• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Sumit Tapaswini
ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା, ପୁଣି ସୁମିତଙ୍କ ପରିବାରକୁ ଲାଗିଲା ଝଟ୍‌କା

ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ । ୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଥିଲେ ।

Hotel Sealed
ହୋଟେଲ ସିଲ୍‌ ବେଳେ ଭିତରେ ରହିଗଲେ ମାଲିକ, ତାପରେ..

ବ୍ୟାଙ୍କ ପକ୍ଷରୁ ସିଲ୍ କଲା ବେଳେ ହୋଟେଲ ମାଲିକ ଭିତରେ ରହିଯାଇଥିଲେ । ସଂପର୍କୀୟ ଓ ପୋଲିସ୍ ସହାୟତାରେ ହୋଟେଲ ମାଲିକ ଉଦ୍ଧାର ହୋଇଥିବା ସୂଚନା । ହୋଟେଲ ମାଲିକ ବାହାରିବା ପରେ ପୁନଶ୍ଚ ସିଲ୍ କଲେ ବ୍ୟାଙ୍କ କର୍ତ୍ତୃପକ୍ଷ ।

  • Monday, 17 January 2022
Dhinkia
ଦୁର୍ଦ୍ଦଶାରେ ଢିଙ୍କିଆବାସୀ ! ପୋଲିସ ଭୟରେ କିଏ ବିଲରେ ତ ଆଉ କିଏ ଦଳଭର୍ତ୍ତି ପାଣି କାଦୁଅରେ ଲୁଚିଛନ୍ତି

ଜୋରଜବରଦସ୍ତ ଭିଟାମାଟି ଛଡ଼ାଇ ନେବାକୁ ଜାରି ରହିଥିବା ସରକାରୀ ଷଡ଼ଯନ୍ତ୍ର ଭିତରେ ଏଣେ ଟଳିପଡୁଛି ଜଣଙ୍କ ପରେ ଜଣଙ୍କ ପାନବରଜ । ସରକାରୀ ଲୋକେ ଆସି ହିସାବ କରୁଛନ୍ତି, ତାଲିକା ଧରାଇ ଚାଲିଯାଉଛନ୍ତି । ଲୋକଙ୍କ ପାଖରେ ଆଉ ଚାରା ବି ନାହିଁ ।

Bank Locker Loot
‍ବ୍ୟାଙ୍କ ଲକରରେ ଥିବା ଆପଣଙ୍କ ଅଳଙ୍କାର ସୁରକ୍ଷିତ ଅଛି ତ ?

ଷ୍ଟ୍ରଙ୍ଗରୁମ୍ ପାଇଁ ଧାର୍ଯ୍ୟ ନିୟମାବଳୀକୁ ମାନୁଛନ୍ତି ତ ବ୍ୟାଙ୍କ କର୍ତ୍ତୃପକ୍ଷ ? ଲକର ନିର୍ମାଣରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ପେସିଫିକେସନର ପାଳନ କରୁଛନ୍ତି ତ ?

Sarapanch post Auction
Panchayat Election: ଏଠି ନିଲାମ ହେଉଛି ସରପଞ୍ଚ ପଦବୀ ! ୪୪ ହଜାର ଟଙ୍କା ଦେଇ ସୁଶାନ୍ତ କଣିନେଲେ ପଦ..

ଆଶାୟୀ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ, ଯିଏ ୪୪ ହଜାର ଟଙ୍କା ଦେଇ ବିଲେଇସର୍ଡା ସରପଞ୍ଚ ପଦ କିଣିଥିବା ଦାବି କରିଛନ୍ତି । ତାସହ ବଖାଣିଛନ୍ତି ପୁରା ଘଟଣା ପଛର ବୃତ୍ତାନ୍ତ ।

Panchayat Election
Panchayat Election: ଆରମ୍ଭ ହେଉ ହେଉ ଗଣ୍ଡଗୋଳ-ଟଙ୍କାବଣ୍ଟା-ଆଚରଣ ବିଧି ଉଲ୍ଲଂଘନ !

