/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642243852.jpg)
Dhinkia Turned Into Fortress
ଶୂନଶାନ୍, ନିଶବ୍ବ, ପୁରୁଷ ଶୂନ୍ୟ ହୋଇପଡ଼ିଛି ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଅଞ୍ଚଳ। ପୋଲିସ୍ ସହ ଗତକାଲିର ଖଣ୍ଡ ଯୁଦ୍ଧ ପରେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଘରୁ ବାହାରୁ ନାହାନ୍ତି। ଯେଉଁମାନେ ଘରୁ ବାହାରୁଛନ୍ତି ପୋଲିସ୍ ଓ ପ୍ରଶାସନ ଉପରେ ରୋଷ ଝାଡ଼ିଛନ୍ତି। ପୋଲିସ୍ ଗାଁର କିଛି ଲୋକଙ୍କୁ ଗିରଫ କରିଛି, ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେ ବି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରା ଅଞ୍ଚଳକୁ ପୋଲିସ୍ ଛାଉଣୀରେ ପରିଣତ କରାଯାଇଛି। ଗାଁକୁ ଆସୁଥିବା ବ୍ୟକ୍ତିଙ୍କ ଯାଞ୍ଚ କରୁଛି ପୋଲିସ୍। ପାଟଣା ଗାଁ ପ୍ରବେଶ ପଥରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ପୋଲିସ୍ ଜଣ ଜଣକଙ୍କୁ ଯାଞ୍ଚ କରି ଗାଁ ଭିତରକୁ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରୁଛି।
ପ୍ରସ୍ତାବିତ JSW ପ୍ରକଳ୍ପକୁ ବିରୋଧ କରିଗତକାଲି ପୋଲିସ୍-ଜନତା ମୁହାଁମୁହିଁ ହୋଇଥିଲେ। ଏପରିକି, ଉଭୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେପଟେ ଢିଙ୍କିଆକୁ ଆସୁଥିବା କିଛି ସମାଜସେବୀଙ୍କୁ ପୋଲିସ୍ ଅଟକାଇ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷେ, ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ କଡ଼ା ନିନ୍ଦା କରିଛି। ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି, ଗତକାଲି ଢିଙ୍କିଆରେ ପୋଲିସ ଯେଭଳି ଭାବେ ଲୋକଙ୍କୁ ମାଡ଼ ମାରିଛି, ତାହା ମାନବାଧିକାରର ଉଲ୍ଲଘଂନ। ଜନ ଶୁଣାଣି ପରେ ହିଁ କୌଣସି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହେବା କଥା କିନ୍ତୁ ତା ବଦଳରେ ଜମି ହରାଉଥିବା, ରୋଜଗାର ହରାଉଥିବା ଲୋକଙ୍କୁ ପୋଲିସ ମାଡ଼ ମାରିଛି। କଳିଙ୍ଗନଗରରେ ସରକାର ଯେମିତି ଏକ ପକ୍ଷ ହୋଇଥିଲେ, JSW ପାଇଁ ମଧ୍ୟ ରାଜ୍ୟ ସରକାର ସେମିତି ଏକ ପକ୍ଷ ହୋଇଥିବା ନିଶିକାନ୍ତ କହିଛନ୍ତି। ଆବଶ୍ୟକ ଅନୁସାରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ନିଶିକାନ୍ତ କହିଛନ୍ତି। ମାନବାଧିକାର ଉଲ୍ଲଘଂନ ଯେମିତି ନ ହେବ, ସେଥିପାଇଁ କଂଗ୍ରେସ ଚେତାବନୀ ଦେଇଛି।
JSW ପ୍ରକଳ୍ପକୁ ବିରୋଧକୁ ନେଇ ପୋଲିସର ଲାଠି ମାଡ଼କୁ ସିପିଏମ୍ ମଧ୍ୟ ନିନ୍ଦା କରିଛି। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ଏସ୍ଆଇଟି ତଦନ୍ତ ଓ ଘଟଣା ପାଇଁ ଦାୟୀ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପାନବରଜର କ୍ଷତିପୂରଣ ପ୍ରଦାନ କରିବାକୁ ସିପିଏମ୍ ଦାବି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)