ଅନ୍ୟ ଟିକା କେବଳ ସଂପୃକ୍ତ ରୋଗ ରୋକିବନି, କରୋନାକୁ ବି ତଡ଼ିବ।
ଦୁଇ ଦିନ ହେଲା ନୂଆ ପଜିଟିଭ୍ ଗ୍ରାଫ୍ ତଳମୁହାଁ ଥିଲା । ହେଲେ ଆଜି ପୁଣି ଦୈନିକ ସଂକ୍ରମଣରେ ବିସ୍ଫୋରଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮୨ ହଜାର ୯୭୦ ନୂଆ ଆକ୍ରାନ୍ତ। ଯାହାକି ଗଲାକାଲିର ନୂଆ ରୋଗୀ ସଂଖ୍ୟାଠାରୁ ଏକାଥରେ ପ୍ରାୟ ୪୫ ହଜାର ଅଧିକ । ଥାର୍ଡ ୱେଭରେ ଦେଶରେ ହୁ ହୁ ସଂକ୍ରମଣର ଏ ଅବୁଝା ରୂପ ଦେଖି ଚିନ୍ତିତ ସ୍ୱାସ୍ଥ୍ୟ ବିଭାଗ ।
ସାଥୀ ହୋଇ ଜନ୍ମ ହୋଇଥିଲେ ଓ ସାଥୀ ହୋଇ ଚାଲିଗଲେ ଯାଆଁଳା ଭାଇ। ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଆଁଳା ଭାଇଙ୍କ ମୃତ୍ୟୁ।
ଗାଁକୁ ଗାଁ, ପର୍ଯ୍ୟଟନ ସ୍ଥଳୀ ଠାରୁ ଆରମ୍ଭ କରି ଦେବାଳୟ ପର୍ଯ୍ୟନ୍ତ, ସବୁଠି ଚାଲିଛି ସଫେଇ କାର୍ଯ୍ୟ । ପଲିଥିନ ଗୋଟାଇ ତାକୁ ଏକ ବ୍ୟାଗ ରେ ରଖୁଛନ୍ତି ଯୁବ ଗୋଷ୍ଠୀମାନେ । ଇଏ କୌଣସି ପେଶାଦାର ଜରି ଗୋଟାଳି ନୁଁହନ୍ତି କି ଏଥିରୁ ଅର୍ଥ ଉପାର୍ଜନ କରିବାର ଉଦେଶ୍ୟ ନାହିଁ ଏମାନଙ୍କର ।
ଅବହେଳା କଲେ ସଂକ୍ରମଣ ବଢ଼ିବ, ସମସ୍ତେ ଅସୁବିଧା ଭୋଗିବେ।
ଜାତୀୟ ସ୍ତରରେ ଆଦିବାସୀ ପ୍ରତିଭା। ମାଲକାନଗିରି ଉପାନ୍ତ ଜିଲ୍ଲାର ୧୩ ଜଣ ଅନାଥ ପିଲା ରିୟଲିଟି ଶୋ’ ‘India's Got Talent’ ରେ ସେମାନଙ୍କର ଜଲ୍ଓ୍ୱା ଦେଖାଇଛନ୍ତି।
କର୍ମଚାରୀଙ୍କୁ ୩ ଦିନ ସ୍ୱତନ୍ତ୍ର CL ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି
ଯେଉଁଠି ଭୋଟ୍ ଗ୍ରହଣ ହେବ, ମତ ଦାନର ୪୮ ଘଣ୍ଟା ପୂର୍ବରୁ ସେଠି ମଦ ମନା। ୪୮ ଘଣ୍ଟା ପୂର୍ବରୁ ଭୋଟ୍ ପରଦିନ ପର୍ଯ୍ୟନ୍ତ ମଦ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
ଜାନୁୟାରୀ ୯ରୁ ୧୬ ମଧ୍ୟରେ ୨୪୯ ସାମ୍ପଲ ପଠାଯାଇଥିଲା।
୧୦ ବର୍ଷ ପରେ ମାମଲାରେ ଏପରି ମୋଡ ଏବେ ପୋଲିସ୍ର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗିରଫଙ୍କ ମଧ୍ୟରେ ଏକ ପ୍ରତିଷ୍ଠିତ କଲେଜର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ । ଅଭିଯୁକ୍ତଙ୍କ ଠାରୁ ୨୫ ହଜାର, ୩ଟି ମୋବାଇଲ, ୧ଟି ଏଟିଏମ୍ କାର୍ଡ ଜବତ । ଦେହ ବ୍ୟବସାୟର ଲୋଭ ଦେଖାଇ ଜଣେ ଯୁବକଙ୍କୁ ଫୋନ୍ରେ ଡାକିଥିଲେ ।
ଦିନେ ପଡ଼ିଆ ପଡ଼ିଥିବା ଚାଷ ଜମିରେ ଏବେ ସୁନାର ଫସଲ। ଯୁଆଡ଼େ ଆଖି ବୁଲାଇଲେ ସବୁଜ କ୍ଷେତରେ ହସୁଛି ତାଜା ପନିପରିବା। ଧାଡ଼ି ଧାଡ଼ି ହୋଇ ଲାଗିଛି କୋବି ଗଛ।
ରାଜ୍ୟରେ ଗତ କିଛିଦିନ ଧରି କରୋନା ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଏସବୁ ଭିତରେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଘରେ ଶୁଆ ରଖିବା ବେଆଇନ୍ । ଏହା ଶୁଣି ଭୋ ଭୋ ହୋଇ କାନ୍ଦିଲେ ସସ୍ମିତା । ହେଲେ ପ୍ରେମ ବଡ ନା ଆଇନ ବଡ । ଏମିତି ଏକ ଦୋଛକିରେ ପଡିଗଲେ ସେ । ଆପଣ କୁହନ୍ତୁ ନା କିଏ ବଡ ।