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉ ହେଉ ଦେଖାଦେଲାଣି ଗଣ୍ଡଗୋଳ, ଟଙ୍କାବଣ୍ଟା ଓ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ମୟୁରଭଂଜ ଉଦଳା ବ୍ଲକ୍ ଖଲାଡ଼ି ପଂଚାୟତ ଲାଗି ସରପଂଚ ପ୍ରାର୍ଥୀ ମାଳତୀ ସେନାପତି ନାମାଙ୍କନପତ୍ର ଦାଖଲ କରୁଥିବା ବେଳେ ପହଞ୍ଚିଥିଲେ ପୂର୍ବତନ ସରପଂଚ ସୁଲୋମଣି ମଢେଇ ।

Panchayat Election
ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ୮୭୭୨ ଜଣଙ୍କ ନାମାଙ୍କନ ଦାଖଲ

ଘରେ ଘରେ ହେଉଛି ଆଲୋଚନା ପର୍ଯ୍ୟାଲୋଚନା । କାହାକୁ ଦେବେ ଭୋଟ ? ଆଶାୟୀ ପ୍ରାର୍ଥୀଙ୍କ ସହ ତାଙ୍କ ପରିବାର ବି ଲାଗିପଡ଼ିଛନ୍ତି ନିର୍ବାଚନ ପ୍ରଚାରରେ । ତେବେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।

mahanga
ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ନୂଆ ଫର୍ଦ୍ଦ ! IICଙ୍କୁ କୋର୍ଟଙ୍କ ତାଗିଦ୍‌, କହିଲେ ତୁରନ୍ତ ତଦନ୍ତ ଶେଷ କର

ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଆବେଦନ କରିଥିଲା ପୋଲିସ । ମାମଲା ADJ କୋର୍ଟରେ ଥିବାରୁ ରିମାଣ୍ଡ ଆବେଦନ ଖାରଜ କଲେ JMFC ।

Corona
ଡରିବାର ନାହିଁ ! ‘ଓମିକ୍ରନ୍‌ ଯେମିତି ଶୀଘ୍ର ମାଡ଼ୁଛି ସେମିତି ଶୀଘ୍ର ଦୁର୍ବଳ ହେବ’

ଓମିକ୍ରନ ଅଧିକ ସଂକ୍ରାମକ । କିନ୍ତୁ ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯାଉଛି । ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇପଡୁଥିବାରୁ କ୍ଷତି କରିପାରୁନି ଓମିକ୍ରନ୍‌ ।

Sealed
ମାତିଛି କରୋନା ! କଟକ ପରେ ଅନୁଗୋଳ କୋର୍ଟ ସିଲ୍‌

ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ଆଜି ସକାଳ ୭ଟାରୁ ଜାନୁୟାରୀ ୩୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ନେଇ ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି ।

Mudirasta
ପୁଣି ଦାୟିତ୍ୱ ନେଲେ ମୁଦିରସ୍ତ, ଗଜପତିଙ୍କ ବଦଳରେ କରିବେ ସମସ୍ତ ନୀତିକାନ୍ତି

ପୁଣି ଆଉ ୧ ବର୍ଷ ପାଇଁ ମୁଦିରସ୍ତଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି । ଏହାସହ ସେ ସମସ୍ତ ନୀତିକାନ୍ତି ସୂଚର ରୂପେ କରିବେ ବୋଲି ଗଜପତି ମହାରାଜା କହିଛନ୍ତି ।

Abhisekh's Wife Mousumi
ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଲେ ଅଭିଷେକଙ୍କ ପତ୍ନୀ ମୌସୁମୀ, CMRFକୁ ୪୦ ଲକ୍ଷ ଟଙ୍କା ଦେଲେ

ସ୍ୱାମୀଙ୍କୁ ବଞ୍ଚାଇବାକୁ ଲୋକଙ୍କୁ ଆକୁଳ ନିବେଦନ କରିଥିଲେ ପତ୍ନୀ ମୌସୁମୀ । ବାସୁଦେବପୁର ମନ୍ଦାରୀ ଅଞ୍ଚଳର ଅଭିଷେକ ମହାପାତ୍ର ବିବାହର ମାତ୍ର ୮ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ଲୋକମାନେ ବି ସାହାଯ୍ୟ କରିଥିଲେ । ହେଲେ ବଞ୍ଚିପାରି ନଥିଲେ ଅଭିଷେକ । ବଳକା ଥିବା 40 ଲକ୍ଷ ଟଙ୍କାକୁ ସରକାରଙ୍କୁ ଦାନ କରିଦେଲେ ପତ୍ନୀ ମୌସୁମୀ ।

