ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜାନୁଆରୀ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ୨୧ ଭିତରେ ନାମଙ୍କନପତ୍ର ଦାଖଲ, ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଓ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।
ଦିନକ ବ୍ୟବଧାନ ପରେ ଆଜି ରାଜ୍ୟରେ ପୁଣି ଲମ୍ବ ଡିଆଁ ମାରିଛି କୋଭିଡ୍ ସଂକ୍ରମଣ । ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୧ ପଜିଟିଭ୍ । ଯାହାକି ଗତକାଲି ଚିହ୍ନଟ ହୋଇଥିବା ୪ ହଜାର ୮୨୯ କରୋନା ଆକ୍ରାନ୍ତଙ୍କ ତୁଳନାରେ ୪୨ ପ୍ରତିଶତ ବା ୨ ହଜାର ୨୪୧ ଅଧିକ ।
ଏଥର ଗାଁ ଗାଁରେ ଜମିବନି ପ୍ରଚାର କି ଭୋଜି ଭାତ । କୌଣସି ସ୍ଥାନରେ ପଥପ୍ରାନ୍ତ ସଭା, ପଦଯାତ୍ରା କି ବାଇକ୍ ରାଲି ହେବ ନାହିଁ ।
ନିୟମ ଅନୁପାଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଆଦୌ ଟିକା ନେଇନଥିବା ଲୋକଙ୍କ ଟିକାକରଣ ଜୋରଦାର ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ସଚେତନତା କାର୍ଯ୍ୟରେ ମିଶନ ଶକ୍ତି ଗ୍ରୁପଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ବୟସର ଅପରାହ୍ନରେ ନିଜର ବୋଲି କେହି ନାହିଁ । ହେଲେ ପଛୁଆ ଅଞ୍ଚଳର ପିଲାଙ୍କ ଦୁଃଖ ବୁଝି କଲେଜ ନିର୍ମାଣ କରୁଛନ୍ତି ବୃଦ୍ଧ ଦମ୍ପତି । ଏଥିପାଇଁ ୨୦ ଲକ୍ଷ ଦାନ କରିଛନ୍ତି ।
ଗର୍ବର ସହ ଏତିକି କହିବି ଯେ ଅଭିନୟର ପିକ୍ରେ ଥାଇ ସେ ଆମକୁ ଛାଡ଼ି ଚାଲିଗଲେ।
ପିଲାଟି ବେଳୁ ପୁରୁଣା ବାଦ୍ୟ ଯନ୍ତ୍ର ପ୍ରତି ଆକୃଷ୍ଟ ଥିବା ସଂଗ୍ରାମଙ୍କୁ ଏଥିପାଇଁ ଅଜାଙ୍କ ଠାରୁ ଅଧିକ ପ୍ରେରଣା ମିଳିଥିଲା । ଠକରା ବାଦ୍ୟ ଯନ୍ତ୍ରଙ୍କୁ ତିଆରି କରିବା ପାଇଁ ୭ ବର୍ଷ ବୟସରୁ ଅଜାଙ୍କ ଠାରୁ ଶିକ୍ଷା ନେଇଥିଲେ । ସଂଗ୍ରାମ ଅତି ସହଜରେ ଏହି ବାଦ୍ୟଯନ୍ତ୍ର ମାଧ୍ୟମରେ ପାଟି ଛାତିକୁ ହାତରେ ବାଡାଇ ବିଭିନ୍ନ ପ୍ରକାର ମ୍ୟୁଜିକ୍ ତିଆରି କରିପାରୁଛନ୍ତି
ଲୋକଙ୍କ ଠାରୁ ପ୍ରଶାସନ ପକ୍ଷରୁ ଜୋରକରି ଜୋରିମାନା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ବାସୁଦେବପୁର ସହରର କେତେକ ଦୋକାନୀ ପୌର କାର୍ଯ୍ୟାଳୟ ସହ ଥାନା, ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ଘେରି ହୋ ହଲ୍ଲା କରିବା ସହ ପ୍ରତିବାଦ କରିଛନ୍ତି ।
ଓଲିଉଡ୍ର କାକା ଭାବେ ପରିଚିତ ଭେଟ୍ରାନ୍ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ ପ୍ରଥମେ ଆର୍ଟ ଫିଲ୍ମ ‘ସ୍କୁଲ୍ ମାଷ୍ଟର’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।
ପାନ ଖାଇବାକୁ କିଏ ବା ପସନ୍ଦ ନ କରେ l ଆଜିକାଲି ସମସ୍ତେ ପାନ ର ଦିୱାନା l କିନ୍ତୁ ବିଳମ୍ବିତ ରାତିରେ ବନ୍ଦ ହୋଇଯାଏ ପାନ ଦୋକାନ l ରାତିରେ ଯଦି ଜଣକୁ ପାନ ଦରକାର ହୁଏ ସେ ପାଇବ କେଉଁଠୁ l କିନ୍ତୁ ରାତିରେ ମଧ୍ୟ ଦୋକାନ ବନ୍ଦ ଥିବାର ସମୟରେ ଗ୍ରହକ କେମିତି ପାଇପାରିବେ ପାନ । ସେଥିପାଇଁ ଏକ ନିଆରା ପାନ ଦୋକାନ କରିଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଆନନ୍ଦ ପଞ୍ଜୱାନି l ପାନ ଦୋକାନର ଲକରରେ ରହେ ପାନ l ରାତିରେ ବି ଗ୍ରହକ ଆସି ପାନ ଖାଇଥାନ୍ତି l