ଯେଉଁ ଜିଲ୍ଲାରେ ଅଧତ୍କ ପଜିଟିଭ କେସ୍ ଆସୁଛି, ସେଠାକୁ କିଟ୍ ପଠାଯିବ । ସହଜରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ ।
ଭଦ୍ରକ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ । ଜଗତସିଂହପୁର ଓ ଝାରସୁଗୁଡ଼ାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୪୯୪କୁ ବୃଦ୍ଧି ।
ସୁନ୍ଦରଗଡ଼- ୧୨୧୯, କଟକ- ୮୯୮, ଷ୍ଟେଟ୍ପୁଲ୍- ୮୭୭, ସମ୍ବଲପୁର- ୩୯୦, ବାଲେଶ୍ୱର- ୩୦୫, ଯାଜପୁର- ୨୩୧, ରାୟଗଡ଼ା- ୨୨୯, ବଲାଙ୍ଗିର- ୨୨୯, ଝାରସୁଗୁଡ଼ା- ୨୧୯, ନୟାଗଡ- ୨୦୬, ଅନୁଗୁଳ- ୧୮୫, ମୟୂରଭଞ୍ଜ- ୧୭୪, ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪କୁ ବୃଦ୍ଧି ।
୧୦ ତାରିଖ ଭିତରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବା ନେଇ କୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ସୁମିତ କରିଥିବା ଆବେଦନର ମଧ୍ୟ ଆଜି କୋର୍ଟ ଶୁଣାଣି କରିବେ । ପୂର୍ବରୁ ଏସ୍ଡିଜେଏମ୍ଙ୍କ ନିର୍ଦ୍ଦେଶ ପରେ ସୁମିତଙ୍କ ଘରେ ରହୁଛନ୍ତି ତପସ୍ୱିନୀ ।
୩ ଜଣ ଦୁର୍ବୃତ୍ତ ଏକ ପଲ୍ସର୍ ବାଇକ୍ରେ ଆସି ପ୍ରଥମେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ପରେ ଫାଙ୍କା ଗୁଳିଚାଳନା କରି ଟଙ୍କା ଲୁଟିଥିଲେ । ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଦୃଶ୍ୟ । ଜଙ୍କିଆ ଥାନା ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଛାନ୍ଭିନ୍ କରୁଛି ।
୧୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣି ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
ଏଥର କୌଣସି ମନ୍ତ୍ରୀ କି ନେତା ସାଧାରଣତନ୍ତ୍ର ଦିବସରେ ନିଜର ଆତ୍ମ ପ୍ରଚାର କିମ୍ବା ସରକାରୀ ସଫଳତା ବଖାଣିପାରିବେନି ।
ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସାତ ସପନ । ଉପାନ୍ତ ନୁହେଁ ଖୋର୍ଦ୍ଧା ବାଣପୁରଠାରୁ ମାତ୍ର ୪୦ କିମି ଦୂରରେ ଥିବା ମହୁଲିଆ ଗାଁର ଏଭଳି ଅବସ୍ଥା ।
ହତ୍ୟା କରିବା ପରେ ସେ ଘରେ ହିଁ ଜାଳି ଦେଇଛି ନିଜ ମାଆକୁ । ମଙ୍ଗଳବାର ସଂଧ୍ୟାରେ ଘଟିଛି ଏହି ଅଭାବନୀୟ ଘଟଣା ।
ଜୌତିଷବାଣୀ- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ରହିବା ପାଇଁ କରନ୍ତୁ ଏହି ସରଳ ପ୍ରତିକାର । ୧- ପ୍ରତ୍ୟେକ ଗୁରୁବାର ଅରୁଆଚାଉଳ ମନ୍ଦିରରେ ଦାନ କରନ୍ତୁ । ୨-ଶନିବାର ତେଲ ଦୀପ ଜାଳନ୍ତୁ । ୩-ଅସହାୟ ବ୍ୟକ୍ତିଙ୍କୁ ଯଥା ସମ୍ବବ ସାହାଯ୍ୟ କରନ୍ତୁ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।