• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନ ଆସିଲେ ଗାଁକୁ ମାଳ ମାଳ ନେତା ଆସନ୍ତି, ବିକାଶ କରିବାକୁ ପ୍ରତିଶ୍ରୁତିର ବର୍ଷା ଅଜାଡି ଦିଅନ୍ତି । ଆଉ ନିର୍ବାଚନ ସରିଗଲେ, ଯେଉଁ ସମସ୍ୟାକୁ ସେହି ସମସ୍ୟାରେ ବର୍ଷ ବର୍ଷ ବୁଡି ରୁହନ୍ତି ଗ୍ରାମବାସୀ । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ଦୁର୍ଗମ ପୁରୁଣାପାଣି ପଂଚାୟତର ବାଦପୁର ଗ୍ରାମବାସୀଙ୍କ ଦୁଃଖ ହିଁ ବଖାଣୁଛି ବିକାଶର ବିକଳ ଚିତ୍ର । ବାରମ୍ବାର ଅଭିଯୋଗ ପରେ ବି ନା ନେତାଙ୍କ ଦୃଷ୍ଟି ଦେଉଛନ୍ତି ନା ପ୍ରଶାସନିକ ଅଧିକାରୀ ।

ଗଜପତି ଜିଲ୍ଲା ଆର.ଊଦୟଗିରି ବ୍ଳକ୍ ପୁରୁଣାପାଣି ପଂଚାୟତର ବାଦପୁର ଗାଁ । ଗାଁରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ୱ ଆଦିବାସୀ ସମ୍ପ୍ରଦାୟ ପରିବାର ବାସ କରୁଥିବା ବେଳେ ସମସ୍ୟା କହିଲେ ନସରେ । ନା ଗାଁକୁ ଯିବାକୁ ଭଲ ରାସ୍ତା ଅଛି, ନା ବିଜୁଳି ଆଲୁଅ, ନା ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ନା ମୁଣ୍ଡ ଗୁଞ୍ଜିବା ପାଇଁ ଆବାସ ଯୋଜନା ହେଉ ଅବା ବିଜୁ ପକ୍କା ଘର ଯୋଜନାରେ ଘର ଖଣ୍ଡେ । ବର୍ଷ ବର୍ଷ ଧରି ଅତି ଦୟନୀୟ ଅବସ୍ଥାରେ ଜିଉଁଛନ୍ତି ଗ୍ରାମବାସୀ । ଗାଁର ମୁଖ୍ୟ ସମସ୍ୟା ହେଉଛି, ଗାଁ ନିକଟରେ ଥିବା ଘୋଡାହାଡ ନଦୀରେ ପୋଲ ନାହିଁ ।

ଫଳରେ ସ୍କୁଲ କଲେଜ ବଜାରହାଟ, ପଂଚାୟତ କାର୍ଯ୍ୟାଳୟ ଓ ମେଡିକାଲ ସମସ୍ତ କ୍ଷେତ୍ରରେ ଦୁଇ ଖଣ୍ଡ ଗାଁ ଲୋକ ମିଶି ନିର୍ମାଣ କରିଥିବା ଏହି କାଠ ପୋଲ ହିଁ ଏକ ମାତ୍ର ସାହା ଭରସା । ବର୍ଷା ଦିନରେ ନଦୀରେ ପାଣି ବଢିଲେ, କାଠ ପୋଲ ପାଣିରେ ଭାସିଯିବା ସହ ବାଦପୁର ଓ କୋଦାଳବାଡ ଗାଁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି । ନଳକୂଅ ଟିଏ ନଥିବାରୁ ପାହାଡ ଉପରୁ ପାଇପ ଯୋଗେ ଝରଣା ପାଇ ଯୋଗାଇ ଦିଆଯାଇଛି । ସୋଲାର ସିଷ୍ଟମ୍ ପୋଡି ଯିବା ପରେ ଗାଁରେ ଟ୍ରାନ୍ସଫର୍ମା ବସା ଯାଇଛି, ହେଲ ,ଏ ଯାଏ ବିଦ୍ୟୁତ ସଂଯୋଗ ହୋଇନାହିଁ ।

ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ହୋଇଗଲେ, ବାଦପୁର ଓ କୋଦାଳବାଡ ଗାଁର ୧ ହଜାରରୁ ଉର୍ଦ୍ଧ୍ୱ ଲୋକେ ଉପକୃତ ହୋଇପାରିବେ । ହେଲେ ଜଳ ସମ୍ପଦ ବିଭାଗ ଦ୍ୱାରା ନିର୍ମାଣ କରିଥିବା ଘୋଡାହାଡ ଡ୍ୟାମର ବିଭାଗୀୟ କର୍ତ୍ତୃପକ୍ଷ ପୋଲ ନିର୍ମାଣ ପାଇଁ ଗୁରୁତ୍ୱ ଦେଉନଥିବା ବେଳେ ବ୍ଳକ ପ୍ରଶାସନ ପକ୍ଷରୁ ମଧ୍ୟ ପୋଲ ନିର୍ମାଣ ପାଇଁ ଗୁରୁତ୍ୱ ଦିଆଯାଉନାହିଁ ।

ପ୍ରତି ବର୍ଷ ଗ୍ରାମାବାସୀ ନିଜେ କାଠ ପୋଲ ନିର୍ମାଣ କରି ଯା ଆସ କରୁଛନ୍ତି । ସମସ୍ୟା ନେଇ ବିଡିଓ କହିଛନ୍ତି, ପୋଲ ନିର୍ମାଣ ପାଇଁ ପ୍ରୋପଜାଲ ଦିଆଯାଇଥିଲା । କିନ୍ତୁ ଯେତିକି ଅର୍ଥ ମଂଜୁର ହୋଇଥିଲା, ସେତିକି ଅର୍ଥରେ ପୋଲ ନିର୍ମାଣ ହୋଇପାରିବ ହେବା ନାହଁ ବୋଲି ପୋଲ ନିର୍ମାଣ କରାଯାଇଛନ୍ତି । ଆଗକୁ ପଦକ୍ଷେପ ଗ୍ରହଣ କରିବା ସହ ଗାଁ ସମସ୍ୟାକୁ ଦୁର କରାଯିବ ବୋଲ କହିଛନ୍ତି ।

ମୋହନାରୁ ମିହିର ଜିତିଙ୍କ ରିପୋର୍ଟ