• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସ୍ମାର୍ଟ ସ୍କୁଲର ସ୍ମାର୍ଟ ଚାଉଳ । ପିଲାଙ୍କ ପାଇଁ ଆସିଥିବା ଚାଉଳ ଭର୍ତ୍ତି ହୋଇଛି ପୋକ । ଯାଜପୁରର ପ୍ରହ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସ୍ମାର୍ଟ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଥିବା ବସ୍ତାବସ୍ତା ଚାଉଳରେ ଅଛି ସାଲୁବାଲୁ ପୋକ । କୋଭିଡ ପାଇଁ ସ୍କୁଲ ବନ୍ଦ ହେବାରୁ ପୂର୍ବରୁ ଥିବା ଚାଉଳ ନଷ୍ଟ ହୋଇଥିଲା ସତ ହେଲେ ଏବେ ନୂଆ କରି ଆସିଥିବା ଚାଉଳ ବସ୍ତାଗୁଡ଼ିକ ପିଲାଙ୍କୁ ବଣ୍ଟା ନହେବାରୁ ସେଗୁଡିକ ମଧ୍ୟ ନଷ୍ଟ ହୋଇଗଲାଣି । ଏନେଇ ଅଭିଭାବକମାନେ ସିଧାସଳଖ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ।

ଯାଜପୁର ବ୍ଳକର ଏହି ସ୍ମାର୍ଟ ସ୍କୁଲରେ ପିଲାଙ୍କ ପାଇଁ ରହିଛି ସ୍ମାର୍ଟ ବ୍ୟବସ୍ଥା । ଏମିତିକି ସ୍ମାର୍ଟ କ୍ଲାସ୍ରୁମ୍ , ସ୍ମାର୍ଟ ବ୍ଲାକ୍ ବୋର୍ଡ ଓ ପ୍ରୋଜେର ହେଲେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଏପରି ଅବହେଳା ହେଉଥିବା ଦେଖିବାକୁ ମିଳିଛି । କେବଳ ଚାଉଳ ନୁହେଁ, ସ୍କୁଲର ଶୌଚାଳୟ ଓ ଅନ୍ୟ କିଛି କାମମଧ୍ୟ ମନ୍ଥର ଗତିରେ ଚାଲୁଥିବାର ଅଭିଯୋଗ କରାଯଆଇଛି ।

ତେବେ ଏନେଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ଉତ୍ତର, ପୋକରା ଚାଉଳକୁ ସଫା କରିବୁ ଯଦି ତାହା ଭଲ ଥିବ ତାହାଲେ ପିଲାଙ୍କୁ ଦେବୁ । ସେହିପରି ଏହି ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଘରୋଇ ସ୍କୁଲ ଢାଞ୍ଚାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ସରକାର ର୍ନିମାଣ କରିଥିବା ସ୍ମାର୍ଟ ସ୍କୁଲରେ ଶିକ୍ଷା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଯଦି ଏପରି ଅବହେଳିତ ଅବସ୍ଥାରେ ରହିବ କେବେ ରାଜ୍ୟର ସାଧାରଣ ସରକାରୀ ସ୍କୁଲର ଅବସ୍ଥା କଣ ତାହା ସହଜରେ ଅନୁମେୟ ।

ତେବେ ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି କେବେ ପ୍ରଶାସନର ଦୃଷ୍ଟି ପଡିବ ଏବଂ ଆଗାମୀ ଦିନରେ ଏନେଇ କେଉଁ ପଦକ୍ଷେପ ନିଆଯିବ ତାହା ଦେଖିବାକୁ ବାକି ରହିଲା ।