Advertisment

ମ୍ୟୁଜିୟମରେ ଶୋଭାପାଉଛି ନମିତା, ରାଜାରାମଙ୍କ ତୁଳୀର ଯାଦୁ

କାହାଠୁ କେବେ ଚିତ୍ରକଳାର ପ୍ରଶିକ୍ଷଣ ନେଇନଥିବା ନମିତାଙ୍କ ଏହି ଟ୍ରାଇବାଲ ପେଣ୍ଟିଂକୁ ଦେଖି ଦର୍ଶକ ବିଭୋର ହୋଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Unique Paint

Unique Paint

କଟକ: ଆଦିବାସୀଙ୍କ ସଂସ୍କୃତି, ପରମ୍ପରା ଓ ଜୀବନ ଜୀବିକାକୁ ନେଇ ମନକୁ ବାନ୍ଧି ରଖିଲା ଭଳି ସୁନ୍ଦର ଚିତ୍ରକଳା। ଯିଏ ଦେଖିବ, ସିଏ ଘଡ଼ିଏ ଅଟକିଯିବ। କଟକ ମ୍ୟାରିଟାଇମ୍ ମ୍ୟୁଜିୟମ ପରିସରରେ ଆୟୋଜିତ ଟ୍ରାଇବାଲ ଆର୍ଟ ସୋରେ ଦେଖିବାକୁ ମିଳିଛି ଏଭଳି ନିଖୁଣ ଚିତ୍ରକଳା। ଯାହାକୁ ଆଙ୍କିଛନ୍ତି ବଲାଙ୍ଗିରର ଝିଅ ତଥା କଟକର ବୋହୂ ନମିତା ସାହୁ। ବିଶେଷ କରି ସୌରା ଆର୍ଟ ଓ ମହାରାଷ୍ଟ୍ରର ୱଲି ପେଣ୍ଟିଂକୁ ଏକାଠି କରି ଚିତ୍ର ଗୁଡିକୁ ଆଙ୍କିଛନ୍ତି। କାନଭାସ ହେଉ କି ଟେରାକୋଟା ଏପରିକି ଶାଢୀ, ଡ୍ରେସ୍ ଓ ବିଭିନ୍ନ କାଚ ବୋତଲରେ ନମିତା ଦେଖାଇଛନ୍ତି ନିଜ ତୂଳିର ଯାଦୁ। କାହାଠୁ କେବେ ଚିତ୍ରକଳାର ପ୍ରଶିକ୍ଷଣ ନେଇନଥିବା ନମିତାଙ୍କ ଏହି ଟ୍ରାଇବାଲ ପେଣ୍ଟିଂକୁ ଦେଖି ଦର୍ଶକ ବିଭୋର ହୋଇଛନ୍ତି।

Advertisment

ରଙ୍ଗ ତୂଳିର ସ୍ପର୍ଶରେ ଅନେକ ଜିନିଷକୁ ଜୀବନ୍ତ କରିପାରୁଥିବା ଆଉ ଜଣେ ଚିତ୍ରକର ହେଲେ ମୟୂରଭଂଜ ଜିଲ୍ଲା ଉଦଳା ନାଗପାଳ ଅଞ୍ଚଳର ରାଜାରାମ ବେହେରା। ନୌସେବା ବିଭାଗରେ ଚାକିରି କରିଥିଲେ। ତେବେ ଅବସର ପରେ ତାଙ୍କର ପିଲାଦିନୁ ଚିତ୍ର ପ୍ରତି ଥିବା ନିଶା ପ୍ରସ୍ପୁଟିତ ହୋଇଥିଲା। ସେ ନିଜ ଜନ୍ମମାଟି ମୟୂରଭଂଜ ଏବଂ ଓଡ଼ିଶାର ଲୁକ୍କାୟିତ କଳାକୁ ନିଜ ଚିତ୍ରକଳାରେ ସ୍ଥାନ ଦେଇଥାନ୍ତି। ସୁନ୍ଦର ଚିତ୍ରକଳା ପାଇଁ ରାଜାରାମ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ମଧ୍ୟ ହୋଇଛନ୍ତି।

କେବଳ ଚିତ୍ରକଳା ନୁହେଁ, ବିଦେଶୀ ମୁଦ୍ରା ସଂଗ୍ରହ କରିବାରେ ମଧ୍ୟ ରାଜାରାମଙ୍କର ରୁଚି ରହିଛି। ଚାକିରି କାଳରେ ବୁଲିଥିବା ବିଭିନ୍ନ ଦେଶର ନୋଟ୍ ଓ ମୁଦ୍ରା ସହ ପୁରୁଣା ଡାକ ଟିକେଟ୍ ମଧ୍ୟ ସଂଗ୍ରହ କରିଛନ୍ତି। ଏବେବି ତାଙ୍କର ଏହି ଉଦ୍ୟମ ଜାରି ରହିଛି। ନିଜର ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଥିଲେ ଯେ ଜଣେ ସଫଳତା ପାଏ, ତାର ଉଦାହରଣ କଟକର ନମିତା ସାହୁ ଓ ମୟୂରଭଂଜର ରାଜାରାମ ବେହେରା। 

Advertisment

ରିପୋର୍ଟ: ବିଶ୍ୱଜିତ୍ ଆଚାର୍ଯ୍ୟ, ମାନସ ପାଣି

Cuttack Painting
Advertisment
Advertisment