ଆଜିର ଦିନର ସଂମ୍ପୂର୍ଣ୍ଣ ଭାଗ୍ୟଫଳ ଜାଣନ୍ତୁ ରାଶିଫଳ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବିଜେଡିରୁ ସଂଘମିତ୍ରା ଦଳେଇ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସବିତା ସୁଆର ।
ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ । ବରଗଡ଼ ପାଇକମାଲ ଗାଁର ସାଇନା ବାନୁ ନାମକ ଜଣେ ଯୁବତୀ ଧର୍ମ ପରିବର୍ତ୍ତନ କରି ଏବେ ସୋନମ ଆର୍ଯ୍ୟ ହୋଇଛନ୍ତି ।
ପୋଲିସ ମାସେ ହେଲା ଏହି ହତ୍ୟାକାଣ୍ଡର ଖିଅ ଖୋଜୁଥିବା ବେଳେ ମାନସ ପୂର୍ବରୁ କାମ କରୁଥିବା ୱେବ ଚ୍ୟାନେଲ ମାଲିକାଣୀଙ୍କ ସପୃକ୍ତି ନେଇ ସ୍ପଷ୍ଟ କରିଛି ।
ବାରବାଟୀ ଜାଗାଘର ନୃସିଂହଙ୍କୁ ଦର୍ଶନ କରିବାକୁ ଯାଇଥିବାବେଳେ ଗୁଳି କରାଯାଇଥିଲା କୃଷ୍ଣଚନ୍ଦ୍ରଙ୍କୁ । ଏଣେ ତେଣେ ପଡ଼ିରହିଛି ଖୋକା, ଆଉ ଚପଲ । ରକ୍ତ ଜୁଡୁବୁଡୁ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ମେଡ଼ିକାଲ୍ ଅଣାଯାଇଥିଲା । କିନ୍ତୁ ସେତେବେଳକୁ ଚାଲିଯାଇଥିଲା ପ୍ରାଣ ।
୨୪ ତାରିଖରେ ପଡିବ ଭୋଟ । ପ୍ରଚାର ପାଇଁ ହାତରେ ମାତ୍ର ୬ ଦିନ । ତେଣୁ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି ସବୁ ଦଳ । ତେବେ ପଞ୍ଚାୟତ ନିର୍ବାଚନ ପରେ କଣ ହେବ ପୌର ନିର୍ବାଚନର ଫଳାଫଳ ?
୧୯ଟି ୱ।ର୍ଡକୁ ନେଇ ଗଠିତ ପୌରପରିଷଦ, ଏଥର ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ପ୍ରଥମ ଥର କରି ଆମ ଆଦମୀ ପାର୍ଟି ନିର୍ବାଚନରେ ଭାଗନେଇଛି ।
ସବୁ ଜିଲ୍ଲା ଜଜ୍ ମାନଙ୍କୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଚିଠି କରାଯାଇଛି । ତେବେ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦାଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।
୧୫ ମିନିଟ୍ରେ ୧୫ ଲକ୍ଷ ଲୁଟ୍ । ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଆତଙ୍କରାଜ୍ । ଅଳଙ୍କାର ଲୁଟିଲେ, ବନ୍ଧୁକ ଦେଖାଇ ଚମ୍ପଟ ମାରିଲେ ।
ବିଜେଡିରୁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ୍ ।
ଗାଡ଼ିରେ ଥିବା ରେଡିଏଟର ଫାଟିଯିବା ଯୋଗୁଁ ତିନି ଜଣ ପିଲା ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ମାର୍ଶାଘାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଅଭିଭାବକଙ୍କ ମହଳରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।
ପଦ ଛାଡିବାକୁ ଚାହୁଁଛନ୍ତି ନିରଞ୍ଜନ, ହେଲେ ଇସ୍ତଫା ଗ୍ରହଣ କରୁନାହାନ୍ତି ହାଇକମାଣ୍ତ। ବାରମ୍ବାର ଇସ୍ତଫା ଦେବାକୁ ନିରଞ୍ଜନ କହୁଥିଲେ ବି ଅମଙ୍ଗ ହେଉଛନ୍ତି ସୋନିଆ। ତେବେ କାହିଁକି ଉପୁଜିଛି ଏଭଳି ସ୍ଥିତି ? ରାଜ୍ୟ କଂଗ୍ରେସରେ ନାହାନ୍ତି କି ନିରଞ୍ଜନଙ୍କ ସମକକ୍ଷ ନେତା? ନା ନିରଞ୍ଜନଙ୍କ ଉପରେ ରହିଛି ସୋନିଆଙ୍କ ଅତୁଟ ଆସ୍ଥା।
