Advertisment

ରାଜ୍ୟରେ ୧୧ ହଜାର ମୁହାଁ ଦୈନିକ ସଂକ୍ରମଣ

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩,୦୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Covid Hospital

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦,୮୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୨୨ ହଜାର ୭୫୩କୁ ବୃଦ୍ଧି ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୨୧ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୨୯୩, ଲୋକାଲ କଣ୍ଟାକ୍ଟ ୪୫୬୩ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। 

Advertisment

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩,୦୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼- ୧୯୪୩, କଟକ- ୯୦୯, ଷ୍ଟେଟପୁଲ୍- ୭୧୨, ସମ୍ବଲପୁର- ୫୦୦, ମୟୂରଭଞ୍ଜ- ୩୭୬, ବାଲେଶ୍ୱର- ୩୨୬, ବଲାଙ୍ଗିର- ୨୫୯, ଜଗତସିଂହପୁର- ୨୨୨, ଝାରସୁଗୁଡ଼ା- ୨୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୪୭୮କୁ ବୃଦ୍ଧି ହୋଇଛି। 

Omicron Cases In Odisha COVID19 Omicron Variant
Advertisment
Advertisment