ଆପଣ ଅନେକ ପ୍ରତିଭାବାନ ଚିତ୍ରଶିଳ୍ପୀ ଦେଖିଥିବେ, ଯିଏ ହାତରେ ଚିତାକର୍ଷକ ଚିତ୍ର ଆାଙ୍କିପାରନ୍ତି । ଯାହାକୁ ଦେଖିବେ ତାର ଛବିକୁ ଅବିକଳ ଉତାରି ଦିଅନ୍ତି କାନଭାସରେ । ହେଲେ କାହାକୁ ପାଦରେ ଚିତ୍ର ଆଙ୍କିବାର କେବେ ଦେଖିଛନ୍ତି, ତାହା ପୁଣି ଏକାସଙ୍ଗେ ଦୁଇ ଦୁଇଟି ଅଲଗା ଅଲଗା ଚିତ୍ର । ଆପଣ ଭାବୁଥିବେ ଏହା କେମିତି ସମ୍ଭବ । ତେବେ ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ସୁବର୍ଣ୍ଣପୁରର ଜଣେ ଯୁବ ଚିତ୍ରଶିଳ୍ପୀ ।
ନା କୌଣସ ପ୍ରଶିକ୍ଷଣ ନା କିଛି ପ୍ରେରଣା । ବିନା ଗୁରୁରେ ଜଗନ୍ନାଥଙ୍କୁ ସ୍ମରଣ କରି ଜୀବନ୍ତ ପ୍ରତିଛବି ଆଙ୍କୁଛନ୍ତି ଅବିନାଶ । କେହି କେହି ଏହାକୁ ଚମତ୍କାର କହୁଥିବବେଳେ, ଅବିନାଶଙ୍କ ମା କହିଛନ୍ତି, ଜଗନ୍ନାଥଙ୍କ କୃପା ବିନା କେବେ ଏମିତି ସମ୍ଭବ ନୁହେଁ ।
ଝିଅର କୃତୀତ୍ୱର ସାକ୍ଷୀ ହୋଇ କାନ୍ଥ ସାରା ଝୁଲୁଛି ମାନପତ୍ର ଆଉ ମେଡାଲ୍.. ଘରେ ଧାଡ଼ି ଧାଡ଼ି କରି ଥୁଆ ହୋଇଛି ସମ୍ମାନ ଓ ପୁରସ୍କାର.. ଘର କାନ୍ଥରେ ଆଉ ଜାଗା ନାହିଁ କି ଥାକ ଫାଙ୍କା ନାହିଁ.. କିନ୍ତୁ ଜିଲ୍ଲା, ରାଜ୍ୟ, ଦେଶ, ବିଦେଶରୁ ପୁରସ୍କାର, ସମ୍ମାନ ଆଉ ମାନପତ୍ର ଜିତି ଚାଲିଛି ଝିଅ.. ଆଉ ବାପାଙ୍କୁ ତାର ପରିଚୟ ଦେବାକୁ ପଡ଼ୁନି.. ଏବେ ଝିଅର ପରିଚୟରେ ପରିଚିତ ହେଉଛନ୍ତି ବାପା ମାଆ ଆଉ ପରିବାର ଲୋକେ..
ୟୁଟ୍ୟୁବ୍ ରୁ ଚିତ୍ର ଶିଖି ବିଦେଶରେ ବିକୁଛନ୍ତି । ସାଧାରଣ ପରିବାରରେ ଜନ୍ମ ନେଇଥିଲେ ହେଲେ ନିଜ ଭିତରେ ଥିବା କଳାକାର ତାଙ୍କୁ ଦେଲା ପରିଚୟ । ୟୁଟୁବ୍ ଦେଖି ପାଲଟିଗଲେ ଚିତ୍ରକର
କାହାଠୁ କେବେ ଚିତ୍ରକଳାର ପ୍ରଶିକ୍ଷଣ ନେଇନଥିବା ନମିତାଙ୍କ ଏହି ଟ୍ରାଇବାଲ ପେଣ୍ଟିଂକୁ ଦେଖି ଦର୍ଶକ ବିଭୋର ହୋଇଛନ୍ତି।