Advertisment

ଏମ୍‌ସ୍‌ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ, ୧୭ରୁ ଓପିଡି ବନ୍ଦ

ଡେ କେୟାର, ରେଡିଓ ଥେରାପି, ଡାଇଲିସିସ୍, ଟ୍ରମା ଏବଂ ଏମରଜେନ୍ସି, ଆଇପିଡି, ଟେଲି ମେଡିସିନ ଓ ଟେଲିକନସଲଟେସନ, ପଲମୋନାରି, ବୟସ୍କଙ୍କ ପାଇଁ ଟିକା, କୋଭିଡ ଟିକାକରଣ ଆଦି ଜାରି ରହିବ ବୋଲି ନିର୍ଦ୍ଦେଶାନାମାରେ କୁହାଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

AIIMS BHUBANESWAR

ଆସନ୍ତା ୧୭ ରୁ ଭୁବନେଶ୍ୱର ଏମ୍‌ସ ଓପିଡି ବନ୍ଦ । ଏହି ସର୍ବଭାରତୀୟ ସ୍ତରର ହସ୍ପିଟାଲର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛନ୍ତି କର୍ତ୍ତୃପକ୍ଷ । ଏହାର ନିର୍ଦ୍ଦେଶନାମା ଜାରି କରାଯାାଇଛି । ତେବେ ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରିକାଳୀନ ସେବା ଚାଲୁ ରହିବ ବୋଲି କୁହାଯାଇଛି ।

Advertisment

ଡେ କେୟାର, ରେଡିଓ ଥେରାପି, ଡାଇଲିସିସ୍, ଟ୍ରମା ଏବଂ ଏମରଜେନ୍ସି, ଆଇପିଡି, ଟେଲି ମେଡିସିନ ଓ ଟେଲିକନସଲଟେସନ, ପଲମୋନାରି, ବୟସ୍କଙ୍କ ପାଇଁ ଟିକା, କୋଭିଡ ଟିକାକରଣ ଆଦି ଜାରି ରହିବ ବୋଲି ନିର୍ଦ୍ଦେଶାନାମାରେ କୁହାଯାଇଛି । 

ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୧୦ ହଜାରରେ ଟ୍ରେଣ୍ଡ କରୁଛି। ଆକ୍ରାନ୍ତଙ୍କ ସଂଖ୍ୟା ଖୁବ୍‌ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ  ହସ୍ପିଟାଲର ଓପିଡିକୁ ବ୍ୟବହାର କରାଯାଉଛି। ହେଲେ ରୋଗୀ ସେବା ପୂର୍ବ ପରି ଚାଲୁ ରହିଛି।

Advertisment

ଅନ୍ୟପଟେ କରୋନାର ୩ୟ ଲହର ସଂପର୍କରେ ବିଶେଷଜ୍ଞ ତଥା ଡାକ୍ତର ଜୟନ୍ତ ପଣ୍ଡାଙ୍କ ପରାମର୍ଶ ଅନୁଯାୟୀ ଏଥର ଗଳାବ୍ୟଥାରୁ ଲକ୍ଷଣ ଆରମ୍ଭ ହେଉଛି । ଦେହହାତ ଘୋଳାବିନ୍ଧା, ଦେହ ଛେଚିକୁଟି ହେବା ଦେଖାଯାଉଛି । ପେଟ କାଟିବା ଏବଂ ପତଳା ଝାଡ଼ା ହେବା ୩ୟ ଲହରରେ ବେଶି ଦେଖାଯାଉଛି । କିନ୍ତୁ ଘ୍ରାଣଶକ୍ତି ଚାଲିଯିବା ଏହି ୩ୟ ଲହରରେ ଦେଖାଯାଉନି । ୩ୟ ଲହରରେ ରୋଗୀ ଶୀଘ୍ର ଆରୋଗ୍ୟ ହେଉଥିବା ବି ଦେଖାଯାଉଛି । ଟେଷ୍ଟରେ ଯାହାର ସିଟିଭ୍ୟାଲୁ ଅଧିକ, ତାଙ୍କଠି ଭୂତାଣୁ କମ୍ ରହିଛନ୍ତି । ଓମିକ୍ରନ ଶୀଘ୍ର ଆକ୍ରାନ୍ତ କରୁଛି, ରୋଗୀ ଗୁରୁତର ହେଉନାହାନ୍ତି । ଓମିକ୍ରନ ଭୂତାଣୁ ଗଳାରେ ରହୁଛି, ଛାତିକୁ ଆସୁନି କି ଗୁରୁତର କରୁନି । ବେଶି ଔଷଧ ନୁହେଁ, ଅଳ୍ପ କିଛି ଔଷଧରେ ଭଲ ହେବା ସମ୍ଭାବନା । ତେବେ ଡାକ୍ତରଙ୍କ ପରାମର୍ଶ ବିନା ମନଇଚ୍ଛା ଔଷଧ ସେବନ କ୍ଷତିକାରକ ।

AIIMS Corona OPD
Advertisment
Advertisment