୍ଯ୍ୟ ଭିତରେ ଢିଙ୍ଗିଆବାସୀ ନିଜ ନିଜ ପାନବରଜକୁ ସୁରକ୍ଷା ଦେବାକୁ ବାହାରିଥିଲେ ।
ଛିଡ଼ୁନି ପ୍ରାର୍ଥୀ ବଛା ଅଙ୍କ । ସବୁଠୁ ଅଧିକ ମୁଣ୍ଡବିନ୍ଧା ବଢିଛି ଶାସକ ବିଜେଡିରେ । ଦଳ ପାଇଁ ପ୍ରାର୍ଥୀ ଚୟନ ଯେତିକି ବଡ କଥା ନୁହେଁ ତାଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହୋଇଛି ଟିକେଟ କଟୁଥିବା ନେତାଙ୍କୁ ସନ୍ତୁଷ୍ଟି ।
ଗୁରୁତରଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ରେବଣା ନୂଆଗାଁରେ ସଂକୀର୍ତ୍ତନ ଚାଲିଥିଲା ବେଳେ ଘଟିଛି । ହଠାତ୍ ଏକ ଦ୍ରୁତଗାମୀ କାର ଆସି ସଂକୀର୍ତ୍ତନ କରୁଥିବା ଲୋକଙ୍କୁ ଧକ୍କା ଦେଇଥିଲା ।
ଅଦିନିଆ ବର୍ଷା ଉଜାଡି ଦେଇଛି ଚାଷୀର ସଂସାର। ଉଜୁଡା କ୍ଷେତକୁ ଦେଖି ଚାଷୀ ମୁଣ୍ଡରେ ପଡିଛି ଚଡ଼କ। ଉପାୟଶୂନ୍ୟ ହୋଇ ଏବେ ଅନେଇ ବସିଛନ୍ତି କେବଳ ସରକାରୀ ସାହାଯ୍ୟକୁ।
ଫୋନ୍ ଯୋଗେ ଡାକ୍ତରୀ ପରାମର୍ଶ ବା ଟେଲିମେଡିସିନ୍ ଉପରେ ଗୁରୁତ୍ୱ । ରୋଗୀଙ୍କ ଭଲ ପାଇଁ ଏ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏ
ସୁନ୍ଦରଗଡ଼ ରମ୍ପିଆ କୋଲ ବ୍ଲକର ଘୋଘରପାଲିର ନିଛାଟିଆ ଅଞ୍ଚଳରେ ଟନ୍ ଟନ୍ କୋଇଲା ଥୁଆ ହୋଇଛି । ବେଆଇନ୍ ଖନନ ଦ୍ୱାରା ସବୁ ଖୋଳା ହୋଇଛି । ଦିନବେଳା ଶ୍ରମିକ ଲଗାଇ ମାଫିଆ ଖୋଳୁଛନ୍ତି, ଆଉ ରାତି ହେଲେ ଛତିଶଗଡ଼କୁ ହେଉଛି ଚାଲାଣ । ସକାଳ ଯାଏଁ ଟ୍ରକ ଟ୍ରକ୍ କୋଇଲା ବୁହା ଚାଲିଛି
ଏଚଆଇଭି ରୋଗ ପାଇଁ ପର ହେଲା ସ୍ୱାମୀ । ତୁଟିଗଲା ପ୍ରେମ, ପ୍ରୀତିର ବନ୍ଧନ ।
ବର୍ଷା ଦିନରେ ନଦୀରେ ପାଣି ବଢିଲେ, କାଠ ପୋଲ ପାଣିରେ ଭାସିଯିବା ସହ ବାଦପୁର ଓ କୋଦାଳବାଡ ଗାଁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି ।
ସାମାନ୍ୟ ଲକ୍ଷଣ ତଥା ଲକ୍ଷଣହୀନ କରୋନା ସଂକ୍ରମିତ, ହୋମ୍ ଆଇସୋଲେସନରେ ରହିପାରିବେ ବୋଲି ମାର୍ଗଦର୍ଶିକା ଜାରି କରାଯାଇଛି । ଖାଲି ସେତିକି ନୁହେଁ ୬୦ରୁ ଉର୍ଦ୍ଧ୍ୱ ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ୍ ଆଇସୋଲେସନ ପାଇଁ ଅନୁମତି ମିଳିବ ।
ଓଡ଼ିଶାରେ ତଥା ପୂରା ବିଶ୍ୱରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଡେଲଟା ଭାରିଆଣ୍ଟ୍ ମାଡ଼ୁଥିବା ବେଳେ ଲୋକଙ୍କୁ ଅକ୍ସିଜେନର ଆବଶ୍ୟକତା ପଡ଼ୁଥିଲା । କିନ୍ତୁ ଏବେ ସେପରି ସ୍ଥିତି ନାହିଁ । ଏବେ ଚାରିଆଡ଼େ ଓମିକ୍ରନ୍ ହିଁ ସଂକ୍ରମିତ କରୁଛି । ଘରେ ଘରେ ପହଞ୍ଚିବ ଓମିକ୍ରନ୍ । ଏହା ସମସ୍ତଙ୍କୁ ଆକ୍ରାନ୍ତ କରିବ ।