/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642234291.jpg)
'Ata rasa' sweet recipe
ଆମେ ଘରେ ବିଭିନ୍ନ ପ୍ରକାରର ମିଠାର ରେସିପି ତିଆରି କରିଥାଉ । ଆଜି ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟରେ ଅଟାର ରେସିପି ପ୍ରସ୍ତୁତ କରିବୁ । ତେବେ ଚାଲନ୍ତୁ ଜାଣିବା ‘ଅଟା ରସା’ କିଭଳି ପ୍ରସ୍ତୁତ କରାଯାଏ ।
Advertisment
'ଅଟା ରସା' ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ଅଟା,କ୍ଷୀର,ଚିନି,ଗୁଆଘିଅ,ଗୁଜୁରାତି ଗୁଣ୍ଡ ଓ ଲେମ୍ବୁରସ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଚିନିରେ ଗୁଜୁରାତି ଗୁଣ୍ଡ ଓ ଲେମ୍ବୁରସ ମିଶାଇ ଶିରା ପ୍ରସ୍ତୁତ କରି ରଖନ୍ତୁ।
- ଏବେ କଡ଼େଇ ଗରମ କରି ଅଟାକୁ ହାଲକା ଭାଜି ଦିଅନ୍ତୁ।
- ଏହାପରେ ଏକ ପ୍ୟାନ୍ରେ କ୍ଷୀରକୁ ଫୁଟାଇ ସେଥିରେ ଗୁଜୁରାତି ଗୁଣ୍ଡ ଓ ଗୁଆଘିଅ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
- ଏହାପରେ ସେଥିରେ ଭଜା ଅଟାକୁ ପକାଇ ଜନ୍ତି ଦିଅନ୍ତୁ।
- ଏବେ ଏହି ଅଟା ଜନ୍ତୁଣିକୁ ଗୋଲ ଗୋଲ ପିଠା ଆକାରର କରି ଗଢ଼ି ରଖନ୍ତୁ।
- ଏହାପରେ କଡ଼େଇରେ ତେଲ ଗରମ କରି ଏହି ଅଟା ଗୁଳାଗୁଡ଼ିକୁ ଛାଣି ଦିଅନ୍ତୁ।
- ହାଲକା ଲାଲ୍ ହୋଇଆସିଲେ ଏଗୁଡ଼ିକୁ କାଢ଼ି ପୂର୍ବରୁ ପ୍ରସ୍ତୁତ ଥିବା ଚିନି ଶିରାରେ ପକାଇ ଦିଅନ୍ତୁ।
- ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତୁ ଏହାକୁ ଛାଡି ଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଅଟା ରସା’। ଏହି ମିଠାର ରେସିପିକୁ ଏକ ପ୍ଲଟ୍ ରେ କାଢି ପରଷନ୍ତୁ । ଏହି ମିଠାର ରେସିପିକୁ ଆପଣ ଫ୍ରିଜ୍ ରେ ବହୁଦିନ ଧରି ରଖି ଖାଇପାରିବେ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)