  • Monday, 17 January 2022
aiims bhubaneswar
ଭୁବନେଶ୍ୱର ଏମ୍ସରେ ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ଏମ୍ସରୁ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ୭୦ରୁ ଅଧିକ ଡାକ୍ତର, ୬୦ ନର୍ସିଂ କର୍ମଚାରୀ, ୨୦ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଖାଲି ଏତିକି ନୁହେଁ, ୯୦ରୁ ଅଧିକ ଅନ୍ୟ କର୍ମଚାରୀମାନେ ବି କରୋନା ସଂକ୍ରମିତ ହୋଇଛନ୍ତି ସମସ୍ତେ ଆକ୍ରାନ୍ତ ଆଇସୋଲେସନରେ ଅଛନ୍ତି ।

Bank Loot
ମୁଖା ପିନ୍ଧି ବ୍ୟାଙ୍କରେ କଳାକନା ବୁଲାଇଥିଲେ, ଖୋଜିଖୋଜି ଧରିଲା ପୋଲିସ୍‌

ରାସୋଳ ଓଡ଼ିଶା ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ମାରଣାସ୍ତ୍ର ଦେଖାଇ ଓ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା, ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା।

Covid19
ଦେଶରେ କମିଛି ଦୈନିକ ସଂକ୍ରମଣ; ଆଜି ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ

ଦେଶରେ ଦିନକରେ ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲିଠାରୁ ୧୩ ହଜାର ୧୧୩ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଦେଶରେ ଦିନକରେ ୩୮୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Lord Jagannath
ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ: କଳାଠାକୁରଙ୍କୁ ଦର୍ଶନ କରିବେ ତ୍ରିମୂର୍ତ୍ତୀ ସମେତ ସମସ୍ତ ଦେବାଦେବୀ

ଶ୍ରୀମନ୍ଦିରରେ ଆଜି ପୁଷ୍ୟାଭିଷେକ ପାଳିତ ହେବ । ବିଶ୍ୱାସ ରହିଛି ଯେ, ଆଜିର ଦିନରେ ଜଗତର ନାଥ ଜଗନ୍ନାଥଙ୍କୁ ରାଜା ଭାବେ ଅଭିଷେକ କରାଯାଇଥିଲା । ପ୍ରଭୁ ଜଗନ୍ନାଥଙ୍କ ପୁଷ୍ୟାଭିଷେକ ଅବସରରେ ମହୋଦଧି ନିକଟରେ ସମବେତ ହୁଅନ୍ତି ହଜାର ହଜାର ଭକ୍ତ । ତେଣୁ ଆଜିର ଦିନରେ ସମୁଦ୍ର ଆଳତୀ ମଧ୍ୟ କରାଯାଏ ।

corona virus
ରାଜ୍ୟରେ ୧୦ ହଜାର ତଳକୁ ଖସୁନି ସଂକ୍ରମଣ; ଦିନକରେ ୧୦,୪୮୯ ଆକ୍ରାନ୍ତ ଚିହ୍ନଟ

ଗତକାଲି ରାଜ୍ୟରେ ଉପରମୁହାଁ ରହିଥିଲା କରୋନା ଗ୍ରାଫ । ସଂକ୍ରମଣ ସଂଖ୍ୟାରେ ଲଗାମ ଲାଗୁନଥିଲା। ଦିନକରେ ୧୧,୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି କୋଭିଡ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଆଜି ରାଜ୍ୟରେ ଦିନକରେ ୧୦,୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

PadmaShri Shanti Devi
ଆରପାରିରେ ପଦ୍ମଶ୍ରୀ ଶାନ୍ତି ଦେବୀ

ଭୂଦାନ ଆନ୍ଦୋଳନ ପାଇଁ ବେଶ୍ ପରିଚିତ ଥିଲେ ଶାନ୍ତି ଦେବୀ । ଆଦିବାସୀ ଅଞ୍ଚଳରେ ହଷ୍ଟେଲ ପ୍ରତିଷ୍ଠା କରି ସେବା ଯୋଗାଇ ଆସୁଥିଲେ । ସେ ପଦ୍ମଶ୍ରୀ ପୁରସ୍କାର ସହ ଯମୁନାଲାଲ ବଜାଜ୍ ପୁରସ୍କାର ମଧ୍ୟ ପାଇଛନ୍ତି ।

Sex Racket Busted In Cuttack
ଥାନା ପଛପଟ ହୋଟେଲ୍‌ରେ ଚାଲିଥିଲା ଦେହ ବ୍ୟବସାୟ, ଧରାପଡ଼ିଲା ରାଣୀ ମହୁମାଛି

