• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫୁଲବାଣୀର ରାଞ୍ଚୋ । ଜୁଗାଡ଼ କରି ଗାଁକୁ ଆଣିଲେ ନେଟୱର୍କ । ଲୋକଙ୍କର ଅସୁବିଧା ବୁଝି ଖଣ୍ଡେ ବାଉଁଶ ପୋତି ସମସ୍ୟା ସମାଧାନ କରିଦେଲେ ପାଠୁଆ ଯୁବକ ଇଂ. ମାର୍କୋନୀ ନାୟକ। ଗାଁରେ ତାଙ୍କର ମୋବାଇଲ ଟାୱାର କାମ କରୁନି କି ବ୍ୟାଙ୍କ ସେବା ମିଳିପାରୁନି । ଏଟିମ୍ ବି ନାହିଁ । ସେଥିପାଇଁ ସେ ୩୦/୩୫ ଉଚ୍ଛତା ବିଶିଷ୍ଟ ବାଉଁଶ ଲାଠି ପୋତି ନିଜ ମୋବାଇଲକୁ ସଗନାଲ ଆଣୁଛନ୍ତି ଏବଂ ସେଥିରେ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ଯାହା ଫଳରେ ସେ ନିଜେ ଏବଂ ଗ୍ରାମବାସୀ ମାନେ ବିଭିନ୍ନ ଡିଜିଟାଲ ସେବା ବର୍ତମାନ ହାତପାହାନ୍ତାରେ ପାଇପାରୁଛନ୍ତି ।

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ ମଗରଗୁଡ଼ା ଗ୍ରାମର ମାର୍କୋନୀ ନାୟକ Eectronics and telecommunication ରେ ବି.ଟେକ କରି ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । କିନ୍ତୁ ୨୦୧୯ ମସିହାରେ କରୋନା ମହାମାରୀ ସମୟରେ ସେ ଚାକିରୀ ଛାଡ଼ି ନିଜ ଗ୍ରାମକୁ ଫେରିଥିଲେ ଏବଂ ସେବେଠାରୁ ଗ୍ରାମରେ ଏକ ଛୋଟ ଦୋକାନ କରି ଚଳି ଆସୁଛନ୍ତି ।

ତେବେ ତାଙ୍କ ଦୋକାନରେ ସେ ଏକ କମ୍ପୁଟର ରଖି ସେଥିରେ ଘରୋଇ କମ୍ପାନୀର ମାଇକ୍ରୋ ବ୍ୟାଙ୍କ ସେବା ପ୍ରଦାନ କରୁଛନ୍ତି । ଏହା ସହିତ ଅନ୍ୟ ସବୁ ଡିଜିଟାଲ ସେବା ମଧ୍ୟ ଗ୍ରାମବାସୀଙ୍କୁ ଯୋଗାଉଛନ୍ତି । କିନ୍ତୁ ତାଙ୍କ ପାଇଁ ବଡ଼ ସମସ୍ୟା ହୋଇଛି ମୋବାଇଲ ନେଟୱାର୍କ । ଜି.ଉଦୟଗିରି ଠାରେ ବସିଥିବା ଏକ ମୋବାଇଲ ନେଟୱାର୍କର ସିଗନାଲ ଗ୍ରାମକୁ ବେଳେ ବେଳେ ଆସିଆସୁଛି ।

କିନ୍ତୁ ସେଥିରେ ମୋବାଇଲରେ ସଠିକ ଭାବେ ଅନ୍ୟ ନମ୍ବର ସହିତ ଯୋଗାଯୋଗ କରିବା ମଧ୍ୟ ସମ୍ଭବ ହେଉନି । ଏପରି ସିଗନାଲ ଯୋଗୁଁ ଗ୍ରାମବାସୀ ମାନେ ବିଭିନ୍ନ ସମୟରେ ଗ୍ରାମ ନିକଟରେ ଥିବା ଉଚ୍ଛା ସ୍ଥାନ କିମ୍ବା ପାହାଡ଼ ଉପରକୁ ଗଲେ ମୋବାଇଲରେ ଭଲ ସିଗନାଲ ଆସୁଛି ଏବଂ ଗ୍ରାମବାସୀ ମାନେ ମୋବାଇଲ ବ୍ୟବହାର କରିପାରୁଛନ୍ତି ।

ଏପରି ହେଉଥିବା ଦେଖି ମାର୍କୋନୀ ନାୟକ ଏକ ଲମ୍ବା ବାଉଁଶ ଲାଠିର ଅଗ୍ର ଭାଗରେ ଗୋଟିଏ ଭ୍ୟାନିଟ ବ୍ୟାଗରେ ମୋବାଇଲକୁ ରଖି ତାର Wi-fi ମାଧ୍ୟମରେ ନିଜ କମ୍ପୁଟରକୁ ଇଣ୍ଟରନେଟ ସିଗନାଲ ଆଣିବାରେ ସଫଳ ହୋଇଛନ୍ତି । ସେହି ସିଗନାଲରେ ଗ୍ରାମବାସୀଙ୍କୁ ବ୍ୟାଙ୍କ ସେବା ସହିତ ବିଭିନ୍ନ ଡିଜିଟାଲ ସେବା ପ୍ରଭୃତି ଯୋଗାଉଛନ୍ତି ।

କେବଳ ଯେ ତାହା ନୁହଁ ସେହି ସିଗନାଲରେ ଗ୍ରାମର ଛାତ୍ରଛାତ୍ରୀ ମାନେ ମଧ୍ୟ ବିଭିନ୍ନ ସମୟରେ ଆସି ନିଜ ମୋବାଇଲରେ ଅନଲାଇନରେ ପାଠ ପଢିପାରୁଛନ୍ତି । ଏହିଭଳି ଭାବେ ମାର୍କୋନୀ ନାୟକ ଲୋକଙ୍କୁ ଡିଜିଟାଲ ସେବା ଯୋଗଉଥିବାରୁ ଗ୍ରାମବାସୀ ମାନେ ବର୍ତ୍ତମାନ ନିଜ ହାତ ପାହାନ୍ତାରେ ବିଭିନ୍ନ ସୁବିଧା ପାଇପାରୁଥିବା କହିଛନ୍ତି ।

କନ୍ଧମାଳ ଜିଲ୍ଲାରୁ ତ୍ରିନାଥ ସାହୁଙ୍କ ରିପୋର୍ଟ