• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ହାତରେ ବନ୍ଧା ହେଲା ଠକ । ଲୋକଙ୍କ ନିକଟତର ହୋଇ ବ୍ୟବସାୟ ନା ରେ ମିଶିଥୁଲା ପରେ ବ୍ୟବସାୟର ପାର୍ଟନର ହେବାକୁ କହି ଟଙ୍କା ନେଇ ଛୁ ମାରୁଥିଲେ କିଛି ଅଭିଯୁକ୍ତ । ଏଭଳି ଜଣେ ଠକକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।

ଗିରଫ ଠକ ଜଣକ ହେଲା ପ୍ରଭକାର ଜେନା । ଘର କେନ୍ଦ୍ରାପଡା ଜିଲା ଦେଉଳତାର ରାଜକନିକା ଅଂଚଳରେ । ଦୀଶା ଏଣ୍ଟରପ୍ରାଇଜେସ୍ ନାମରେ ଏକ ସଂସ୍ଥା ଖୋଲି ପେପର ବ୍ୟାଗ ଓ ଆଲୁମିନିଅମ୍  ଫଏଲ ତିଆରି କରୁଥିଲା ଏହି ଅଭିଯୁକ୍ତ ଜଣକ । ବ୍ୟବସାୟ ପାର୍ଟନର କରାଇ ଦେବାକୁ କହି ଏକାଧିକ ଲୋଙ୍କକଠାରୁ କୋଟି କୋଟି ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି । ଦୁଇ ରୁ ଅଧିକ ଲୋକଙ୍କ ଠାରୁ ୩ କୋଟିରୁ ଉଦ୍ଧ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି ।

ଏନେଇ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ପ୍ରଭାକରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଚାଲାଣ ପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେବ ମଂଚେଶ୍ୱର ଥାନା ପୋଲିସ ଅଧିକାରୀ କହିଛନ୍ତି । ଅନ୍ୟ ଥାନାରେ ଥିବା ତାଙ୍କର ସମସ୍ତ ମାମଲାର ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱର ପାଲଟିଛି ଠକଙ୍କ କ୍ୟାପିଟାଲ । ଯିଏ ଯାହାର ଚିତା କାଟିଲା, ଯିଏ ଯାହାକୁ ଚୂନ ଲଗେଇପାରିଲା । ଗାଡ଼ି ହେଉ କି ଚାକିରି, ଘର ହେଉ କି ଜାଗାବାଡ଼ି । ମିଛ ପ୍ରଲୋଭନ ଦେଇ ବେଧଡ଼କ ଢଙ୍ଗରେ କୋଟି କୋଟି ଟଙ୍କାର ଠକେଇ କରୁଛନ୍ତି କିଛି ଠକ ।

ସ୍ମାର୍ଟସିଟିରେ ସ୍ମାର୍ଟଠକଙ୍କ ମାୟାଜାଲ । ଚିତା କାଟୁଛନ୍ତି ମୋଟା ଅଙ୍କର । ଚୂନ ଲଗାଉଛନ୍ତି ଭଦ୍ର ବେଶରେ । ପୋଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଠକ । ଭୁବନେଶ୍ୱର କମିଶନରେଟ୍ ପୋଲିସରେ ବାର୍ଷିକ ଠକେଇ ମାମଲାର ରେକର୍ଡରେ ଚଳିତ ବର୍ଷର ୧୧ ମାସର ରିପୋର୍ଟ ଅନୁଯାୟୀ, ସ୍ମାର୍ଟସିଟିରେ ୭୯୧ ଜଣଙ୍କୁ ଠକେଇ କରି ଅପରାଧୀ ମାଲାମାଲ୍ ହୋଇଛନ୍ତି । ତାମଧ୍ୟରୁ ବଡ଼ଗଡ଼ ଥାନାରେ ସର୍ବାଧିକ ୯୧ଟି ମାମଲା ଥିବାବେଳେ, ଖଣ୍ଡଗିରିରେ ୭୯ଟି, ଚନ୍ଦ୍ରଶେଖରପୁରରେ ୬୧ଟି, କ୍ୟାପିଟାଲ୍ ଥାନାରେ ୫୫ଟି ଓ ଲକ୍ଷ୍ମୀସାଗରରେ ୫୪ଟି ମାମଲା ରୁଜୁ ହୋଇଛି । ତେବେ ମହିଳା ଥାନାରେ ସର୍ବନିମ୍ନ ୫ ଓ ବାଲିପାଟଣାରେ ୮ଟି କେସ୍ ରହିଛି । କିନ୍ତୁ ଚିନ୍ତାଜନକ ବିଷୟ ହେଉଛି, ଏହି ୧୧ ମାସରେ ୭୯୧ଟି ଠକେଇ ମାମଲାରୁ ମାତ୍ର ୨୫୪ଟି ମାମଲାରେ ପୋଲିସ ତଦନ୍ତ କରିପାରିଛି । ଅର୍ଥାତ ୬୮ % ମାମଲା ଏବେ ବି ତଦନ୍ତ ଅପେକ୍ଷାରେ ରହିଛି । ତେବେ ଏବେ ପ୍ରଶ୍ନ ଉଠୁଛି, କାହିଁକି ନିର୍ଦ୍ଧାରିତ ସମୟ ଭିତରେ ସରିପାରୁନି ତଦନ୍ତ ?