ତିନି ଦଶନ୍ଧୀ ଧରି ଓଲିଉଡ୍ରେ ରାଜ କରିଥିଲେ ମିହିର
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମକର ସଂକ୍ରାନ୍ତି ପାଇଁ କଟକଣା ଜାରି କରାଯାଇଛି ।
ବ୍ରହ୍ମପୁରର ଡାକ୍ତର ସୁମିତ୍ ସାହୁ-ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ବିବାଦ ମାମଲା ଥମିବାର ନାଁ ଧରୁନି। ଜିଲ୍ଲା ଜଜ୍ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅବସର ପରେ ସମସ୍ତଙ୍କ ପାଇଁ ସାଜିଛନ୍ତି ଗୁରୁ । ସେନାରେ ନୁଯୁକ୍ତି ପାଇଁ ଯୁବକଯୁବତୀଙ୍କୁ ଦେଉଛନ୍ତି ଟ୍ରେନିଂ । ବ୍ରହ୍ମପୁର ଫିଜିକାଲ୍ ଏକାଡେମୀ ପ୍ରତିଷ୍ଠା କରି ଆଗ୍ରହୀ ଯୁବଶକ୍ତିଙ୍କୁ ସେନା ପାଇଁ ଶାରିରୀକ ଭାବେ ପ୍ରସ୍ତୁତ କରାଇବାରେ ଲାଗିପଡ଼ିଛନ୍ତି ସୀମାଞ୍ଚଳ ।
ଯେଉଁଠି ରୋଷେଇବାସ ସେଇଠି ଖିଆପିଆ ଓ ପାଠପଢ଼ା। ଛୋଟିଆ ଆଜ୍ବେଷ୍ଟସ୍ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର। ଅର୍ଥାଭାବରୁ ହଷ୍ଟେଲରେ ରହିବାର ସୁବିଧା ନପାଇ ରହୁଛନ୍ତି ବସ୍ତିରେ। ତଥାପି ସଂଘର୍ଷ କରି ଆଗକୁ ବଢିବା ପାଇଁ ଉଦ୍ୟମ ଚଳାଇଛନ୍ତି।
ପଞ୍ଚାୟତ ନିର୍ବାଚନ ନେଇ ଗାଇଡଲାଇନ ଜାରି କରିଛନ୍ତି ଏସ୍ଇସି। ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ଗାଇଡଲାଇନ ପଠାଯାଇଛି।
ଏଥର ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।
୮୦ ପ୍ରତିଶତ ମାର୍କ ରଖି ପିଲା ସିଟ୍ ପାଉନାହାନ୍ତି, ଅଥଚ ୪୦ ପ୍ରତିଶତ ମାର୍କ ଥିବା ପିଲା କଲେଜରେ ନାଁ ଲେଖାଉଥିବା ଅଭିଯୋଗ ହୋଇଛି।
ଆଜିଠୁ ୧୪ତାରିଖ ମଧ୍ୟରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଯାତ୍ରାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସଫାସୁତୁରା ହେବା ପରେ ଗାଁ ଦାଣ୍ଡ ପଞ୍ଚବାଦ୍ୟ ଦୁଲଦୁଲିରେ ଦୁଲିକୁଛି ।
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୭ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୨୨୬ ଜଣ ସଂକ୍ରମିତ ଚିହ୍ନଟ।
ପୂର୍ତତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲାର ବରିଷ୍ଠ ରାଜନେତା ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ହୋଇଛି। ଖଡ଼ିଆଳ ନିର୍ବାଚନ ମଣ୍ଡଳୀରୁ ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଗକୁ ରହିଛି ଅଦିନିଆ ବର୍ଷା। ଚିନ୍ତାରେ ପଡିଗଲେଣି ଚାଷୀ। ମଣ୍ଡିଗୁଡ଼ିକ ପଡିଛି ଖୋଲାମେଲା ଅବସ୍ଥାରେ। କ୍ଷେତରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ଅମଳ ଫସଲର ସୁରକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପରାମର୍ଶ।
କରୋନାକୁ ବେଖାତିର କରି ଚାଲିଛି ନିର୍ବାଚନ ଚିନ୍ତା। ନିର୍ବାଚନକୁ ସୁରକ୍ଷିତ କରିବା, ଗାଇଡଲାଇନ୍ ପ୍ରସ୍ତୁତ କରିବା ନେଇ ରାଜ୍ୟ ନିର୍ବାଚନ ଆୟୋଗ ଡାକିଛନ୍ତି ସର୍ବଦଳୀୟ ବୈଠକ। ନିର୍ବାଚନର ସମସ୍ତ ଦିଗକୁ ନେଇ ହୋଇଛି ମାନସମନ୍ଥନ।