କଲରାପତରିଆ ବାଘ ଆକ୍ରମଣରେ ଭାଉଜ ଦିଅର କ୍ଷତ ବିକ୍ଷତ । ଭାଉଜକୁ ବାଘ ଆକ୍ରମଣ ସମୟରେ ଦିଅର ଲଢି ଲଢି ବାଘ ମୁହଁରୁ ବଞ୍ଚେଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୬ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୬ ଅଧିକାରୀଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି।
ପୁଣି ଭିଜିଲାନ୍ସ ଫାସରେ ପଡିଲେ ସରକାରୀ କୁବେର । ଗରମ ମିଜାଜ ଦେଖାଇ ଲୁଟିଥିବା କଳା ଟଙ୍କାକୁ ଫ୍ରିଜ୍ ଭିତରେ ଲୁଚାଇ ଥଣ୍ଡା କରୁଥିଲେ । ଏ ବାବୁ ଜଣକ ହେଉଛନ୍ତି କଟକ ଡ୍ରେନେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା ।
ସ୍ୱାମୀ ନୁହେଁ ସେ ପିଶାଚ । ସ୍ତ୍ରୀକୁ ମାରି ଶଳାର ସ୍ତ୍ରୀ ସହ ଫେରାର ମାରିଲା ।
୨୩ ତାରିଖ ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ(IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସାଙ୍ଗମାନେ ବ୍ଲାକମେଲ୍ କରୁଥିବାରୁ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ । ସାଙ୍ଗମାନଙ୍କ ଠାରୁ ଧୋକ୍କା ଖାଇବା ସହ ଜଳେଶ୍ୱର ଆଇଆଇସିଙ୍କଠାରୁ ନ୍ୟାୟ ନ ପାଇ ପୁଅ ଏପରି ପଦକ୍ଷେପ ନେଇଥିବା ପରିବାର ଲୋକ କହିଛନ୍ତି ।
ପୋଲିସ୍ ହାତରେ ଧରାପଡ଼ିଲେ ରସିକିଆ ଗଣିତ ମାଷ୍ଟର। ନାବାଳିକା ଛାତ୍ରୀକୁ ପ୍ରେମ ଜାଲରେ ଫସାଇ ଗଣିତ ମାଷ୍ଟର ଚମ୍ପଟ ମାରିଥିଲେ। ଶେଷରେ ତନାଘନା ପରେ ପୋଲିସ୍ ରସିକିଆ ଗଣିତ ମାଷ୍ଟରଙ୍କୁ ଗିରଫ କରିଛନ୍ତି।
ଗୋଟିଏ ଦିନରେ ପୁରୀରେ ୨ଟି ମର୍ଡର ହୋଇଛି। ଗୋଟିଏପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇ ଥିବାବେଳେ ଅନ୍ୟପକ୍ଷେ ପୁଅର କଟୁରି ଚୋଟରେ ମା’ର ମୃତ୍ୟୁ ହୋଇଛି।
ବି.ଟେକ ଛାତ୍ରଙ୍କ ଅଭିନବ ଉପାୟ , ଉପରେ ମୋବାଇଲ ତଳେ ଡିଜିଟାଲ ସେବା
ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାରରୁ ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ନିଖୋଜ ୨ ଦୃଷ୍ଟିହୀନ ଛାତ୍ରୀ। ମଥୁରା ଷ୍ଟେସନରୁ ରେଲ୍ୱେ ପୋଲିସ ୨ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।
ରାସ୍ତାକଡ଼ରୁ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର। ଯୁବତୀଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।
ଆଜି ହେଉଛି ୨୦୨୨ ମସିହା, ମାର୍ଚ୍ଚମାସ ୧୬ ତାରିଖ, ବୁଧବାର, ମୀନ୨ ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ। ତିଥି ତ୍ରୟୋଦଶୀ, ମଘା ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର, କର୍କଟ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର...