• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାୟୁରେ ଲୋକଙ୍କୁ ସଂକ୍ରମିତ କରୁଛି ଓମିକ୍ରନ ଭୂତାଣୁ । ହେଲେ ନୂଆ ଭାରିଆଣ୍ଟ୍ ପାଖରେ ମାତ୍ର ୫ ମିନିଟ ଯାଏ ସଂକ୍ରମିତ କରିବାର କ୍ଷମତା ରହିଛି । ବାୟୁରେ ୫ ମନିଟ ରହିବା ପରେ ଏହା ଆଉ ସଂକ୍ରମଣ କରୁନି । ପାଖାପାଖି ୨୦ ମିନିଟ ପରେ ଏହା ନିଷ୍କ୍ରିୟ ହୋଇଯାଉଛି । ତେଣୁ ଯଦି ଆମେ ମାସ୍କ ପିନ୍ଧିବା, ଓମିକ୍ରନରୁ ବର୍ତ୍ତି ପାରିବା ବୋଲି କହିଛନ୍ତି  ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।

ଓମିକ୍ରନ ହେଲେ ବହୁମାତ୍ରାରେ ତଣ୍ଟି ଦରଜ ହେଉଛି । ନାକ ବୋହିବା, ଛିଙ୍କ ଓ ଜ୍ୱର ହେଉଛି । କିନ୍ତୁ ଏହା ୪ରୁ୫ ଦିନରେ ଭଲ ହୋଇଯାଉଛି । ଜଣେ ଓମିକ୍ରନ ଚିହ୍ନଟ ହେବା ଅର୍ଥ ଆଉ ୬୦ ରୁ ୯୦ ଜଣ ଓମିକ୍ରନ ଆକ୍ରାନ୍ତ ଅଛନ୍ତି, ଯେଉଁମାନେ କି ସ୍ୱଳ୍ପ ଲକ୍ଷଣ ବା ଲକ୍ଷଣ ବିହୀନ । ଆଉ ସେମାନେ ଚିହ୍ନଟ ହୋଇନାହାନ୍ତି ।

ପୋଷ୍ଟ ଓମିକ୍ରନ୍‌ରେ ବିଶେଷ କିଛି ଅସୁବିଧା ହେବ ନାହିଁ । କିଛି ଜଣଙ୍କ ଠାରେ ଗଳା ଯନ୍ତ୍ରଣା ଦେଖିବାକୁ ମିଳୁଛି । ଫଳରେ ଭଲ ହେବା ପରେ ମଧ୍ୟ କିଛି ଖାଇବା ଢ଼ୋକିବା ପାଇଁ ଅସୁବିଧା ହେଉଛି । କିଛି ଲୋକଙ୍କ ନାକରୁ ପାଣି ବହିବା ସହିତ କାଶ, କଫ ଓ ଛିଙ୍କ ହେଉଛି । ହେଲେ ସବୁ ଲକ୍ଷଣ ଗୁଡ଼ିକ ଚାରି ପାଞ୍ଚ ଦିନ ଭିତରେ ଠିକ୍ ହୋଇଯାଉଛି । ତେଣୁ କାହାକୁ ହସ୍ପିଟାଲରେ ଆଡମିଟ୍‌ କରିବାକୁ ପଡ଼ୁନି । ତେଣୁ ଓମିକ୍ରନ୍‌କୁ ନେଇ ବିଶେଷ ଭୟ କରିବା ଉଚିତ୍‌ ନୁହେଁ ।

ଗତକାଲି ଆଇଏଲସ୍ ପକ୍ଷରୁ ଆଶ୍ୱସ୍ତିକର ଖବର ଆସିଛି । ୯ ତାରିଖ ପର୍ଯ୍ୟନ୍ତ ଡେଲଟା ପ୍ରଭାବ ବିସ୍ତାନ କରୁଥିଲା, କିନ୍ତୁ ଏବେ ଆଉ ଡେଲଟା ନୁହେଁ ଲୋକଙ୍କୁ ଓମିକ୍ରନ୍‌ ହିଁ ସଂକ୍ରମିତ କରୁଛି । କାରଣ ପ୍ରାୟ ସମସ୍ତ ସଂକ୍ରମିତଙ୍କ ଠାରେ ଗୁରୁତର ଲକ୍ଷଣ ନାହିଁ ।