କଟକ ସିଡିଏ ସେକ୍ଟର-୭ ମର୍କତନଗର ଅଞ୍ଚଳରେ ଗତକାଲି ସେକ୍ସ ରାକେଟ ଠାବ ହୋଇଛି। ମହିଳା କିଙ୍ଗପିନ୍‌ଙ୍କ ସମେତ ଜଣେ ଗ୍ରାହକ, ଜଣେ ଦଲାଲ୍ ଏବଂ ଅନ୍ୟ ଜଣେ ହୋଟେଲ୍ କର୍ମଚାରୀଙ୍କୁ ପୋଲିସ୍ ଗିରଫ କରିଛି। 

Daily Horoscope
Daily Horoscope 17 Jan 2022: ଜାଣନ୍ତୁ ଆଜିର ରାଶିଫଳ..

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୭ ତାରିଖ, ସୋମବାର, ମକର ୪ ଦିନ, ପୌଷ ମାସ , ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ପୁନର୍ବସୁ ନକ୍ଷତ୍ର । ଆସନ୍ତୁ ଜାଣିବା ମେଷ ରାଶି ଠାରୁ ଆରମ୍ଭ କରି ମୀନ ରାଶିର ବ୍ୟକ୍ତିଙ୍କ ରାଶିଫଳ ସମ୍ପର୍କରେ..

Orphan children
ଦୁର୍ଦ୍ଦିନରେ ପଡିରହିଛି ତିନି କୋମଳମତୀ ଶିଶୁଙ୍କ ଜୀବନ; କେବେ ମିଳିବ ସରକାରୀ ସହାୟତା?

ବାପା ମାଆ ଆରପାରିକୁ ଚାଲିଗଲା ପରେ ଏବେ ବୁଢା ଅଜା ଭରଷାରେ ୩ କୋମଳମତୀ ଶିଶୁ । ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଛି । ପଡୋଶୀ ଯାହା ଦେଲେ ସେଥିରେ ପେଟ ପୁରୁଛି । ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲତିଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 17 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 17 January 2022
Anant Das
କ୍ଷମତାକୁ ଆସିବା ପରେ ହୁ ହୁ ହୋଇ ବଢ଼ିଲା ସମ୍ପତ୍ତି, ଇଏ ବିଜେଡି ନେତା !

ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଅନନ୍ତ ଦାସଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏମିତିକି ଲୋକାୟୁକ୍ତରେ ବି ହୋଇଛି ତାଙ୍କ ନାଁରେ ଅଭିଯୋଗ ।

The decision of Virat Kohli make storm in cricket world
ବିରାଟଙ୍କ ବଡ଼ ନିଷ୍ପତ୍ତିକୁ ନେଇ କ୍ରିକେଟ୍ ଜଗତରେ ଝଡ

ବିରାଟ କୋହଲି ଟେଷ୍ଟ କ୍ୟାପ୍ଟେନ୍ସି ଛାଡ଼ିବା ପରେ ବଢ଼ିଲା ଚର୍ଚ୍ଚା। ଏହାକୁ ନେଇ ସିଧାସଳଖ ବିସିସିଆଇକୁ ଦାୟୀ କରାଯାଇଛି। ଭବିଷ୍ୟତରେ କିଏ ନେବ ଏହି ଦାୟିତ୍ୱ ସେନେଇ ଚର୍ଚ୍ଚା ଜୋର ଧରିଛି।

Theft
ଭୋଲାଭାଲା ଚେହେରା, ଫର୍ମାଲ୍ ଡ୍ରେସ୍ ଆଉ ଲୁକ୍‌ସରେ ନୂଆ ଷ୍ଟାଇଲ୍‌ର ଚୋରି ! ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୋଲାଭାଲା ଚେହେରା, ଫର୍ମାଲ୍ ଡ୍ରେସ୍, ଫର୍ମାଲ୍ ଲୁକ୍‌ସ । ଏଭଳି ବ୍ୟକ୍ତି ଯେ ବ୍ୟାଙ୍କରେ ପଶି କଳାକନା ବୁଲାଇଦେବ, ସହଜରେ ବିଶ୍ୱାସ ହେବା ମୁସ୍କିଲ । କିନ୍ତୁ ଜାଣିରଖନ୍ତୁ ତାର କଳା କାରନାମାା ।