• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରହ୍ମଗିରିରେ ରିପିଟ୍‌ ହେଲା ଛତିଶଗଡ଼ ଘଟଣା । ଗତ ଅକ୍ଟୋବରରେ ଦଶହରା ଭସାଣ ଶୋଭାଯାତ୍ରା ବେଳେ ଛତିଶଗଡ଼ରେ ଲୋକଙ୍କ ଉପରେ ମାଡ଼ି ଯାଇଥିଲା କାର୍ । ଆଉ ଆଜି ବ୍ରହ୍ମଗିରିରେ ସଂକୀର୍ତ୍ତନ ଚାଲିଥିବେ ବେଳେ ମାଡ଼ିଗଲା କାର୍ । ଏହି ଘଟଣାରେ ଜଣେ ମୃତ, ୬ ଗୁରୁତର । ଗୁରୁତରଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ରେବଣା ନୂଆଗାଁରେ ସଂକୀର୍ତ୍ତନ ଚାଲିଥିଲା ବେଳେ ଘଟିଛି । ହଠାତ୍‌ ଏକ ଦ୍ରୁତଗାମୀ କାର ଆସି ସଂକୀର୍ତ୍ତନ କରୁଥିବା ଲୋକଙ୍କୁ ଧକ୍କା ଦେଇଥିଲା । ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁର୍ଘଟଣା ଘଟାଇଥିବା କାର୍‌କୁ ଲୋକମାନେ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଚନ୍ତି ।

ଏହିଭଳି ଏକ ସମାନ ଘଟଣା ୧୫ ଅକ୍ଟୋବର ୨୦୨୧ରେ ଛତିଶଗଡ଼ରେ ଘଟିଥିଲା । ଦଶହରା ଭସାଣ ଶୋଭାଯାତ୍ରା ବେଳେ ଲୋକଙ୍କୁ ଦଳିଦେଇଥିଲା ଦୃତଗାମୀ କାର । ଛତିଶଗଡ଼ ଯଶପୁରରେ ଦୁର୍ଗା ଭସାଣ ଶୋଭାଯାତ୍ରା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ । ଆହତମାନଙ୍କୁ ନିକଟସ୍ଥ ପାଥଲଗାଁଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଅପରାହ୍ନରେ ଛତିଶଗଡ଼ର ପାଥଲଗାଁଓ ବଜାରପଡ଼ାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ପାଇଁ ଲୋକେ ରାସ୍ତାରେ ଶୋଭାଯାତ୍ରା କରି ଯାଉଥିଲେ । ପ୍ରାୟ ୧୦୦ରୁ ଅଧିକ ଲୋକେ ଉତ୍ସବରେ ସାମିଲ ଥିଲେ । ହଠାତ ପଛପଟୁ ଏକ ଦ୍ରୁତଗାମୀ କାର ଆସି ଲୋକଙ୍କୁ ନିର୍ମମ ଭାବେ ଧକ୍କା ଦେବା ସହ ଦଳି ଚକଟି ଆଗକୁ ମାଡ଼ି ଚାଲିଥିଲା । ଲୋକେ କିଛି ବୁଝିବା ଆଗରୁ କାର୍‌ଟି ଦ୍ରୁତ ଗତିରେ ପଳାଇଥିଲା ।