ଏହାସହ ୟୁଏସ୍‌ର ସଦର୍ଣ୍ଣ କାଲିଫର୍ଣ୍ଣିଆର ଏକ ତଥ୍ୟରୁ ମଧ୍ୟ ଆଶ୍ୱସ୍ତିକରଖବର ଆସିଛି । ଲୋକଙ୍କୁ କରୋନାର ନୂଆ ଭାରିଆଣ୍ଟ୍ ବିଶେଷ କିଛି କ୍ଷତି ପହଞ୍ଚାଇ ନାହିଁ । ଏପରିକି ଆଦୌ ଟିକା ନେଇ ନଥିବା ସଂକ୍ରମିତଙ୍କ ଠାରେ ମଧ୍ୟ ଗୁରୁତର ଲକ୍ଷଣ ନାହିଁ । ୫୩ ହଜାର ଲୋକଙ୍କୁ ନେଇ ସର୍ବେକ୍ଷଣ କରାଯାଇଥିବା ବେଳେ ମୃତ୍ୟ ହାର ବହୁତ କମ୍ ରହିଛି । ମାତ୍ର ଜଣେ ପ୍ରାଣ ହରାଇଥିବା ଷ୍ଟଡି କହୁଛି । କୌଣସି ସଂକ୍ରମିତଙ୍କୁ ଭେଣ୍ଟିଲେଟର୍‌କୁ ଯିବାକୁ ପଡ଼ୁନି ।

ବର୍ତ୍ତମାନ ସୁଦ୍ଧା ମୁମ୍ବାଇରେ ଶୀର୍ଷ ଛୁଇଁଲାଣି ସଂକ୍ରମଣ । ସେହିପରି ରାଜଧାନୀ ଦିଲ୍ଲୀରେ ଆଉ ଦୁଇ ଦିନ ମଧ୍ୟରେ ସଂକ୍ରମଣ ଶିଖର ଛୁଇଁବା ବୋଲି ଆକଳନ କରାଯାଇଛି । ଓଡ଼ିଶାରେ ଆଉ ୧୦ରୁ ୧୨ ଦିନ ପରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ ବୋଲି କହଛନ୍ତି । ସେ ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ । ଅନେକ ଲୋକ ଏବେ ଘରେ ରହି କିଟ୍‌ରେ ପରୀକ୍ଷା କରିନେଉଛନ୍ତି । ତେବେ ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଦ୍ୱିତୀୟ ଲହରୀ ପରି ତୃତୀୟ ଲହରୀ ଏତେ କ୍ଷତି ପହଞ୍ଚାଇବ ନାହିଁ ବୋଲି ସେ କହିଛନ୍ତି ।

ଓଡ଼ିଶାରେ ତଥା ପୂରା ବିଶ୍ୱରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଡେଲଟା ଭାରିଆଣ୍ଟ୍ ମାଡ଼ୁଥିବା ବେଳେ ଲୋକଙ୍କୁ ଅକ୍ସିଜେନର ଆବଶ୍ୟକତା ପଡ଼ୁଥିଲା । କିନ୍ତୁ ଏବେ ସେପରି ସ୍ଥିତି ନାହିଁ । ଏବେ ଚାରିଆଡ଼େ ଓମିକ୍ରନ୍‌ ହିଁ ସଂକ୍ରମିତ କରୁଛି । ଘରେ ଘରେ ପହଞ୍ଚିବ ଓମିକ୍ରନ୍‌ । ଏହା ସମସ୍ତଙ୍କୁ ଆକ୍ରାନ୍ତ କରିବ । ତେଣୁ ସଭିଏ କୋଭିଡ ଅନୁକୂଳ ନିୟମ ମାନନ୍ତୁ ।

ତୃତୀୟ ଲହରୀ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଲୋକଙ୍କ ଠାରେ ଏହା ହାର୍ଡ଼ ଇମ୍ୟୁନିଟି ଆଣିବ । ତେବେ ସବୁଠାରୁ ବଡ଼ କଥା ହେଲା ଡେଲଟାକୁ ରିପ୍ଲେସ୍‌ କରୁଛି ଓମିକ୍ରନ୍ । ଲକ୍ଷଣ ନଥିବା ଲୋକେ ନମୁନା ପରୀକ୍ଷା ନକଲେ ମଧ୍ୟ କିଛି ହେବ ନାହିଁ । ଯେଉଁ ମାନଙ୍କ ଠାରେ ସଂକ୍ରମଣର ଲକ୍ଷଣ ରହିଛି, ସେମାନେ ତୁରନ୍ତ ଟେଷ୍ଟ କରାଇବା ଆବଶ୍ୟକ ।

ଖରାପ ପାଗ ପାଇଁ ଓମିକ୍ରନ୍ କିଛି ପ୍ରଭାବ ପକାଇବ ନାହିଁ । ସାଧାରଣ ଥଣ୍ଡା ହୋଇଥିବା ଲୋକଙ୍କର ନମୁନା ପରୀକ୍ଷା କରାଗଲେ ୫୦ ପ୍ରତିଶତ ସଂକ୍ରମିତ ହିଁ ଚିହ୍ନଟ ହେବେ । ଆଗାମୀ ସମୟରେ ସଂକ୍ରମଣ ଥଣ୍ଡାକାଶ ପରି ଆମ ସହ ହିଁ ରହିବ । ଏଥିପାଇଁ ବୟସାଧିକ୍ୟ ଲୋକଙ୍କ ଏଥିପାଇଁ ବାର୍ଷିକ ଗୋଟିଏ ଗୋଟିଏ ଭ୍ୟାକ୍ସିନ୍‌ ନେବାକୁ ପଡ଼ିପାରେ ।